ହାଇଦ୍ରାବାଦ: ରିଲିଜ ହୋଇଛି ଲୋକପ୍ରିୟ ତାରକା ରଜନୀକାନ୍ତ, ରବି ତେଜା ଏବଂ ସାହିଦ କପୁରଙ୍କ ବହୁ ପ୍ରତିକ୍ଷୀତ ଫିଲ୍ମ 'ଲାଲ ସଲାମ, ତେରି ବାତୋଁ ମେ ଏସା ଉଲଝା ଜିଆ ଏବଂ ଇଗଲ' । ଏହି ୩ଟି ଫିଲ୍ମ ଏକାସାଙ୍ଗେ ପେବୃଆରୀ ୯ରେ ରିଲିଜ ହୋଇଥିବା ବେଳେ ନିଜ ପ୍ରିୟ ତାରକାଙ୍କ ଫିଲ୍ମ ଦେଖିବାକୁ ଥିଏଟରରେ ଜମୁଛି ଫ୍ୟାନ୍ସଙ୍କ ଭିଡ଼ । ବର୍ତ୍ତମାନ ଫେବୃଆରୀ ୧୧ରେ ଏହି ୩ଟି ଫିଲ୍ମର ପ୍ରଥମ ସପ୍ତାହ ଶେଷ ହୋଇଛି । ଫିଲ୍ମଗୁଡିକ ମଧ୍ୟରେ ପ୍ରତିଦ୍ୱନ୍ଦ୍ୱିତା ଜୋରଦାର ଚାଲିଥିବା ବେଳେ ପ୍ରଥମ ସପ୍ତାହରେ ଏହି ୩ଟି ଫିଲ୍ମ ମିଶି ମୋଟ ୫୦କୋଟିରୁ ଉର୍ଦ୍ଧ୍ୱ କଲେକ୍ସନ କରି ସଫଳତା ହାସଲ କରିଛନ୍ତି ।
ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' ପ୍ରଥମ ସପ୍ତାହରେ ୨୭.୧ କୋଟି ଆୟ କରିଛି । ସେହିପରି ରଜନୀକାନ୍ତଙ୍କ ଫିଲ୍ମ 'ଲାଲ ସଲାମ' ୯.୭୦ କୋଟି ଏବଂ ରବି ତେଜାଙ୍କ ଫିଲ୍ମ 'ଇଗଲ' ୧୫.୯୦ କୋଟି ଆୟ କରିଛି । ତେବେ ପ୍ରଥମ ସପ୍ତାହରେ ଏହି ୩ ଷ୍ଟାରଙ୍କ ଫିଲ୍ମ ମୋଟ ୫୨.୦୭ କୋଟି ଆୟ କରିଛି । ସୂଚନା ଥାଉ କି, 'ତେରି ବାତୋଁ ମେ ଏସା ଉଲଝା ଜିଆ' ଫଲ୍ମ ବିଶ୍ୱରେ ଏକାକୀ ୫୦ କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।
'ତେରି ବାତୋଁ ମେ ଏସା ଉଲଝା ଜିଆ' ବକ୍ସ ଅଫିସ କଲେକ୍ସନ
ସାହିଦ କପୁର ଏବଂ କ୍ରିତି ସାନନଙ୍କ ଫିଲ୍ମ 'ତେରି ବାତୋଁ ମେ ଏସା ଉଲଝା ଜିଆ' କଲେକ୍ସନ ବିଷୟରେ କହିବାକୁ ଗଲେ, ଘରୋଇ ବକ୍ସ ଅଫିସରେ ପ୍ରଥମ ଦିନ ୬.୭ କୋଟି, ଦ୍ୱିତୀୟ ଦିନରେ ଏହି ଫିଲ୍ମ ୯.୬୫ କୋଟି ଆୟ କରିଥିଲା । ସେହିପରି ପ୍ରଥମ ସପ୍ତାହର ଶେଷ ଦିନରେ ଅର୍ଥାତ୍ ରିଲିଜର ୩ୟ ଦିନରେ ଏହି ଫିଲ୍ମ ୧୦.୭୫ କୋଟି ଆୟ କରିଛି । ଏଭଳି ପରିସ୍ଥିତିରେ ଫିଲ୍ମର ପ୍ରଥମ ୱିକେଣ୍ଡ୍ କଲେକ୍ସନ୍ ୨୭.୧ କୋଟି ଟଙ୍କାରେ ପହଞ୍ଚିଛି । ସେପଟେ ଫିଲ୍ମର ପ୍ରଥମ ସପ୍ତାହରେ ବିଶ୍ୱବ୍ୟାପୀ କଲେକ୍ସନ ୫୫.୧୦ କୋଟିକୁ ବୃଦ୍ଧି ପାଇଛି ।
ଏହା ମଧ୍ୟ ପଢନ୍ତୁ: ତେରି ବାତୋଁ ମେ ଏସା ଉଲଝା ଜିଆ: ବଢୁଛି କ୍ରେଜ, ଦ୍ୱିତୀୟ ଦିନରେ କଲା ଏତିକି କୋଟି କଲେକ୍ସନ
- " class="align-text-top noRightClick twitterSection" data="">
'ଲାଲ ସଲାମ' ବକ୍ସ ଅଫିସ କଲେକ୍ସନ
ରଜନୀକାନ୍ତଙ୍କ ଝିଅ ଐଶ୍ୱର୍ଯ୍ୟା ରଜନୀକାନ୍ତଙ୍କ ନିର୍ଦ୍ଦେଶିତ ଏବଂ ରଜନୀକାନ୍ତଙ୍କ ଫିଲ୍ମ 'ଲାଲ ସଲାମ' ବକ୍ସ ଅଫିସରେ ଭଲ ପ୍ରଦର୍ଶନ କରିବାରେ ବିଫଳ ହେଉଛି । ଫିଲ୍ମ ପ୍ରଥମ ଦିନରେ ମାତ୍ର ୩.୫୫ କୋଟି ଆୟ କରିଥିଲା । ସେହିପରି ଦ୍ୱିତୀୟ ଦିନରେ ଫିଲ୍ମ ୩.୨୫ କୋଟି ଆୟ କରିଥିବା ବେଳେ ତୃତୀୟ ଦିନରେ ୩ କୋଟି ଆୟ କରିଛି । ତେବେ ଫିଲ୍ମର ମୋଟ ଘରୋଇ ବକ୍ସ ଅଫିସ କଲେକ୍ସନ ୯.୭୦ କୋଟିକୁ ବୃଦ୍ଧି ପାଇଛି ।
ଏହା ମଧ୍ୟ ପଢନ୍ତୁ: ପରଦାକୁ ଆସିଲା 'ଲାଲ ସଲାମ'; ରଜନୀକାନ୍ତଙ୍କ ପୋଷ୍ଟର ପୂଜା କଲେ ଫ୍ୟାନ୍ସ
- " class="align-text-top noRightClick twitterSection" data="">
'ଇଗଲ' ବକ୍ସ ଅଫିସ କଲେକ୍ସନ
ସେହିପରି ରବି ତେଜାଙ୍କ 'ଇଗଲ' କଥା କହିବାକୁ ଗଲେ, ଇଗଲ ୬.୨ କୋଟି ଟଙ୍କା ସହ ଓପନିଂ କରିଥିଲା । ପରେ ଦ୍ୱିତୀୟ ଦିନରେ ଫଲ୍ମ ୫ କୋଟି ଏବଂ ତୃତୀୟ ଦିନରେ ୪.୭୦ କୋଟି ଆୟ କରିବାରେ ସଫଳ ହୋଇଛି । ଏହିପରି ଫିଲ୍ମ ମୋଟ ଭାରତୀୟ ବକ୍ସ ଅଫିସରେ ୧୫.୯୦ କୋଟି ଆୟ କରିଛି ।