ମୁମ୍ବାଇ: ହଲିଉଡ୍ ଷ୍ଟାର ଟମ୍ କ୍ରୁଜ୍ 'ମିଶନ୍ ଇମ୍ପସିବଲ୍ 8' ପାଇଁ ସୁଟିଂରେ ବ୍ୟସ୍ତ ଅଛନ୍ତି । ଏହାରି ମଧ୍ୟରେ ଅଭିନେତାଙ୍କୁ ସୁଟିଂ ସମୟରେ ଲଣ୍ଡନ ଷ୍ଟ୍ରିଟରେ ଦେଖିବାକୁ ମିଳିଛି । ଟମ୍ କ୍ରୁଜ୍ ରାସ୍ତାରେ ଦୌଡୁଥିବାର ନଜର ଆସିଛନ୍ତି । ଯାହାର ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।
ତେବେ 'ମିଶନ ଇମ୍ପସିବଲ-ଡେଡ୍ ରେକନିଂ ପାର୍ଟ ୨'ର ସେଟରୁ ଭାଇରାଲ ହେଉଥିବା ବେଳେ ଟମ୍ କ୍ରୁଜ ବ୍ଲୁ ପ୍ୟାଣ୍ଟ, ହ୍ବାଇଟ ସାର୍ଟ ଓ ବ୍ଲୁ ବ୍ଲେଜର ପିନ୍ଧିଥିବାର ଦେଖିବାକୁ ମିଳିଛି । ତେବେ ଏହି ଫିଲ୍ମର ଆକ୍ସନ ପାର୍ଟକୁ ଏଠାରେ ସୁଟିଂ କରାଯାଇଛି । ସେପଟେ ଫିଲ୍ମ 'ମିଶନ ଇମ୍ପସିବୱ- ଡେଡ୍ ରେକନିଂ ପାର୍ଟ ୨' ର ସୁଟିଂ ସମୟର ଫଟୋ ଓ ଭିଡିଓ ଭାଇରାଲ ହେବା ମାତ୍ରେ ଫ୍ୟାନ୍ସମାନେ ଲାଇକ ଓ କମେଣ୍ଟ ଦେଇଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି ଯେ, 'ଲମ୍ବା ଚୁଟିରେ ଇଥନ୍ ହଣ୍ଟ ଫେରିଛନ୍ତି, ଗ୍ରେଟ' । ସେହିପରି ଅନ୍ୟ ଜଣେ ଫ୍ୟାନ ଲେଖିଛନ୍ତି ଯେ, 'ଏପରି ଲାଗୁଛି ଯେ ଆପଣଙ୍କ ଭଳି କେହି ନାହାନ୍ତି ' । ଆଉ ଜଣେ ଲେଖିଛନ୍ତି ଯେ, କ୍ରୁଜଙ୍କ ଏହି ବୟସରେ ଏଭଳି ଦୌଡିବା ବହୁତ ଇମ୍ପ୍ରେସିବ ଅଟେ ।
ଏହା ମଧ୍ୟ ପଢନ୍ତୁ-'ମାଷ୍ଟର' ନିର୍ଦ୍ଦେଶକଙ୍କ ସହ ଧମାକା କରିବେ ରଜନୀକାନ୍ତ, ଏବେଠୁ ଆରମ୍ଭ ହେବ 'ଥଲାଇବର ୧୭୧' ସୁଟିଂ
ପ୍ରକାଶ ଥାଉକି, 'ମିଶନ୍ ଇମ୍ପସିବଲ୍ 8 - ଡେଡ୍ ରେକନିଂ ପାର୍ଟ 2'ର ସେଟରୁ ଆସିଥିବା ଫଟୋ ଗୁଡ଼ିକରେ ବିଗ୍ ବ୍ୟାନଙ୍କ ସହିତ ଟମ୍ ପାର୍ଲିଆମେଣ୍ଟର ଲଣ୍ଡନ ହାଉସରେ ସୁଟିଂ କରୁଛନ୍ତି । ଫିଲ୍ମ ମିଶନ ଇମ୍ପସିବଲ 21 ମଇ 2025ରେ ରିଲିଜ୍ ହେବ । ସେହିପରି ଗତବର୍ଷ ଟମ୍ କ୍ରୁଜଙ୍କ 'ମିଶନ୍ ଇମ୍ପସିବଲ୍ 7' ରିଲିଜ ହୋଇଥିଲା । ଏହି ଫିଲ୍ମ 2ଦିନ ମଧ୍ୟରେ 21 କୋଟିରୁ ଅଧିକ ରୋଜଗାର କରିଥିଲା । 'ମିଶନ ଇମ୍ପସିବଲ୍ 7' 290 କୋଟି ଆମେରିକୀୟ ଡଲାର ବଜେଟରେ ନିର୍ମିତ ଫିଲ୍ମ ହୋଇଥିଲା । ଏହି ସଫଳତା ଦେଖି ଆଗାମୀ ଦିନରେ ଫିଲ୍ମ ଭାରତ ତଥା ବିଶ୍ବରେ ଅଧିକ ରୋଜଗାର ସହ ସଫଳତା ହାସଲ କରିପାରେ ବୋଲି ଅନୁମାନ କରାଯାଉଛି । ମିଶନ ଇମ୍ପସିବଲ୍ 7ରେ ଟମ୍ କ୍ରୁଜ୍ ତାଙ୍କ କ୍ୟାରିୟରର ସବୁଠାରୁ ବଡ ଚଳଚ୍ଚିତ୍ର ମିଶନ୍ ଇମ୍ପସିବଲ୍ ସିରିଜରେ ଇଥନ୍ ହଣ୍ଟ ନାମକ ଜଣେ ଗୁପ୍ତଚର ଅଧିକାରୀଙ୍କ ଚରିତ୍ରରେ ଅଭିନୟ କରିଥିଲେ ।