ETV Bharat / entertainment

ଆଇପିଏଲ ୨୦୨୩ ବେଆଇନ ଷ୍ଟ୍ରିମିଂ ମାମଲା; ତମନ୍ନାଙ୍କ ଘରେ ପହଞ୍ଚିଲା ପୋଲିସ୍ ନୋଟିସ୍ - Tamannaah Bhatia

author img

By ETV Bharat Odisha Team

Published : Apr 25, 2024, 12:08 PM IST

Illegal Ipl Streaming Case: ଆଇପିଏଲ ୨୦୨୩ର ବେଆଇନ ଷ୍ଟ୍ରିମିଂ ମାମଲା । ଘଟଣାରେ ସଞ୍ଜୟ ଦତ୍ତଙ୍କ ପରେ ଏବେ ଅଭିନେତ୍ରୀ ତମନ୍ନା ଭାଟିଆଙ୍କୁ ହାଜର ହେବାକୁ ନୋଟିସ ଜାରି କରିଛି ମହାରାଷ୍ଟ୍ର ସାଇବର ପୋଲିସ । ଅଧିକ ପଢନ୍ତୁ,

ଆଇପିଏଲ ୨୦୨୩ର ବେଆଇନ ଷ୍ଟ୍ରିମିଂ ମାମଲା; ତମନ୍ନା ଭାଟିଆକୁ ହାଜର ହେବାକୁ ନୋଟିସ୍

ହାଇଦ୍ରାବାଦ: ଅଡୁଆରେ ବଲିଉଡ ଅଭିନେତ୍ରୀ ତମନ୍ନା ଭାଟ୍ଟିଆ । ବେଆଇନ ଆଇପିଏଲ ମ୍ୟାଚ୍ ଷ୍ଟ୍ରିମିଂ ମାମଲାରେ ଛନ୍ଦି ହୋଇଥିବା ନେଇ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ନାମ ସାମ୍ନାକୁ ଆସିଛି । ଏହି ମାମଲାରେ ମହାରାଷ୍ଟ୍ର ସାଇବର ଶାଖା ପକ୍ଷରୁ ପଚରାଉଚରା ପାଇଁ 'ବାହୁବଳୀ' ଫେମ ଅଭିନେତ୍ରୀଙ୍କୁ ହାଜର ହେବାକୁ ନୋଟିସ ଜାରି କରିଛି । ମହାରାଷ୍ଟ୍ର ସାଇବର ପୋଲିସ ଅଭିନେତ୍ରୀଙ୍କୁ ଏପ୍ରିଲ ୨୯ ରେ ପଚରାଉଚରା ପାଇଁ ହାଜର ହେବାକୁ କହିଛନ୍ତି ।

ସୂଚନା ଅନୁଯାୟୀ, ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ସମ୍ପର୍କିତ ମାମଲାରେ ତମନ୍ନାଙ୍କୁ ପଚରାଉଚରା କରାଯିବ । ତାଙ୍କୁ ସାକ୍ଷୀ ଭାବରେ ଡକାଯାଉଛି ବୋଲି ବିଶ୍ୱାସ କରାଯାଏ । ପଚରାଉଚରା ବେଳେ ଅଭିନେତ୍ରୀଙ୍କୁ ପଚରାଯିବ ଯେ ଫେୟାରପ୍ଲେ ପାଇଁ କିଏ ତାଙ୍କ ସହ ଯୋଗାଯୋଗ କରିଥିଲେ ଏବଂ ଏଥିପାଇଁ ତାଙ୍କୁ କେତେ ଟଙ୍କା ଦିଆଯାଇଥିଲା । କହିରଖୁଛୁ କି, ତମନ୍ନା ଭାଟିଆ ଫେୟାରପ୍ଲେକୁ ପ୍ରୋତ୍ସାହିତ କରିଥିଲେ । ଏଣୁ ତାଙ୍କୁ ଏହି ମାମଲାରେ ତାଙ୍କ ନାଁ ଛନ୍ଦି ହୋଇଛି ।

ତମନ୍ନାଙ୍କ ପୂର୍ବରୁ ସଞ୍ଜୟ ଦତ୍ତଙ୍କୁ ସମନ ନୋଟିସ୍

ଏହି ମାମଲାରେ ତମନ୍ନାଙ୍କ ପୂର୍ବରୁ ଅଭିନେତା ସଞ୍ଜୟ ଦତ୍ତଙ୍କୁ ମଧ୍ୟ ଏପ୍ରିଲ ୨୩ ରେ ଡକାଯାଇଥିଲା, କିନ୍ତୁ ସେ ସେମାନଙ୍କ ଆଗରେ ହାଜର ହୋଇନଥିଲେ। ଏଥିପାଇଁ ସଞ୍ଜୟ ଦତ୍ତ ତାଙ୍କ ବିବୃତ୍ତି ରେକର୍ଡ କରିବା ପାଇଁ ଏକ ନୂତନ ତାରିଖ ଏବଂ ସମୟ ମାଗିଛନ୍ତି । କାରଣ ଯେଉଁ ଦିନ ସଂଜୟ ଦତ୍ତଙ୍କୁ ମହାରାଷ୍ଟ୍ର ସାଇବର ପୋଲିସ ସମନ ଜାରି କରିଥିଲା, ସେ ଭାରତରେ ନଥିଲେ ।

ପୁରା ମାମଲା କ’ଣ?

ମହାରାଷ୍ଟ୍ର ସାଇବର ଫେୟାରପ୍ଲେ ଆପରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ମାମଲାରେ ଭିଆକମକୁ କୋଟି କୋଟି ଟଙ୍କା କ୍ଷତି ସହିବାକୁ ପଡିଲା । ଏହି ମାମଲାରେ ପଚରାଉଚରା ପାଇଁ ପୋଲିସ ଏବେ ତମନ୍ନା ଭାଟିଆଙ୍କୁ ସମନ ଜାରି କରିଛି । ତେବେ ତମନ୍ନାଙ୍କ ପୂର୍ବରୁ ମଧ୍ୟ ଅନେକ କଳାକାରଙ୍କୁ ଏହି ପ୍ରସଙ୍ଗରେ ପଚରାଉଚରା ପାଇଁ ଡକାଯାଇସାରିଛି । ପଞ୍ଜାବୀ ଗାୟକ ବାଦଶାହାଙ୍କୁ ଏହି ମାମଲାରେ ପୂର୍ବରୁ ପଚରାଉଚରା କରିସାରିଛି ମହାରାଷ୍ଟ୍ର ସାଇବର ସେଲ । ବାସ୍ତବରେ, ଫେୟାରପ୍ଲେ ଆପ୍ ମାଧ୍ୟମରେ ଆଇପିଏଲ୍ ୨୦୨୩ର ବେଆଇନ ଷ୍ଟ୍ରିମିଂ ବିଷୟରେ ଏହି ଅଭିନେତାମାନଙ୍କର ପୂର୍ବରୁ ଜଣା ଅଛି କି ନାହିଁ ତାହା ପୋଲିସ ଜାଣିବାକୁ ଚେଷ୍ଟା କରୁଛି ।

ଏହା ମଧ୍ୟ ପଢନ୍ତୁ: ଅନଲାଇନ ବେଟିଂ ଆପ ପ୍ରମୋସନ କରି ଅଡୁଆରେ ବାଦଶାହା

ଫେୟାରପ୍ଲେ ଆପ୍ କ'ଣ?

ଫେୟାରପ୍ଲେ ହେଉଛି ଏକ ଅନଲାଇନ୍ ସ୍ପୋର୍ଟସବୁକ୍ ପ୍ଲାଟଫର୍ମ । ମ୍ୟାଚଗୁଡିକ ଫେୟାରପ୍ଲେରେ ବେଆଇନ ଭାବରେ ଷ୍ଟ୍ରିମ୍ କରାଯାଇଥିଲା । ଏହି ମାମଲାରେ ଡିଜିଟାଲ ଚୋରି ମାମଲା ପଞ୍ଜିକୃତ ହୋଇଥିଲା । ଫାୟାରପ୍ଲେ ନାମକ ଏକ ବେଟିଂ ଆପରେ ଇଣ୍ଡିଆନ୍ ପ୍ରିମିୟର ଲିଗ୍ (ଆଇପିଏଲ୍) ମ୍ୟାଚ୍ ଦେଖିବା ପାଇଁ ପ୍ରୋତ୍ସାହିତ କରୁଥିବା ଅଭିଯୋଗରେ ଭିଆକମ୍ ୧୮ ନେଟୱାର୍କ ଅନେକ କଳାକାରଙ୍କ ବିରୋଧରେ ମାମଲା ରୁଜୁ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.