ETV Bharat / entertainment

ଆସିଲା ଧୱନଙ୍କ ଫିଲ୍ମ ରିଲିଜ ଡେଟ, ଏହି ଦୁଇଟି ଫିଲ୍ମ ସହ ହେବ ଟକ୍କର ! - Baby John release Date

author img

By ETV Bharat Odisha Team

Published : Jun 26, 2024, 7:29 PM IST

Baby John release Date: ଘୋଷଣା ହେଲା ବରୁଣ ଧୱନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ବେବି ଜନ'ର ରିଲିଜ୍ ତାରିଖ । ଏହି ସବୁ ଫିଲ୍ମକୁ ଟକ୍କର ଦେବାକୁ ରେଡ଼ି ଅଛି ବେବି ଜନ । ଅଧିକ ପଢ଼ନ୍ତୁ,

Baby John release Date
Baby John release Date (@muradkhetani)

ହାଇଦ୍ରାବାଦ: ଫ୍ୟାନ୍ସଙ୍କ ପାଇଁ ଖୁସି ଖବର ଆଣିଲେ ବରୁଣ ଧୱନ । ଆଜି ବହୁ ପ୍ରତିକ୍ଷିତ ବରୁଣ ଧୱନଙ୍କ ଆକ୍ସନ୍ ଡ୍ରାମା ଫିଲ୍ମ 'ବେବି ଜନ'ର ରିଲିଜ୍ ତାରିଖ ଘୋଷଣା କରାଯାଇଛି । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ଲୋକପ୍ରିୟ ଅଭିନେତା ବରୁଣ ଧୱନ ମୁଖ୍ୟ ଭୂମିକାରେ ନଜର ଆସୁଥିବା ବେଳେ କିର୍ତ୍ତୀ ସୁରେଶ, ଜ୍ୟାକି ଶ୍ରଫ ଏବଂ ରାଜପାଲ ଯାଦବଙ୍କୁ ଦେଖିବାକୁ ପାଇବେ ଦର୍ଶକ । ପୂର୍ବରୁ ଫିଲ୍ମର ଦମଦାର ଟ୍ରେଲର ରିଲଜ ହୋଇଥିବା ବେଳେ ମେକର୍ସ ଆଜି ଏହି ଫିଲ୍ମର ରିଲିଜ ଡେଟ ଘୋଷଣା କରିଛନ୍ତି । ତେବେ ଆସନ୍ତୁ ଜାଣିବା କେଉଁ ଦିନ ବଡ଼ ପରଦାକୁ ଆସିବାକୁ ଯାଉଛି ଏହି ଫିଲ୍ମ ।

ଏହି ଦିନ ହେବ ଫିଲ୍ମ ରିଲିଜ

ତେବେ ପୂର୍ବରୁ ଫିଲ୍ମର ନାଁ 'VD 18' ରହିଥିଲା ଏବଂ ଏହା ମେ ୩୧ରେ ପ୍ରେକ୍ଷାଳୟରେ ରିଲିଜ ହେବାକୁ ଥିଲା । ହେଲେ କୌଣସି କାରଣରୁ ଏହି ଫିଲ୍ମ ସେହି ଦିନ ରିଲିଜ ହୋଇ ନଥିଲା । ଆଜି ବେବି ଜନର ନିର୍ମାତାମାନେ ବରୁଣ ଧାୱନଙ୍କ ଚମତ୍କାର ପୋଷ୍ଟର ସେୟାର କରି ଫିଲ୍ମର ରିଲିଜ୍ ତାରିଖ ଘୋଷଣା କରିଛନ୍ତି । ଯେଉଁଥିରେ ଏହି ଫିଲ୍ମ 25 ଡିସେମ୍ବରରେ ରିଲିଜ ହେବ ବୋଲି ଲେଖାଅଛି । ବରୁଣଙ୍କ ସହିତ ଫିଲ୍ମରେ ଭାମିକା ଗାବି ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ନଜର ଆସିବେ ।

ଏହା ମଧ୍ୟ ପଢ଼ନ୍ତୁ... 'ବେବି ଜନ' ଟିଜର ରିଲିଜ, ବରୁଣ ଧୱନଙ୍କ ଫିଲ୍ମକୁ ମିଳିଲା ଟାଇଟଲ

ସୂଚନା ଥାଉ କି, ବେବି ଜନର କାହାଣୀ କାଲିଶ ଲେଖିଛନ୍ତି । ଅଟଲି କୁମାରଙ୍କ ନିର୍ଦ୍ଦେଶିତ ସାଉଥ ଇଣ୍ଡିଆନ ଫିଲ୍ମ ଥେରିର ଅଫିସିଆଲ୍ ହିନ୍ଦୀ ରିମେକ୍ ହେଉଛି ବେବି ଜନ । ଯାହାକି 2016 ମସିହାରେ ମୁକ୍ତିଲାଭ କରିଥିଲା । ଯେଉଁଥିରେ ସାଉଥ ସୁପରଷ୍ଟାର ବିଜୟ ଏବଂ ସାମନ୍ତରାୟ ରୁଥ ପ୍ରଭୁ ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ । ତେବେ ଫିଲ୍ମର ସୁଟିଂ ସମୟରେ ଆହତ ହୋଇଥିଲେ ବରୁଣ । ଏହି ଫିଲ୍ମର ସୁଟିଂ ସମୟରେ ଲୁହା ରଡ୍‌ ବାଜି ଅଭିନେତାଙ୍କ ଗୋଡରେ ଆଘାତ ଲାଗିଥିଲା । ଅଭିନେତା ନିଜ ସୋସିଆଲ ମିଡିଆରେ ଆହତ ଗୋଡ଼ର ଫଟୋ ସେୟାର କରି ଏହାର ସୂଚନା ଦେଇଥିଲେ ।

ପ୍ରକାଶ ଥାଉ କି, ଡିସେମ୍ବର 2024 ମାସରେ କେବଳ ବରୁଣ ଧାୱନଙ୍କ ବେବି ଜନ ନୁହେଁ ବରଂ ଅକ୍ଷୟ କୁମାରଙ୍କ କମେଡି ଫିଲ୍ମ ୱେଲକମ 3 ମଧ୍ୟ ରିଲିଜ ହେବାକୁ ଯାଉଛି । ଏହା ସହିତ ଆମୀର ଖାନଙ୍କ ସିତାରେ ଜମିନ୍ ପର ଏବଂ ମୁଫାସା ମଧ୍ୟ ଡିସେମ୍ବର 20ରେ ମୁକ୍ତିଲାଭ କରିବାକୁ ଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.