ETV Bharat / entertainment

କଣ୍ଠଶିଳ୍ପୀ ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋ ଉଥୁପଙ୍କ ପରଲୋକ - Usha Uthups Husband Passes Away

author img

By ETV Bharat Odisha Team

Published : Jul 9, 2024, 11:51 AM IST

Updated : Jul 9, 2024, 1:48 PM IST

Usha Uthup's Husband Passes Away: ଲୋକପ୍ରିୟ କଣ୍ଠଶିଳ୍ପୀ ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋ ଉଥୁପଙ୍କ ପରଲୋକ । ହୃଦଘାତରେ ଜାନି ଚାକୋଙ୍କ ଦେହାନ୍ତ ହୋଇଛି । ସ୍ୱାମୀଙ୍କ ମୃତ୍ୟୁ ପରେ ଗାୟିକା ଦୁଃଖରେ ଭାଙ୍ଗିପଡିଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

Etv Bharat
Etv Bharat (Etv Bharat)

ହାଇଦ୍ରାବାଦ: ଜଣାଶୁଣା ଭାରତୀୟ ପପ୍ ଗାୟିକା ଉଷା ଉଥୁପଙ୍କ ସ୍ୱାମୀ ଜାନି ଚାକୋଙ୍କ ଦେହାନ୍ତ ହୋଇଛି । ସେ ଜୁଲାଇ 8, ସୋମବାର ଦିନ କୋଲକାତାରେ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ହୃଦ୍‌ଘାତ କାରଣରୁ ତାଙ୍କ ଦେହାନ୍ତ ହୋଇଥିବା ନେଇ ପରିବାର ସଦସ୍ୟ ସୂଚନା ଦେଇଛନ୍ତି । ମୃତ୍ୟୁ ବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ଗାୟିକା ଦୁଃଖରେ ଭାଙ୍ଗିପଡିଥିବା ବେଳେ ପରିବାରରେ ଶୋକର ଛାୟା ଖେଳିଯାଇଛି ।

ଟିଭି ଦେଖିବା ସମୟରେ ହୋଇଥିଲା ହାଟାର୍ଟକ୍

ମି଼ଡିଆ ରିପୋର୍ଟ ଅନୁଯାୟୀ, ସୋମବାର ଦିନ ଜାନି ଚାକୋ ଘରେ ଟିଭି ଦେଖୁଥିଲେ । ଏହି ସମୟରେ ସେ ଅସୁସ୍ଥତା ଅନୁଭବ କରିଥିଲେ । ଯାହା ପରେ ଜାନି ଚାକୋଙ୍କୁ ତୁରନ୍ତ ନିକଟସ୍ଥ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିଲା । ହେଲେ ହସ୍ପିଟାଲ ପହଞ୍ଚିଲା ବେଳକୁ ବିଳମ୍ୱ ହୋଇଯାଇଥିଲା । ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ । ହୃଦ୍‌ଘାତ ଯୋଗୁଁ ତାଙ୍କର ମୃତ୍ୟୁ ହୋଇଥିବା ଡାକ୍ତରମାନେ କହିଛନ୍ତି । ତାଙ୍କର ଶେଷ ରୀତିନୀତି ଆଜି, ମଙ୍ଗଳବାର ଅନୁଷ୍ଠିତ ହେବ ବୋଲି ଜଣାପଡିଛି।

ଜାନି ଉଷା ଉଥୁପଙ୍କର ଦ୍ୱିତୀୟ ସ୍ୱାମୀ ଥିଲେ

ଜାନି ଚାକୋ ଉଷା ଉଥୁପଙ୍କ ଦ୍ୱିତୀୟ ସ୍ୱାମୀ ଥିଲେ ଏବଂ ସେ ବ୍ୟବସାୟ କରୁଥିଲେ । ସେ ଚା' ବଗିଚା ବ୍ୟବସାୟ ସହିତ ଜଡିତ ଥିଲେ । ଦୁହେଁ ୭୦ ଦଶକର ପ୍ରାରମ୍ଭରେ ପ୍ରସିଦ୍ଧ ନାଇଟ୍ କ୍ଲବ୍ ଟ୍ରିନକାସାରେ ସାକ୍ଷାତ ହୋଇଥିଲେ । ଜାନି ଚାକୋ ଏକ ପୁଅ ଏବଂ ଝିଅ ସହ ଉଷା ଉଥୁପ ବଞ୍ଚିଛନ୍ତି । ଉଷା ଉଥୁପ ପୂର୍ବରୁ ଦିବଙ୍ଗତ ରାମୁଙ୍କୁ ବିବାହ କରିଥିଲେ । ତେବେ ଜାନିଙ୍କ ବିୟୋଗରେ ପୁରା ପରୁବାର ଦୁଃଖରେ ଭାଙ୍ଗିପଡିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଦୁନିଆକୁ ଅଲବିଦା କହିଲେ ଟାଇଟାନିକ ନିର୍ମାତା ଜନ ଲ୍ୟାଣ୍ଡୋ

ଉଷା ଉଥୁପଙ୍କ କ୍ୟାରିଅର

ଉଷା ଉଥୁପ୍ ଜଣେ ବଲିଉଡର ଜଣେ ପ୍ରସିଦ୍ଧ ଗାୟକ । ହିନ୍ଦୀ ସହିତ ସେ ବିଭିନ୍ନ ଭାଷାରେ ଗୀତ ଗାଇଛନ୍ତି । ଉଷା ଉଥୁପ 1969 ମସିହାରେ ଚେନ୍ନାଇର ଏକ ଛୋଟ ନାଇଟ୍ କ୍ଲବରେ ତାଙ୍କର ସଙ୍ଗୀତ ଜୀବନ ଆରମ୍ଭ କରିଥିଲେ । ତାଙ୍କର ଶକ୍ତିଶାଳୀ ସ୍ୱର ହେତୁ ସେ ବହୁ ଲୋକପ୍ରିୟତା ପାଇଲେ ଏବଂ ଦେଶର ଅନେକ ବଡ ନାଇଟ୍ କ୍ଲବରେ ଗୀତ କରିବାର ସୁଯୋଗ ପାଇଥିଲେ । ଏହି ସମୟରେ ଦିଲ୍ଲୀର ଏକ ନାଇଟ୍ କ୍ଲବରେ ଦିବଙ୍ଗତ ଅଭିନେତା ଦେବ ଆନନ୍ଦ ଉଷା ଉଥୁପଙ୍କୁ ଦେଖି ୧୯୭୧ ଚଳଚ୍ଚିତ୍ର 'ହରେ ରାମା ହରେ କୃଷ୍ଣ' ସହ ବଲିଉଡରେ ଡେବ୍ୟୁ କରିବାର ସୁଯୋଗ ଦେଇଥିଲେ । ଏହା ପରେ ସେ ଆଉ ପଛକୁ ଫେରିନଥିଲେ । ଗୋଟିଏ ପରେ ଗୋଟିଏ ଗୀତ ଗାଇ ଲୋକପ୍ରିୟତା ହାସଲ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Jul 9, 2024, 1:48 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.