ETV Bharat / entertainment

ବିଶ୍ୱରେ ଥାଲାପତି ବିଜୟଙ୍କ କ୍ରେଜ; 300 କୋଟି କ୍ଲବରେ ସାମିଲ ହେଲା 'ଗୋଟ' - Goat Box Office Collection Day 6

author img

By ETV Bharat Entertainment Team

Published : Sep 11, 2024, 11:18 AM IST

Goat Box Office Collection Day 6: ପରଦାରେ ଧମାକା କରୁଛି ଥାଲାପତି ବିଜୟଙ୍କ ଫିଲ୍ମ 'ଗୋଟ' । ଫିଲ୍ମ କେବଳ ଭାରତରେ ନୁହେଁ ବିଶ୍ୱରେ ଭଲ ପ୍ରଦର୍ଶନ କରୁଛି । ଥାଲାପତିଙ୍କ ଏହି ଫିଲ୍ମ ଏବେ 300 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି । ସେପଟେ ଭାରତରେ ଖୁବଶୀଘ୍ର 200 କୋଟି ଛୁଇଁବ ଫିଲ୍ମ । ଅଧିକ ପଢନ୍ତୁ,

ବିଶ୍ୱରେ ଥାଲାପତି ବିଜୟଙ୍କ କ୍ରେଜ; 300 କୋଟି କ୍ଲବରେ ସାମିଲ ହେଲା 'ଗୋଟ'
ବିଶ୍ୱରେ ଥାଲାପତି ବିଜୟଙ୍କ କ୍ରେଜ; 300 କୋଟି କ୍ଲବରେ ସାମିଲ ହେଲା 'ଗୋଟ' (Film Poster/ ETV Bharat)

ହାଇଦ୍ରାବାଦ: ଥାଲାପତି ବିଜୟଙ୍କ ଫିଲ୍ମ 'ଗୋଟ' ରିଲିଜ୍ ପୂର୍ବରୁ ମଧ୍ୟ ଅନେକ ଗୁଜବ ସୃଷ୍ଟି ହୋଇଥିଲା, ଯେଉଁଥିପାଇଁ ଏହି ଆକ୍ସନ୍ ଥ୍ରୀଲରର ବଡ଼ ଧରଣର ଆଡଭାନ୍ସ ବୁକିଂ ହୋଇଥିଲା । ରିଲିଜ୍ ହେବା ପରେ ଫିଲ୍ମ ପ୍ରଥମ ଦିନରେ ପ୍ରେକ୍ଷାଳୟରେ ଦର୍ଶକଙ୍କ ଠାରୁ ଭଲ ପ୍ରତିକ୍ରିୟା ପାଇ ବମ୍ପର ରୋଜଗାର କରିଥିଲା । ବର୍ତ୍ତମାନ ଫିଲ୍ମ ରିଲିଜର 6ଷ୍ଠ ଦିନରେ ପହଞ୍ଚିଥିବା ବେଳେ ଭାରତରେ ଖୁବଶୀଘ୍ର 200 କୋଟି ଚୁଇଁବ ଫିଲ୍ମ । ସେପଟେ ବିଶ୍ୱରେ 6 ଦିନ ମଧ୍ୟରେ ଫିଲ୍ମ 300 କୋଟି କ୍ଲବରେ ସାମିଲ ହୋଇ ସଫଳତା ହାସଲ କରିଛି ।

ବିଶ୍ୱରେ 'ଗୋଟ' କଲେକ୍ସନ

ଥାଲାପତି ବିଜୟଙ୍କ 'ଗୋଟ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରୁଛି । କେବଳ ଭାରତରେ ନୁହେଁ ବିଶ୍ୱରେ ଫିଲ୍ମକୁ ନେଇ ଜବରଦସ୍ତ କ୍ରେଜ ଦେଖିବାକୁ ମିଳିଛି । ଗୋଟ ସେପ୍ଟେମ୍ୱର 5ରେ ରିଲିଜ ହୋଇଥିଲା । ଏହି ଫିଲ୍ମ ବିଶ୍ୱରେ 300 କୋଟି ପାର୍ କରିଛି । ରିପୋର୍ଟ ଅନୁସାରେ, ରିଲିଜର 6 ଦିନ ମଧ୍ୟରେ ଫିଲ୍ମ 315 କୋଟି ଆୟ କରି ସଫଳତା ହାସଲ କରିଛି ।

ଭାରତରେ 'ଗୋଟ' କଲେକ୍ସନ

'ଗୋଟ' ରିଲିଜର ପ୍ରଥମ ଦିନରେ 44 କୋଟି ଟଙ୍କା ଆୟ କରିଥିଲା । ଦ୍ୱିତୀୟ ଦିନରେ 25.5 କୋଟି ଆୟ କରିଥିବା ବେଳେ ଏହି ଚଳଚ୍ଚିତ୍ର ତୃତୀୟ ଦିନରେ 33.5 କୋଟି ଟଙ୍କା ରୋଜଗାର କରିଥିଲା । ଚତୁର୍ଥ ଦିନରେ 34 କୋଟି ଟଙ୍କା ବ୍ୟବସାୟ କରିଥିଲା ଏବଂ ପଞ୍ଚମ ଦିନରେ 14.75 କୋଟି ଟଙ୍କା କଲେକ୍ସନ କରିଥିଲା । ବର୍ତ୍ତମାନ ଚଳଚ୍ଚିତ୍ର ରିଲିଜର ଷଷ୍ଠ ଦିନର ରୋଜଗାରର ପ୍ରାରମ୍ଭିକ ଆକଳନ ଅର୍ଥାତ୍ ପ୍ରଥମ ମଙ୍ଗଳବାର ଆସିଛି । ସାକ୍ନିଲ୍କଙ୍କ ପ୍ରାରମ୍ଭିକ ଟ୍ରେଣ୍ଡ ରିପୋର୍ଟ ଅନୁଯାୟୀ, ରିଲିଜର ଷଷ୍ଠ ଦିନରେ ଅର୍ଥାତ୍ ପ୍ରଥମ ମଙ୍ଗଳବାର ଦିନ 10.50 କୋଟି ଟଙ୍କା ବ୍ୟବସାୟ କରିଛି ।ଏହା ସହିତ 6 ଦିନରେ ମୋଟ ରୋଜଗାର ବର୍ତ୍ତମାନ 162.25 କୋଟିରେ ପହଞ୍ଚିଛି । ତେବେ ଖୁବଶୀଘ୍ର ଫିଲ୍ମ 200କୋଟି କ୍ଲବରେ ସାମିଲ ହେବ ବୋଲି କୁହାଯାଇଛି ।

ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା ଥାଲାପତିଙ୍କ 'GOAT'; ସାଉଥରେ ସେଲିବ୍ରେସନର ମାହୋଲ; ପୋଷ୍ଟରରେ କ୍ଷୀର ଢାଳି, ନାଚ-ଗୀତରେ ଝୁମିଲେ ଫ୍ୟାନ୍ସ

'ଗୋଟ' ଫିଲ୍ମ ଷ୍ଟାରକାଷ୍ଟ

'ଦ ଗ୍ରେଟେଷ୍ଟ ଅଫ୍ ଅଲ୍ ଟାଇମ୍' ଫିଲ୍ମଟି ଭେଙ୍କଟ ପ୍ରଭୁଙ୍କ ଦ୍ୱାରା ନିର୍ଦ୍ଦେଶିତ । ଏହି ଚଳଚ୍ଚିତ୍ରରେ ଥାଲାପତି ବିଜୟଙ୍କ ସହ ପ୍ରଭୁ ଦେବା, ମାଇକ ମୋହନ, ପ୍ରଶାନ୍ତ, ସ୍ନେହା, ଲେଲା, ଜୟରାମ, ଯୋଗୀ ବାବୁ ଏବଂ ମୀନାକ୍ଷୀ ଚୌଧୁରୀ ଅଭିନୟ କରିଛନ୍ତି । ଏଥିରେ ବିଜୟ ଡବଲ ରୋଲ ଅର୍ଥାତ ବିଜୟଙ୍କୁ ଏଥିରେ ବାପା ଏବଂ ପୁଅ ଉଭୟ ରୋଲରେ ଦେଖିବାକୁ ମିଳିଛି । ଫିଲ୍ମର ବଜେଟ୍ 300 ରୁ 400 କୋଟି ଟଙ୍କା ବୋଲି କୁହାଯାଉଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.