ETV Bharat / entertainment

ନାଦିଗର ସଙ୍ଗମ ଭବନ ନିର୍ମାଣ ପାଇଁ କୋଟିଏ ଦାନ କଲେ ଥାଲାପତି

Thalapathy Donates 1Cr For Nadigar Sangam: ନାଦିଗର ସଙ୍ଗମ ପ୍ରକଳ୍ପ ନିର୍ମାଣ ପାଇଁ ଥାଲପତି ବିଜୟ ୧ କୋଟି ଟଙ୍କା ଦାନ କରିଛନ୍ତି । ଯାହାକୁ ନେଇ ଅଭିନେତା ବିଶାଲ ସୋସିଆଲ ମିଡିଆରେ ଏକ ପୋଷ୍ଟ ସେୟାର କରି ଲିଓ ଷ୍ଟାରଙ୍କୁ ଧନ୍ୟବାଦ ଦେଇଛନ୍ତି । ଅଧିକ ପଢନ୍ତୁ

ନାଦିଗର ସଙ୍ଗମ ଭବନ ନିର୍ମାଣ ପାଇଁ ୧ କୋଟି ଦାନ କଲେ ଥାଲାପତି, ଧନ୍ୟବାଦ ଜଣାଇଲେ ବିଶାଲ

author img

By ETV Bharat Odisha Team

Published : Mar 13, 2024, 11:48 AM IST

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର କମଲ ହାସନଙ୍କ ପରେ ଏବେ ଥାଲାପତି ବିଜୟ ମଧ୍ୟ ନାଦିଗର ସଙ୍ଗମ ବିଲ୍ଡିଂ ପାଇଁ ଅର୍ଥ ଦାନ କରିଛନ୍ତି । ନାଦିଗର ସଙ୍ଗମ ଭବନ ନିର୍ମାଣ ପାଇଁ ତାଙ୍କ ବ୍ୟକ୍ତିଗତ ପାଣ୍ଠିରୁ ଥାଲାପତି ୧ କୋଟି ଟଙ୍କା ପ୍ରଦାନ କରିଛନ୍ତି । ଏନେଇ ସାଉଥ ଅଭିନେତା ତଥା ନାଦିଗର ସଙ୍ଗମର ସାଧାରଣ ସମ୍ପାଦକ ବିଶାଲ ସୋସିଆଲ ମିଡିଆରେ ବିଜୟଙ୍କ ସହ ଏକ ଫଟୋ ସେୟାର କରି ଏହି ସୂଚନା ଦେବା ସହ ଥାଲାପତିଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ବିଶାଲ ଏକ୍ସରେ ବିଜଙ୍କ ସହ ଏକ ଫଟୋ ସେୟାର କରିଛନ୍ତି ଏବଂ ସେ କ୍ୟାପସନରେ ଲେଖିଛନ୍ତି, ''ବିଜୟ, ଧନ୍ୟବାଦର ଅର୍ଥ କେବଳ ଦୁଇଟି ଶବ୍ଦ, କିନ୍ତୁ ଯେତେବେଳେ ସେ ହୃଦୟରୁ ଏହା କରନ୍ତି ସେତେବେଳେ ଏହାର ଅର୍ଥ ବହୁତ ଅଧିକ । ନାଦିଗର ସଙ୍ଗମ ନିର୍ମାଣ ପ୍ରକଳ୍ପ ପାଇଁ ଥାଲପତି ବିଜୟ ୧ କୋଟି ଟଙ୍କା ଦାନ କରିଥିବାରୁ ବହୁତ ବହୁତ ଧନ୍ୟବାଦ । ଇଶ୍ୱର ଆପଣଙ୍କ ଉପରେ କୃପା କରନ୍ତୁ । ଆପଣଙ୍କ ଅଦମ୍ୟ ସମର୍ଥନ ଆଶାର ଏକ ଆଲୋକ ଭାବରେ କାର୍ଯ୍ୟ କରିଛି ଏବଂ ଏହା ଏକ ହେବା ପାଇଁ ପ୍ରେରଣା ଦେଇଛି ।''

ସୂଚନା ଥାଉକି, ଚେନ୍ନାଇରେ ଏହି ଆସୋସିଏସନ ଦକ୍ଷିଣ ଭାରତୀୟ କଳାକାର ସଂଘ ନାମରେ ମଧ୍ୟ ବେଶ ଜଣାଶୁଣା । ତାମିଲ ଚଳଚ୍ଚିତ୍ର ଇଣ୍ଡଷ୍ଟ୍ରିର କଳାକାରମାନଙ୍କ ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ର ଭାବେ କାର୍ଯ୍ୟ କରେ । ନାଦିଗର ସଙ୍ଗମ ନାମରେ ଜଣାଶୁଣା ଦକ୍ଷିଣ ଭାରତୀୟ କଳାକାର ସଂଘ ଗତ କିଛି ବର୍ଷ ଧରି ସେମାନଙ୍କ ଆସୋସିଏସନ ପାଇଁ ଏକ ନୂତନ କୋଠା ନିର୍ମାଣ କରିବାକୁ ଚେଷ୍ଟା କରିଥିଲା । ବିଲ୍ଡିଂର କାମ ୨୦୧୭ରେ ଆରମ୍ଭ ହୋଇଥିଲା, କିନ୍ତୁ ବିଭିନ୍ନ କାରଣରୁ ନିର୍ମାଣ କାର୍ଯ୍ୟ ବନ୍ଦ ହୋଇଗଲା ।

ବର୍ତ୍ତମାନ ଟିମ ନିର୍ମାଣ କାର୍ଯ୍ୟ ପୁଣି ଆରମ୍ଭ କରିବାକୁ ଚେଷ୍ଟା କରୁଥିବା ବେଳେ ଅଭିନେତା ବିଜୟ ସହାୟତାର ହାତ ବଢାଇଛନ୍ତି । ପୂର୍ବରୁ କମଲ ହାସନ ୧ କୋଟି ପ୍ରଦାନ କରିଥିଲେ ଆଉ ଏବେ ଥାଲାପତି ବିଜୟ ଏହି ବିଲ୍ଡିଂ ନିର୍ମାଣ ପାଇଁ ୧ କୋଟି ଟଙ୍କା ସହାୟତା କରିଛନ୍ତି । ଯାହାକୁ ନେଇ ବର୍ତ୍ତମାନ ବିଶାଲ ଥାଲାପତିଙ୍କ ପଦକ୍ଷେପକୁ ଖୁବ ପ୍ରଶଂସା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଥାଲାପତିଙ୍କ ପରେ ରାଜନୀତିରେ ଏଣ୍ଟ୍ରି ମାରିବେ କି ବିଶାଲ, ଚର୍ଚ୍ଚାକୁ ଖଣ୍ଡନ କଲେ ଅଭିନେତା

ପ୍ରକାଶ ଥାଉକି, ପୁରସ୍କାର କାର୍ଯ୍ୟ ଆୟୋଜନ କରିବାକୁ କୌଣସି ଅଡିଟୋରିୟମ୍ ନଥିବାରୁ ଏହି ବିଲ୍ଡିଂରେ 1000 ସିଟ୍ ବିଶିଷ୍ଟ ଅଡିଟୋରିୟମ୍ ନିର୍ମାଣ କରାଯାଇଥିବା କୁହାଯାଉଛି । ସେଠାରେ 800 ସିଟ୍ ବିଶିଷ୍ଟ ବିବାହ ହଲ୍ ଏବଂ ଏକ ଛୋଟ 300 ସିଟ୍ ବିଶିଷ୍ଟ ମିନି ହଲ୍ ରହିବ । ସେଠାରେ ପାର୍କିଂ ସ୍ଥାନ ରହିବ ଏବଂ ହଲଗୁଡିକ ସଦସ୍ୟମାନଙ୍କ ପାଇଁ ମାଗଣାରେ ଦିଆଯିବ ।

ଏହା ମଧ୍ୟ ପଢନ୍ତୁ: ରାଜନୀତିରେ ଏଣ୍ଟ୍ରି ପରେ ଥାଲାପତିଙ୍କ ମାଷ୍ଟରଷ୍ଟ୍ରୋକ, ସିଏଏକୁ କଲେ ବିରୋଧ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.