ETV Bharat / entertainment

ଦୁନିଆକୁ ଅଲବିଦା କହିଲେ 'ଟାଇଟନିକ' ଫେମ ଅଭିନେତା ବର୍ଣ୍ଣାଡ ହିଲ - Bernard Hill Passes Away - BERNARD HILL PASSES AWAY

Bernard Hill Death: ଲୋକପ୍ରିୟ ହଲିଉଡ ଅଭିନେତା ବର୍ଣ୍ଣାଡ ହିଲଙ୍କର ପରଲୋକ । ୭୯ ବର୍ଷ ବୟସରେ ଆଖି ବୁଜିଲେ ଅଭିନେତା । ସୋସିଆଲ ମିଡିଆରେ ବର୍ଣ୍ଣାଡ ହିଲଙ୍କ ମୃତ୍ୟୁର ଖବର ତାଙ୍କ ସହ-ତାରକା ବାର୍ବାରା ଡିକ୍ସନ ସୂଚନା ଦେଇଛନ୍ତି ।

ଦୁନିଆକୁ ଅଲବିଦା କହିଲେ 'ଟାଇଟନିକ' ଫେମ ଅଭିନେତା ବର୍ଣ୍ଣାଡ ହିଲ
ଦୁନିଆକୁ ଅଲବିଦା କହିଲେ 'ଟାଇଟନିକ' ଫେମ ଅଭିନେତା ବର୍ଣ୍ଣାଡ ହିଲ ((File Photo- AP))
author img

By ETV Bharat Odisha Team

Published : May 6, 2024, 1:03 PM IST

ହାଇଦ୍ରାବାଦ: ମନୋରଞ୍ଜନ ଜଗତରୁ ପୁଣି ଆସିଲା ଦୁଃଖଦ ଖବର । ଆଉ ନାହାନ୍ତି ହଲିଉଡ ଅଭିନେତା ବର୍ଣ୍ଣାଡ ହିଲ । ୭୯ ବର୍ଷ ବୟସରେ ଶେଷ ନିଃଶ୍ୱାସ ତ୍ୟାଗ କରିଛନ୍ତି ଅଭିନେତା । ତାଙ୍କ ମୃତ୍ୟୁ ଖବର ସହ-ତାରକା ବାର୍ବାରା ଡିକ୍ସନ ସୋସିଆଲ ମିଡିଆ ଜରିଆରେ ସୂଚନା ଦେଇଛନ୍ତି । ଏହି ଖବର ଆସିବା ମାତ୍ର ହଲିଉଡ ଇଣ୍ଡଷ୍ଟ୍ରି ସମେତ ଫ୍ୟାନ୍ସଙ୍କ ମହଲରେ ଶୋକର ଛାୟା ଖେଳିଯାଇଛି । କହିରଖୁଛୁ କି, ୧୯୯୭ ଚଳଚ୍ଚିତ୍ର 'ଟାଇଟନିକ'ରେ କ୍ୟାପଟେନ ଏଡୱାର୍ଡ ଜନ ସ୍ମିଥ ଭୂମିକାରେ ବର୍ଣ୍ଣାଡ ହିଲ ଅଭିନୟ କରି ବେଶ ପରିଚୟ ସୃଷ୍ଟି କରିଥିଲେ ।

ବାର୍ବାରା ଡିକ୍ସନ ଏକ୍ସରେ ଏକ ପୋଷ୍ଟ ସେୟାର କରି କ୍ୟାପସନରେ ଲେଖିଛନ୍ତି, ''ମୁଁ ବହୁତ ଦୁଃଖର ସହ ଆପଣମାନଙ୍କୁ ଏହା ସେୟାର କରୁଛି ଯେ ବର୍ଣ୍ଣାଡ ହିଲଙ୍କର ଦେହାନ୍ତ ହୋଇଛି । ଆମେ ଜନ୍ ପଲ ଜର୍ଜ ରିଙ୍ଗୋ ଏବଂ ବର୍ଟ, ୱିଲି ରସେଲଙ୍କ ସୋ'ରେ 1974-75ରେ ଏକାଠି କାମ କରିଥିଲୁ । ପ୍ରକୃତରେ ସେ ଜଣେ ଚତ୍ମକାର ଅଭିନେତା । ତାଙ୍କ ଆତ୍ମାକୁ ଶାନ୍ତି ମିଳୁ ।'' ଏହି ଖବର ଆସିବା ପରେ ଫ୍ୟାନ୍ସଙ୍କ ସମେତ ଅନେକ ସେଲିବ୍ରିଟି ଦୁଃଖ ପ୍ରକାଶ କରିଛନ୍ତି ଏବଂ ଅଭିନେତାଙ୍କୁ ଶ୍ରଦ୍ଧାଞ୍ଚଳୀ ଜଣାଇବା ସହ ପରିବାରକୁ ସମବେଦନା ଜଣାଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: ଜୀବନ ହାରିଲେ ଭୋଜପୁରୀ ଅଭିନେତ୍ରୀ ଅମୃତା ପାଣ୍ଡେ, ମୃତ୍ୟୁ ପୂର୍ବରୁ କରିଥିଲେ ଏହି ପୋଷ୍ଟ

ବର୍ଣ୍ଣାଡ ହିଲଙ୍କ କ୍ୟାରିୟର

ବର୍ଣ୍ଣାଡ ହିଲ ତାଙ୍କ କ୍ୟାରିୟରରେ ଅନେକ ଚଳଚ୍ଚିତ୍ର ଏବଂ ସିରିଜରେ କାମ କରିଥିଲେ । ସେ ୧୯୭୬ ମସିହାରେ ଟ୍ରାଏଲ୍ ବାଏ କମ୍ବାଟ୍ ଚଳଚ୍ଚିତ୍ର ସହ ନିଜ କ୍ୟାରିୟର ଆରମ୍ଭ କରିଥିଲେ । ଏହାପରେ ସେ ଗାନ୍ଧୀ, ଦି ବାଉଣ୍ଟି, ଚେନ, ମାଉଣ୍ଟେନ୍ସ ଅଫ୍ ଚନ୍ଦ୍ର, ଟାଇଟାନିକ୍, ସ୍କର୍ପିଓନ କିଙ୍ଗ, ଲର୍ଡ ଅଫ ଦି ରିଙ୍ଗ ଏବଂ ଔର ନାଥ ଭର୍ସେସ ସାଉଥ ଭଳି ଚଳଚ୍ଚିତ୍ରରେ କାମ କରିଥିଲେ । ସେ ବ୍ଲାକ ଷ୍ଟଫ, ସନରାଇଜ ଏବଂ ଓଲଫ ହଲ ପରି ସିରିଜ୍ ପାଇଁ ମଧ୍ୟ ଜଣାଶୁଣା । ତାଙ୍କର ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ବର୍ଣ୍ଣାଡ ହିଲ ବାଫଟା ପୁରସ୍କାର, କ୍ରିଟିକ୍ସ ଚୟସ ଆୱାର୍ଡ, ବ୍ରୋଡକାଷ୍ଟିଂ ପ୍ରେସ୍ ଗିଲ୍ଡ ପୁରସ୍କାର ଏବଂ ଅନ୍ତର୍ଜାତୀୟ ଏମି ପୁରସ୍କାର ପାଇଁ ମନୋନୀତ ହୋଇଥିଲେ । ସେ ଏକ ମୋସନ୍ ପିକ୍ଚର (ଲର୍ଡ ଅଫ ଦି ରିଙ୍ଗ: ଦି ରିଟର୍ନ ଅଫ କିଙ୍ଗ) ଉଲ୍ଲେଖନୀୟ ପ୍ରଦର୍ଶନ ପାଇଁ ୨୦୦୪ରେ ଏକ ସ୍କ୍ରିନ୍ ଆକ୍ଟର୍ସ ଗିଲ୍ଡ ପୁରସ୍କାର ଗ୍ରହଣ କରିଥିଲେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.