ETV Bharat / entertainment

ବକ୍ସ ଅଫିସରେ ଚାଲୁନି ବିଦ୍ୟୁତଙ୍କ ଯାଦୁ, ଦୁଇ ଦିନରେ 'କ୍ରାକ' ଏତିକି କଲା କଲେକ୍ସନ - Crakk Box Office Collection

Crakk Box Office Collection: ଦର୍ଶକଙ୍କ ମନ ଜିତିପାରୁନି ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' । ଫେବୃଆରୀ ୨୩ରେ ରିଲିଜ ହୋଇଥିବା ଏହି ଫିଲ୍ମ ବର୍ତ୍ତମାନ ଦୁଇ ଦିନରେ ମାତ୍ର ୬ କୋଟି ଆୟ କରିପାରିଛି ।

ବକ୍ସ ଅଫିସରେ ଚାଲୁନି ବିଦ୍ୟୁତ ଜାମୱାଲଙ୍କ ଯାଦୁ, ଦୁଇ ଦିନରେ 'କ୍ରାକ' ଏତିକି କଲା କଲେକ୍ସନ

author img

By ETV Bharat Odisha Team

Published : Feb 25, 2024, 12:18 PM IST

ହାଇଦ୍ରାବାଦ: କମାଣ୍ଡୋ, ବାଦଶାହୋ ଭଳି ଫିଲ୍ମରେ ଦମଦାର ଅଭିନୟରେ ଲୋକଙ୍କ ମନ ଜିତିଥିବା ଅଭିନେତା ବିଦ୍ୟୁତ ଜାମୱାଲ ବର୍ତ୍ତମାନ 'କ୍ରାକ' ସହ ପରଦାକୁ ଫେରିଛନ୍ତି । ଏହି ଫିଲ୍ମ ଗତ ଶୁକ୍ରବାର (ଫେବୃଆରୀ ୨୩)ରେ ରିଲିଜ ହୋଇଥିବା ବେଳେ ଦର୍ଶକଙ୍କୁ ପସନ୍ଦ ଆସୁନି ଫିଲ୍ମ । ଏହି ଫିଲ୍ମ ଦୁଇ ଦିନରେ ମାତ୍ର ୬ କୋଟି ଆୟ କରିପାରିଛି ।

ଏହି ଶୁକ୍ରବାର ଦିନ ସିନେମା ଲଭର୍ସ ଡେ' ଅବସରରେ ମାତ୍ର ୯୯ ଟଙ୍କା ଟିକେଟ ଅଫର ସହ ଚଳଚ୍ଚିତ୍ର ମୁକ୍ତିଲାଭ କରିଥିଲା । ଏହା ସତ୍ତ୍ୱେ 'କ୍ରାକ' ରିଲିଜ ହେବାର ପ୍ରଥମ ଦିନରେ ଭଲ ରୋଜଗାର କରିବାରେ ସକ୍ଷମ ହୋଇପାରିନାହିଁ । ଦ୍ୱିତୀୟ ଦିନରେ ମଧ୍ୟ ଏହାଠାରୁ କମ ଆୟ କରିଛି ଫିଲ୍ମ । ସାକନିକଙ୍କ ରିପୋର୍ଟ ଅନୁସାରେ, 'କ୍ରାକ' ଫିଲ୍ମ ରିଲିଜର ପ୍ରଥମ ଦିନରେ ୪.୨୫ କୋଟି ସହ ଓପନିଂ କରିଥିବା ବେଳେ ଦ୍ୱିତୀୟ ଦିନରେ ମାତ୍ର ୨.୧୫ କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ଆୟ ୬.୪ କୋଟିକୁ ବୃଦ୍ଧି ପାଇଛି ।

  • " class="align-text-top noRightClick twitterSection" data="">

'କ୍ରାକ... ଜିତେଗା ତୋ ଜିଏଗା'ର ହେଉଛି ଏକ ସ୍ପୋର୍ଟ୍ସ୍‌ ଆକ୍ସନ୍ ଫିଲ୍ମ । ଏହା ହେଉଛି ମୁମ୍ବାଇର ବସ୍ତିରେ ଖେଳାଯାଉଥିବା କ୍ରୀଡା ଏବଂ ଉତ୍ସାହର କାହାଣୀ । ବିଦ୍ୟୁତ ଜାମୱାଲଙ୍କୁ କ୍ରାକରେ କ୍ରୀଡା ଷ୍ଟଣ୍ଟ୍‌ ଏବଂ ଆକ୍ସନ୍ କରୁଥିବା ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ର ବିଦ୍ୟୁତ କେବଳ ଅଭିନୟ କରିନାହାନ୍ତି ବରଂ ଏହାର ନିର୍ମାତା ମଧ୍ୟ ଅଟନ୍ତି । ଏହି ଫିଲ୍ମକୁ ନିର୍ଦ୍ଦେଶକ ଆଦିତ୍ୟ ଦତ୍ତ ନିର୍ଦ୍ଦେଶନା ଦେଇଛନ୍ତି ଆଦିତ୍ୟ ଦତ୍ତ । ଆଦିତ୍ୟ ଦତ୍ତଙ୍କ ସହ ବିଦ୍ୟୁତଙ୍କ ଏହା ୨ୟ ଫିଲ୍ମ ଅଟେ । ଏମାନେ ପୂର୍ବରୁ ଆକ୍ସନ୍-ପ୍ୟାକର ଭରପୁର କମାଣ୍ଡୋରେ ଏକାଠି କାମ କରିଥିଲେ । ତେବେ ଏହି ଫିଲ୍ମରେ ବିଦ୍ୟୁତ ଜାମୱାଲଙ୍କ ବ୍ୟତୀତ ଅର୍ଜୁନ ରାମପାଲ, ନୋରା ଫତେହି ଏବଂ ଆମି ଜ୍ୟାକସନ ମଧ୍ୟ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'କ୍ରାକ'ର ପ୍ରଥମ ଟ୍ରାକ ରିଲିଜ, ପରଦାରେ ବିଦ୍ୟୁତ-ନୋରାଙ୍କ ଜବରଦସ୍ତ କେମେଷ୍ଟ୍ରି

କହିରଖୁଛୁ କି, ବିଦ୍ୟୁତ ଜାମୱାଲଙ୍କ ଫିଲ୍ମ 'କ୍ରାକ' ୟାମୀ ଗୌତମଙ୍କ ଫିଲ୍ମ 'ଆର୍ଟିକିଲ ୩୭୦' ସହ ପ୍ରତିଦ୍ୱନ୍ଦ୍ୱିତା କରୁଛି । ୟାମୀଙ୍କ ଏହି ଫିଲ୍ମ ମଧ୍ୟ ଗତ ଶୁକ୍ରାବାର ରିଲିଜ କରିଥିଲା । ୟାମୀଙ୍କ ଏହି ଫିଲ୍ମ ଏବେ କ୍ରାକକୁ ପଛରେ ପକାଇଛି । ଆର୍ଟିକିଲ ୩୭୦ ଭଲ ପ୍ରଦର୍ଶନ କରୁଥିବା ବେଳେ ଏହି ଚଳଚ୍ଚିତ୍ରଟି ଦୁଇ ଦିନ ମଧ୍ୟରେ ୧୩.୪ କୋଟି ଟଙ୍କାର ଦମଦାର କଲେକ୍ସନ କରିଛି ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.