ETV Bharat / entertainment

ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR - Telangana Andhra Pradesh Heavy Rain

author img

By ETV Bharat Entertainment Team

Published : Sep 3, 2024, 2:08 PM IST

Celebs Donate For Telangana Andhra Pradesh Heavy Rain: ଆନ୍ଧ୍ରପ୍ରଦେଶ ଓ ତେଲେଙ୍ଗାନାରେ ଲଗାଣ ବର୍ଷା ପରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷା ଯୋଗୁଁ ଦୁଇ ରାଜ୍ୟରେ 25ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏପରି ସମୟରେ ପୀଡିତଙ୍କ ପାଇଁ ସାହାଯ୍ୟର ହାତ ବଢାଇଛନ୍ତି ସାଉଥ ସେଲିବ୍ରିଟି । ଏହି ତାଲିକାରେ ଜୁନିଅର ଏନଟିଆର ସମେତ କଲ୍କି 2898AD ନିର୍ମାତା ସହାୟତା ରାଶି ପ୍ରଦାନ କରିଛନ୍ତି । ଅଧିକ ପଢନ୍ତୁ,

ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR
ଆନ୍ଧ୍ର-ତେଲେଙ୍ଗାନାରେ ବର୍ଷା ବିତ୍ପାତ; ସାହାଯ୍ୟର ହାତ ବଢାଇଲେ ସାଉଥ ସେଲିବ୍ରିଟି, କୋଟିଏ ଟଙ୍କା ସହାୟତା ରାଶି ଦେଲେ Jr NTR (Photo: ANI)

ହାଇଦ୍ରାବାଦ: ଲଗାଣ ବର୍ଷାରେ ଉବୁଟୁବୁ ଆନ୍ଧ୍ର-ତେଲେଙ୍ଗାନା ରାଜ୍ୟ । ଲଗାଣ ବର୍ଷାରେ ଦୁଇ ରାଜ୍ୟରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ବର୍ଷା ପରିସ୍ଥିତି ଲୋକଙ୍କ ନିଦ ହଜାଇ ଦେଇଛି । ଦୁଇ ରାଜ୍ୟରେ 25ରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ପ୍ରବଳ ବର୍ଷା ହେତୁ ଉଭୟ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ରାଜ୍ୟ ଜଳବନ୍ଦୀ ହୋଇ ରହିଛି । ଲୋକମାନେ ନିଜ କାମକୁ ଯାଇପାରୁନାହାନ୍ତି ଏବଂ ବିଜୟୱାଡାରେ ଅଧା ଘର ଜଳମଗ୍ନ ହୋଇଯାଇଛି ଏବଂ ଲୋକମାନେ ନିଜ ଘର ଛାଡିବାକୁ ବାଧ୍ୟ ହେଉଛନ୍ତି । ଏପରି ସମୟରେ ବର୍ତ୍ତମାନ ପୀଡିତଙ୍କୁ ସାହାଯ୍ୟର ହାତ ବଢାଇଛନ୍ତି ସାଉଥ ସେଲିବ୍ରିଟି । ଜୁନିଅର ଏନଟିଆର ସମେତ କଲ୍କି 2898AD ନିର୍ମାତା ସହାୟତା ରାଶି ପ୍ରଦାନ କରିଛନ୍ତି ।

ପ୍ରତ୍ୟେକ ରାଜ୍ୟକୁ 50 ଲକ୍ଷ ସହାୟତା ରାଶି ଦେଲେ ଜୁନିଅର ଏନଟିଆର

ସାଉଥ ତାରକା ଜୁନିଅର ଏନଟିଆର ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସରକାରଙ୍କ ରିଲିଫ ପାଣ୍ଠିକୁ 50 ଲକ୍ଷ ଟଙ୍କା ଦାନ କରିଛନ୍ତି । ଜୁନିଅର NTR ଆଜି, 3 ସେପ୍ଟେମ୍ବର ସକାଳେ ତାଙ୍କ ଏକ୍ସ ହ୍ୟାଣ୍ଡେଲରେ ଏକ ପୋଷ୍ଟ ସେୟାର କରିଛନ୍ତି । ଏଥିରେ ଅଭିନେତା ଲେଖିଛନ୍ତି, ''ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନାରେ ପ୍ରବଳ ବର୍ଷା ହେତୁ ହୋଇତିବା କ୍ଷତି ଯୋଗୁଁ ମୁଁ ଅତ୍ୟଧିକ ଆଘାତ ପାଇଛି, ମୁଁ ଭଗବାନଙ୍କ ନିକଟରେ ପ୍ରାର୍ଥନା କରୁଛି ଯେ ଏସବୁ ଶୀଘ୍ର ସମାଧାନ ହୋଇଯାଉ । ଏଭଳି ପରିସ୍ଥିତିରେ ଆନ୍ଧ୍ରପ୍ରଦେଶ ଏବଂ ତେଲେଙ୍ଗାନା ସରକାର ରିଲିଫ ଓ ଉଦ୍ଧାର କାର୍ଯ୍ୟ ଯୋଗାଇ ଦିଅନ୍ତୁ । ଏପରି ସମୟରେ ମୁଁ ପୀଡିତଙ୍କ ପାଇଁଁ 50-50 ଲକ୍ଷ ଟଙ୍କା ଦାନ କରୁଛି ।''

ଏହା ମଧ୍ୟ ପଢନ୍ତୁ: ୱାୟନାଡ ଭୂସ୍ଖଳନ; ସାହାଯ୍ୟର ହାତ ବଢାଇଲେ ସାଉଥ ତାରକା, ବିକ୍ରମ-ରଶ୍ମିକାଙ୍କ ସହ ଏହି ସେଲିବ୍ରିଟି, ଏତିକି ଟଙ୍କାର କଲେ ସହାୟତା

25 ଲକ୍ଷ ସହାୟତା ରାଶି ଦେଲେ କଲ୍କି 2898AD ନିର୍ମାତା

'କଲ୍କି 2898 AD' ନିର୍ମାତା ବୈଜୟନ୍ତୀ ଚଳଚ୍ଚିତ୍ର ସେମାନଙ୍କର ଅଫିସିଆଲ୍ ଇନଷ୍ଟାଗ୍ରାମ ଆକାଉଣ୍ଟରେ ଏକ ପୋଷ୍ଟ ସେୟାର କରି ସୂଚନା ଦେଇଛନ୍ତି ଯେ ବନ୍ୟା ପ୍ରଭାବିତ ଆନ୍ଧ୍ରପ୍ରଦେଶ ସରକାରଙ୍କୁ ସେମାନେ 25 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିଛନ୍ତି । କଲ୍କି 2898 ଖ୍ରୀଷ୍ଟାବ୍ଦ ନିର୍ମାତାମାନେ ଲେଖିଛନ୍ତି, ''ଆମେ ଆନ୍ଧ୍ରପ୍ରଦେଶ ମୁଖ୍ୟମନ୍ତ୍ରୀ ରିଲିଜ ପାଣ୍ଠିରେ 25 ଲକ୍ଷ ଟଙ୍କା ସହାୟତା ରାଶି ପ୍ରଦାନ କରୁଛୁ । ଏହି ରାଜ୍ୟ ଆମକୁ ବହୁତ କିଛି ଦେଇଛି । ଏପରି ସମୟରେ କିଛି ଫେରାଇବା ଆମର କର୍ତ୍ତବ୍ୟ । ଆମେ ଚାହୁଁଛୁ ଏହି ପ୍ରକାର ସାହାଯ୍ୟ ପାଇଁ ସମଗ୍ର ଦେଶ ହାତ ବଢାନ୍ତୁ କାରଣ ଆମକୁ ଏକାଠି ଠିଆ ହେବା ଆବଶ୍ୟକ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.