ETV Bharat / entertainment

ଓଟିଟି ରିଲିଜ ପାଇଁ ପ୍ରସ୍ତୁତ 'ଜରା ହଟକେ ଜରା ବଚକେ', ଏହି ପ୍ଲାଟଫର୍ମରେ ହେବ ଷ୍ଟ୍ରିମିଂ - Zara Hatke Zara Bachke OTT Release

Zara Hatke Zara Bachke OTT Release: ପରଦାରେ ଧମାକା କରିବା ପରେ ଏବେ ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ଡିଜିଟାଲ ରିଲିଜ ପାଇଁ ପ୍ରସ୍ତୁତ । ତେବେ କେତେବେଳେ ଏବଂ କେଉଁ ଓଟିଟି ପ୍ଲାଟଫର୍ମରେ ଫିଲ୍ମ ଦେଖିପାରିବେ ? ଜାଣନ୍ତୁ

author img

By ETV Bharat Odisha Team

Published : May 12, 2024, 5:35 PM IST

ଓଟିଟି ରିଲିଜ ହେବ 'ଜରା ହଟକେ ଜରା ବଚକେ'
ଓଟିଟି ରିଲିଜ ହେବ 'ଜରା ହଟକେ ଜରା ବଚକେ' (ETV Bharat Odisha)

ହାଇଦ୍ରାବାଦ: 'ଜରା ହଟକେ ଜରା ବଚକେ' ଫିଲ୍ମ ୨୦୨୩ର ସବୁଠାରୁ ହିଟ୍ ଚଳଚ୍ଚିତ୍ର ମଧ୍ୟରୁ ଗୋଟିଏ । ବିକି କୌଶଲ ଏବଂ ସାରା ଅଲି ଖାନଙ୍କ ଅଭିନୀତ ଏହି ରୋମାଣ୍ଟିକ କମେଡି ଯୋଡି ଦର୍ଶକଙ୍କ ମନ ଜିତିବାରେ ସଫଳ ହୋଇଥିଲା । ରୋଜଗାରରେ ମଧ୍ୟ ଫିଲ୍ମଟି ବମ୍ପର କଲେକ୍ସନ କରିଥିଲା । ତେବେ ବର୍ତ୍ତମାନ ପ୍ରାୟ ଏକ ବର୍ଷର ଅପେକ୍ଷା ପରେ, ଫିଲ୍ମଟି ଓଟିଟିରେ ଏହାର ପ୍ରିମିୟର୍ ହେବାକୁ ପ୍ରସ୍ତୁତ । ଓଟିଟି ପ୍ଲାଟଫର୍ମ ଜିଓ ସିନେମାରେ ଫିଲ୍ମଟି ପ୍ରସାରିତ ହେବ ।

ଏହି ଦିନ ଫିଲ୍ମଟି ଓଟିଟିରେ ପ୍ରସାରିତ ହେବ

ଫିଲ୍ମ 'ଜରା ହଟକେ ଜରା ବଚକେ' ଓଟିଟି ରିଲିଜ୍ ପାଇଁ ପ୍ରସ୍ତୁତ । ଜିଓ ସିନେମା ଚଳଚ୍ଚିତ୍ରର ବହୁ ପ୍ରତୀକ୍ଷିତ ଡିଜିଟାଲ୍ ରିଲିଜ୍ ଘୋଷଣା କରିଛି । ନିର୍ମାତା ଇନଷ୍ଟାଗ୍ରାମରେ ଫିଲ୍ମର ଓଟିଟି ରିଲିଜ୍ ଫିଲ୍ମରୁ ଏକ ଚମତ୍କାର ଟ୍ରେଲର ରିଲିଜ କରି ଘୋଷଣା କରାଯାଇଛି । ଫିଲ୍ମର ଟ୍ରେଲର ରିଲିଜ କରି ଜିଓ ସିନେମା ମେ ୧୭ରୁ ଫିଲ୍ମଟି ଜିଓ ସିନେମାରେ ଷ୍ଟ୍ରିମିଂ କରିବ ବୋଲି ସୂଚନା ଦେଇଛନ୍ତି ।

'ଜରା ହଟକେ ଜରା ବଚକେ' ବକ୍ସ ଅଫିସ କଲେକ୍ସନ

ଜୁନ୍ ୨ ୨୦୨୩ରେ ସାରା ଅଲି ଖାନ ଏବଂ ବିକି କୌଶଲଙ୍କ ଫିଲ୍ମ 'ଜରା ହଟକେ ଜରା ବଚକେ' ରିଲିଜ ହୋଇଥିଲା । ଏହି ଫିଲ୍ମ ବିକି ଏବଂ ସାରା ପ୍ରଥମ ଥର ସ୍କ୍ରିନ ସେୟାର କରଥିବା ବେଳେ ଲୋକେ ଏହି ଯୋଡିଙ୍କ କେମେଷ୍ଟ୍ରିକୁ ବେଶ ପସନ୍ଦ କରିଥିଲେ । ରୋଜଗାରରେ ମଧ୍ୟ ଫିଲ୍ମ ନିଜ ବଜେଟ ଆୟରୁ ଅଧିକ ଆୟ କରି ରେକର୍ଡ ସୃଷ୍ଟି କରିଥିଲା । ୪୦ କୋଟି ବଜେଟରେ ନିର୍ମିତ ଏହି ଫିଲ୍ମ ବର୍ତ୍ତମାନ ନିଜ ବଜେଟର ଦୁଇ ଗୁଣ କଲେକ୍ସନ କରିବାରେ ମଧ୍ୟ ସଫଳ ହୋଇଥିଲା । ଫିଲ୍ମ ମୋଟ ୮୭.୭୭ କୋଟି ଟଙ୍କା ଆୟ କରି ସଫଳତା ହାସଲ କରିଛି ।

ଏହା ମଧ୍ୟ ପଢନ୍ତୁ: କ୍ୟାଟ୍ରିନା ମଧ୍ୟବିତ୍ତ ପରିବାରର ବୋହୂ ପରି ଲାଗୁନାହାନ୍ତି, ଏମିତି କାହିଁକି କହିଲେ ନିର୍ଦ୍ଦେଶକ

'ଜରା ହଟକେ ଜରା ବଚକେ' ଫିଲ୍ମ କାହାଣୀ

ଫିଲ୍ମ 'ଜରା ହଟକେ ଜରା ବଚକେ'କୁ ନିର୍ଦ୍ଦେଶକ ଲକ୍ଷ୍ମଣ ଉତ୍ତେକରଙ୍କ ନିର୍ଦ୍ଦେଶନା ଦେଇଛନ୍ତି । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ବିକି କୌଶଲ ଏବଂ ସାରା ଅଲି ଖାନ ଜଣେ ଦମ୍ପତି କପିଲ ଏବଂ ସୌମ୍ୟାଙ୍କ ଭୂମିକାରେ ଅଭିନୟ କରିଛନ୍ତି । ଫିଲ୍ମରେ କପିଲ ଏବଂ ସୌମ୍ୟା ପରସ୍ପରକୁ ବହୁତ ଭଲ ପାଆନ୍ତି, କିନ୍ତୁ କୌଣସି କାରଣରୁ ସେମାନଙ୍କ ମଧ୍ୟରେ ଛାଡପତ୍ର ହେବାର ସମ୍ଭାବନା ଥାଏ । ଏହା ପରେ ଅନେକ ଟୁଇଷ୍ଟ୍‌ ଆସେ ଯାହା ବହୁତ ସୁନ୍ଦର ଭାବେ ଫିଲ୍ମରେ ଦର୍ଶାଯାଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.