ମୁମ୍ବାଇ: ପୃଥ୍ବୀରାଜ ସୁକୁମାରନଙ୍କ ଆଗାମୀ ଚଳଚ୍ଚିତ୍ର 'ଦ ଗୋଟ ଲାଇଫ' ଦୀର୍ଘ ଦିନ ଧରି ଚର୍ଚ୍ଚାରେ ରହିଆସିଛି । ଏହାରି ମଧ୍ୟରେ ଗତକାଲି ଅର୍ଥାତ ମାର୍ଚ୍ଚ 9ରେ ଫିଲ୍ମର ଟ୍ରେଲର ରିଲିଜ ହୋଇଛି । ଏଥିରେ ମୁଖ୍ୟ ଭୂମିକାରେ ପୃଥ୍ବୀରାଜ ସୁକୁମାରନଙ୍କୁ ଦେଖିବାକୁ ମିଳିଛି । ଏହି ଫିଲ୍ମଟି ଏକ ସତ ଘଟଣା ଉପରେ ଆଧାରିତ । ମାର୍ଚ୍ଚ 28 ତାରିଖରେ ଏହା ପ୍ରେକ୍ଷାଳୟରେ ମୁକ୍ତଲାଭ କରିବ । ତେବେ ଏହି ଚଳଚ୍ଚିତ୍ରଟି ଏଭଳି ଜଣେ ବ୍ୟକ୍ତିଙ୍କ କାହାଣୀ ଯିଏ ଏକ ଭଲ ଜୀବନ ଖୋଜୁଛି ଏବଂ ତାଙ୍କ ଯାତ୍ରାରେ ସେ ଅନେକ ଅସୁବିଧାର ସମ୍ମୁଖୀନ ହେଉଥିବା ଦେଖିବାକୁ ମିଳିବ ।
- " class="align-text-top noRightClick twitterSection" data="">
ଏହି ଫିଲ୍ମଟି ମାଲାୟାଲମର ଲୋକପ୍ରିୟ ଉପନ୍ୟାସ 'ଆଦୁଜୀବିଥମ' ଉପରେ ଆଧାରିତ । ଯାହା ବିଦେଶୀ ଭାଷା ସମେତ 12ଟି ଭାଷାରେ ଅନୁବାଦ କରାଯାଇଛି । ପ୍ରଖ୍ୟାତ ଲେଖକ ବେନ୍ୟାମିନଙ୍କ ଦ୍ବାରା ଏହା ଲିଖିତ । ଏହା ଜଣେ ଯୁବକଙ୍କ ଜୀବନ ଉପରେ ଆଧାରିତ । ଯିଏ ୯୦ ଦଶକର ଆରମ୍ଭରେ ବିଦେଶରେ ନିଜର ଭାଗ୍ୟ ଅନ୍ବେଷଣ ପାଇଁ କେରଳର ସୁନ୍ଦର ଉପକୂଳରେ ଅନେକ କଷ୍ଟର ସାମ୍ନା କରିଯାଇଛନ୍ତି ।
ପୃଥ୍ବୀରାଜ ସୁକୁମାରନ ଚଳଚ୍ଚିତ୍ର 'ଦ ଗୋଟ ଲାଇଫ'କୁ ନେଇ କହିଛନ୍ତି ଯେ, ଏହା ଏକ ବଡ ଯାତ୍ରା ରହିଛି ଏବଂ ଏହା ସହଜ ନୁହେଁ । ଏକ ଦଶନ୍ଧି ଧରି ଅପେକ୍ଷା କରିବା ପରେ ଦର୍ଶକମାନେ ଆମର କଠିନ ପରିଶ୍ରମ ଏବଂ କଷ୍ଟର ଫଳ ଦେଖିବାକୁ ପାଇବେ । କୋଭିଡ୍ ଦିନ ଠାରୁ ଆଜି ପର୍ଯ୍ୟନ୍ତ ଦ ଗୋଟ ଲାଇଫ ଏକ ଅବିସ୍ମରଣୀୟ ଯାତ୍ରା । ଏ.ଆର ରେହମାନ ଫିଲ୍ମର ସଙ୍ଗୀତ ପରିବେଷଣ କରିଛନ୍ତି । 'ଦ ଗୋଟ ଲାଇଫ' ଆମ ପାଇଁ ଚଳଚ୍ଚିତ୍ର ଠାରୁ ବି ଅଧିକ, ଏହା ଏକ ଏଭଳି କାହାଣୀ ଯାହା ଆମ ହୃଦୟକୁ ସ୍ପର୍ଶ କରିଛି ଏବଂ ଏହି ସ୍ମୃତି ଆମ ସହିତ ସବୁଦିନ ପାଇଁ ରହିବ । ଆମେ ଆଶା କରୁଛୁ ଦର୍ଶକମାନେ ମଧ୍ୟ ଏହାକୁ ପସନ୍ଦ କରିବେ ।
ବିଜୁଅଲ ରୋମାନ୍ସ ଦ୍ୱାରା ନିର୍ମିତ 'ଦ ଗୋଟ ଲାଇଫ'ରେ ହଲିଉଡ ଅଭିନେତା ଜିମି ଜିନ-ଲୁଇ, ଅମଲା ପାଲ ଏବଂ କେ.ଆର ଗୋକୁଲଙ୍କ ପରି ଭାରତୀୟ ଅଭିନେତାଙ୍କ ସହିତ ତାଲିବ ଅଲ ବଲୁଶି ଏବଂ ରିକ ଏବିଙ୍କ ଭଳି ପ୍ରଖ୍ୟାତ ଅରବ ଅଭିନେତା ଅଭିନୟ କରୁଥିବାର ଦେଖିବାକୁ ମିଳିବ ।