ETV Bharat / entertainment

ସଂସଦରେ ସ୍କ୍ରିନିଂ ହେବ 'ଦ ଭ୍ୟାକସିନ ୱାର', ଖୁସିବ୍ୟକ୍ତ କଲେ ବିବେକ ଅଗ୍ନିହୋତ୍ରୀ - ଦ ଭ୍ୟାକସିନ ୱାର

The Vaccine War: ବଲିଉଡ ଚଳଚ୍ଚିତ୍ର ନିର୍ମାତା ବିବେକ ରଂଜନ ଅଗ୍ନିହୋତ୍ରୀଙ୍କ 'ଦ ଭ୍ୟାକସିନ ୱାର' ବର୍ତ୍ତମାନ ସଂସଦରେ ସ୍କ୍ରିନିଂ ହେବ । ଫିଲ୍ମ ନିର୍ମାତା ନିଜେ ସୋସିଆଲ ମିଡିଆରେ ଏହି ସୂଚନା ଦେବା ସହ ଏନେଇ ଖୁସିବ୍ୟକ୍ତ କରିଛନ୍ତି ।

ସଂସଦରେ ସ୍କ୍ରିନିଂ ହେବ 'ଦ ଭ୍ୟାକସିନ ୱାର', ଖୁସିବ୍ୟକ୍ତ କଲେ ବିବେକ ଅଗ୍ନିହୋତ୍ରୀ

author img

By ETV Bharat Odisha Team

Published : Feb 1, 2024, 11:48 AM IST

ହାଇଦ୍ରାବାଦ: 'ଦ କାଶ୍ମୀର ଫାଇଲ୍ସ' ସଫଳତା ପରେ ଆଉ ଏକ ମୌଳିକ କାହାଣୀ 'ଦ ଭ୍ୟାକସିନ ୱାର' ସହ ବଲିଉଡ ନିର୍ଦ୍ଦେଶକ ବିବେକ ରଂଜନ ଅଗ୍ନିହୋତ୍ରୀ ପରଦାକୁ ଫେରିଥିଲେ । ଗତବର୍ଷ ସେପ୍ଟେମ୍ବରରେ ଏହି ଫିଲ୍ମ ରିଲିଜ ହୋଇଥିଲା । ହେଲେ ବକ୍ସ ଅଫିସରେ ଏହି ଫିଲ୍ମ ଭଲ ପ୍ରଦର୍ଶନ କରିପାରିନଥିଲା । ବର୍ତ୍ତମାନ ନିର୍ମାତା ଫିଲ୍ମକୁ ନେଇ ଏକ ଖୁସି ଖବର ଦେଇଛନ୍ତି । ଏହି ଫିଲ୍ମ ବର୍ତ୍ତମାନ ସଂସଦରେ ସ୍କ୍ରିନିଂ କରାଯିବ ।

ବିବେକ ନିଜ ଏକ୍ସ ଆକାଉଣ୍ଟରେ 'ଦ ଭ୍ୟାକସିନ ୱାର' ସଂସଦରେ ସ୍କ୍ରିନିଂ ନେଇ ଫ୍ୟାନ୍ସଙ୍କ ସହ ଏହି ଖବର ସେୟାର କରିଛନ୍ତି । ଏଥିସହ ସେ ନିଜେ ମଧ୍ୟ ଖୁସିବ୍ୟକ୍ତ କରିଛନ୍ତି । ସେ ଲେଖିଛନ୍ତି, 'ୱା ! ଏହା ବହୁତ ଭଲ ଖବର । 'ଦ ଭ୍ୟାକସିନ ୱାର' ସଂସଦରେ ସ୍କ୍ରିନିଂ ହେବ । ମୁଁ ସମସ୍ତଙ୍କ ବୈଜ୍ଞାନିକଙ୍କ ପାଇଁ ବହୁତ ଖୁସି ।' କହିରଖୁଛୁ କି, 'ଦ ଭ୍ୟାକସିନ ୱାର' ବଡ ପରଦା ପରେ ବର୍ତ୍ତମାନ ଓଟିଟିରେ ଷ୍ଟ୍ରିମିଂ ହୋଇଛି । ନଭେମ୍ବର ୨୪ରେ ଡିଜନୀ ପ୍ଲସ ହଟଷ୍ଟାରରେ ଷ୍ଟ୍ରିମିଂ ହୋଇଥିଲା ଏହି ଫିଲ୍ମ ।

'ଦ ଭ୍ୟାକ୍ସିନ୍ ୱାର' ମୁଖ୍ୟ ଭୂମିକାରେ ନାନା ପାଟେକର, ସପ୍ତମି ଗୌଡ଼ା, ରାଇମା ସେନ୍, ଅନୁପମ ଖେର୍‌ ଏବଂ ପଲ୍ଲବୀ ଯୋଶୀ ପ୍ରମୁଖ ଅଭିନୟ କରିଥିଲେ ଏବଂ ଏହି ଚଳଚ୍ଚିତ୍ରଟି ସେତେବେଳର କଷ୍ଟଦାୟକ କାହାଣୀ ବର୍ଣ୍ଣନା କରେ, ଯେତେବେଳେ ଭାରତ ଭ୍ୟାକସିନ୍‌ ତିଆରି କରିଥିଲା । ପଲ୍ଲବୀ ଯୋଶୀ ଏବଂ ଆଇଏମ୍ ବୁଦ୍ଧାଙ୍କ ଦ୍ୱାରା ନିର୍ମିତ ଏହି ଚଳଚ୍ଚିତ୍ରଟି ଡାକ୍ତରୀ କର୍ମଚାରୀ, ବୈଜ୍ଞାନିକ ସଫଳତା ଏବଂ ୧୩୦ କୋଟି ଦେଶବାସୀ ଉପରେ ନିର୍ମିତ । ଯିଏ COVID-19 ସମୟରେ ଲଢେଇ କରିଥିଲେ । ଏହି ଫିଲ୍ମ ସେହି ଡାକ୍ତରୀ କର୍ମଚାରୀ ଏବଂ ବୈଜ୍ଞାନିକମାନଙ୍କ ପାଇଁ ଉତ୍ସର୍ଗୀକୃତ କରାଯାଇଛି ।

ଏହା ମଧ୍ୟ ପଢନ୍ତୁ: ‘ଦ ଭ୍ୟାକ୍ସିନ୍ ୱାର’ ବଢାଇବ ଓସ୍କାର ଲାଇବ୍ରେରୀର ଶୋଭା, ଖୁସିରେ ଝୁମି ଉଠିଲେ ବିବେକ ଅଗ୍ନିହୋତ୍ରୀ

ବିବେକ ଅଗ୍ନିହୋତ୍ରୀଙ୍କ ଆଗାମୀ ଫିଲ୍ମ ବିଷୟରେ କହିବାକୁ ଗଲେ, ଆଜିକାଲି ବିବେକ ଅଗ୍ନିହୋତ୍ରୀ ତାଙ୍କର ପରବର୍ତ୍ତୀ ଚଳଚ୍ଚିତ୍ର 'ଦ ଦିଲ୍ଲୀ ଫାଇଲ୍ସ' ନିର୍ମାଣରେ ବ୍ୟସ୍ତ ଅଛନ୍ତି । ଯଦି ଗଣମାଧ୍ୟମର ରିପୋର୍ଟକୁ ବିଶ୍ବାସ କରାଯାଏ, ବିବେକ ଅଗ୍ନିହୋତ୍ରୀଙ୍କ ଏହି ଚଳଚ୍ଚିତ୍ରରେ ମିଥୁନ ଚକ୍ରବର୍ତ୍ତୀ ଏବଂ ପଲ୍ଲବୀ ଯୋଶୀଙ୍କୁ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଦେଖିବାକୁ ମିଳିବ । ତାଙ୍କ ଚଳଚ୍ଚିତ୍ର ୨୦୨୪ ମସିହାରେ ପ୍ରେକ୍ଷାଳୟରେ ରିଲିଜ ହେବ ବୋଲି କୁହାଯାଉଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.