ETV Bharat / entertainment

ଗାୟକ ଗୁମ୍ମଡିଙ୍କୁ ତେଲେଙ୍ଗାନା ସରକାରଙ୍କ ଶ୍ରେଷ୍ଠ ସମ୍ମାନ, ଏଣିକି ନନ୍ଦୀ ବଦଳରେ କଳାକାରଙ୍କୁ ଦିଆଯିବ ଗଦ୍ଦର ଆୱାର୍ଡ

author img

By ETV Bharat Odisha Team

Published : Feb 2, 2024, 11:10 AM IST

Film Award In The Name Of Gadar: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଘୋଷଣା । ଏଣିକି ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, କବି ଏବଂ କଳାକାରମାନଙ୍କୁ ସ୍ବର୍ଗତ ଲୋକ ଗାୟକ ଗୁମ୍ମଡି ଭିଟ୍ଟଲ ରାଓ 'ଗଦ୍ଦର' ନାଁରେ ପୁରସ୍କାର ପ୍ରଦାନ କରିବେ ରାଜ୍ୟ ସରକାର । ଅଧିକ ପଢନ୍ତୁ

ତେଲେଙ୍ଗାନା ସରକାରଙ୍କ ଘୋଷଣା, ନନ୍ଦୀ ଆୱାର୍ଡ ପରିବର୍ତ୍ତେ କଳାକାରଙ୍କୁ ଦିଆଯିବ 'ଗଦ୍ଦର' ନାଁରେ ଫିଲ୍ମ ଆୱାର୍ଡ

ହାଇଦ୍ରାବାଦ: ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀଙ୍କ ଘୋଷଣା । ନନ୍ଦୀ ଆୱାର୍ଡ ପରିବର୍ତ୍ତେ ଫିଲ୍ମ କଳାକାରଙ୍କୁ 'ଗଦ୍ଦର' ନାଁରେ ପୁରସ୍କାର ପ୍ରଦାନ କରାଯିବ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ସ୍ବର୍ଗତ ଲୋକ ଗାୟକ ଗୁମ୍ମଡି ଭିଟ୍ଟଲ ରାଓଙ୍କ ସ୍ମୃତିରେ ଏହି ଆୱାର୍ଡ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, କବି ଏବଂ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରଦାନ କରାଯିବ । ଏହି ପୁରସ୍କାର ପ୍ରତ୍ୟେକ ବର୍ଷ ଗଦର ଜୟନ୍ତୀ ଅବସରରେ ପ୍ରଦାନ କରାଯିବ ।

ବୁଧବାର ଗଦ୍ଦର ଜୟନ୍ତୀ ଅବସରରେ ମୁଖ୍ୟମନ୍ତ୍ରୀ ରେବନ୍ତ ରେଡ୍ଡୀ ସାମିଲ ହୋଇ ଏହି ଘୋଷଣା କରିଛନ୍ତି । ଏହି ସମୟରେ ସିଏମ ଗରିବଙ୍କ ଉନ୍ନତି ତଥା ତେଲେଙ୍ଗାନା ଗଠନରେ ତାଙ୍କର ଅବଦାନ ପାଇଁ ଗାୟକଙ୍କୁ ପ୍ରଶଂସା କରିଥିଲେ । ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ ତାଙ୍କୁ କିଛି ଚଳଚ୍ଚିତ୍ର ବ୍ୟକ୍ତିତ୍ୱ ସାକ୍ଷାତ କରି ନନ୍ଦୀ ପୁରସ୍କାର ପୁନଃ ଆରମ୍ଭ କରିବାକୁ ଅନୁରୋଧ କରିଥିଲେ । ଏହି କ୍ରମରେ ସିଏମ ଏହି ପୁରସ୍କାର ଆରମ୍ଭ କରିବାକୁ ଯାଉଥିବା ବେଳେ ଗତ ବର୍ଷ ମୃତ୍ୟୁବରଣ କରିଥିବା ଗଦ୍ଦରଙ୍କ ନାମରେ ଏହା ବର୍ତ୍ତମାନ ନାମିତ ହେବ ବୋଲି ସେ ସୂଚନା ଦେଇଛନ୍ତି । ତେବେ ଚଳଚ୍ଚିତ୍ର ବ୍ୟକ୍ତିତ୍ୱ, କବି ଏବଂ କଳାକାରମାନଙ୍କୁ ରାଜ୍ୟ ସରକାରଙ୍କ ପକ୍ଷରୁ 'ଗଦର' ନାଁରେ ଫିଲ୍ମ ଆୱାର୍ଡ ପ୍ରଦାନ କରାଯିବ ।

ମୁଖ୍ୟମନ୍ତ୍ରୀ କହିଛନ୍ତି, 'ମୁଁ ଏହି ମଞ୍ଚରେ ଘୋଷଣା କରି କହୁଛି ଯେ, ତାଙ୍କ ନାମରେ ପୁରସ୍କାର ନାମକରଣ କରି ଆମେ ଗଦ୍ଦରଙ୍କୁ ସମ୍ମାନ ପ୍ରଦର୍ଶନ କରୁଛୁ । ଏହି ପୁରସ୍କାର ରାଜ୍ୟ ସରକାର କବି, କଳାକାର ଏବଂ ଚଳଚ୍ଚିତ୍ର ବ୍ୟକ୍ତିତ୍ୱଙ୍କୁ ପ୍ରଦାନ କରିବେ । ଏହି ପୁରସ୍କାର ପ୍ରତ୍ୟେକ ବର୍ଷ ଗଦ୍ଦର ଜୟନ୍ତୀ ଅବସରରେ ପ୍ରଦାନ କରାଯିବ ବୋଲି ଘୋଷଣା ହୋଇଛି । ଗଦର ତେଲେଙ୍ଗନାର କିମ୍ବଦନ୍ତୀ ଏବଂ ବ୍ରାଣ୍ଡ ଆମ୍ବାସାଡର ଅଟନ୍ତି ।

ଏହା ମଧ୍ୟ ପଢନ୍ତୁ: 77 ବର୍ଷ ବୟସରେ ଆଖି ବୁଜିଲେ ଜଣାଶୁଣା ଲୋକ ଗାୟକ ଗଦ୍ଦର

କହିରଖୁଛୁ କୁ, ଗତବର୍ଷ(୨୦୨୩) ଅଗଷ୍ଟରେ ଗଦ୍ଦର ୭୭ ବର୍ଷ ବୟସରେ ହାଇଦ୍ରାବାଦର ଏକ ଘରୋଇ ଡାକ୍ତରଖାନାରେ ପ୍ରାଣ ହରାଇଥିଲେ । ୧୯୮୦ ଦଶକରେ ଏବଂ ପରେ ତେଲେଙ୍ଗାନା ରାଜ୍ୟସ୍ତରୀୟ ଆନ୍ଦୋଳନ ସମୟରେ ନିଜର କ୍ରାନ୍ତିକାରୀ ଗୀତ ପାଇଁ ଲୋକପ୍ରିୟ ଥିଲେ । ତେଲେଙ୍ଗାନାର ମେଡାକ ଜିଲ୍ଲାର ଏକ ଗରିବ ଦଳିତ ପରିବାରରେ ଗୁମ୍ମଡି ଭିଟ୍ଟଲ ରାଓ ଭାବରେ ଜନ୍ମ ହୋଇଥିବା ଗଦ୍ଦର ତାଙ୍କ ଜୀବନ କାଳରେ ସର୍ବଦା ଗରିବଙ୍କ ହକ୍ ପାଇଁ ସ୍ବର ଉଠାଇ ଆସୁଥିଲେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.