ETV Bharat / entertainment

ଭୁବନେଶ୍ୱରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ, କମ୍ ବଜେଟରେ ସୁଟିଂ ସୁବିଧା

author img

By ETV Bharat Odisha Team

Published : Feb 15, 2024, 2:38 PM IST

Swastik Studio In Bhubaneswar: ଏଣିକି ଫିଲ୍ମ ବା ସିରିଏଲ ସୁଟିଂ ପାଇଁ ବାହାରକୁ ଯିବାକୁ ପଡ଼ିବନି । ଭୁବନେଶ୍ୱରରେ ନିର୍ମାଣ ହୋଇଛି ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡିଓ ସ୍ୱସ୍ତିକ ଷ୍ଟୁଡିଓ । ଏଠାରେ ରହିଛି ଫିଲ୍ମ ସୁଟିଂ ସେଟ୍ । ହାତପାହାନ୍ତାରେ ଏଭଳି ସୁବିଧା ପାଇ ଖୁସିବ୍ୟକ୍ତ କରିଛନ୍ତି ଫିଲ୍ମ ନିର୍ମାତା ଏବଂ ଅଭିନେତା । ଅଧିକ ପଢନ୍ତୁ,

ଭୁବନେଶ୍ୱରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡ଼ିଓ ସ୍ୱସ୍ତିକ

ଭୁବନେଶ୍ୱର: ସରସ୍ବତୀ ପୂଜାରେ ଫିଲ୍ମ ନିର୍ମାତାଙ୍କୁ ଭେଟି । ଭୁବନେଶ୍ୱରରେ ଖୋଲିଲା ଅତ୍ୟାଧୁନିକ ଫିଲ୍ମ ଷ୍ଟୁଡ଼ିଓ ସ୍ୱସ୍ତିକ । ଗତକାଲି(ଫେବୃଆରୀ ୧୪) ସରସ୍ବତୀ ପୂଜା ଅବସରରେ ଏହି ସ୍ୱସ୍ତିକ ଷ୍ଟୁଡିଓର ଉଦଘାଟନ ହୋଇଥିବା ବେଳେ ଆଜିଠାରୁ ଏଠାରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଛି । କଳିଙ୍ଗ ଷ୍ଟୁଡିଓ ପରେ ଓଡ଼ିଶାରେ ଏହା ପ୍ରଥମ ଘରୋଇ ସିନେ ଷ୍ଟୁଡିଓ ଭାବେ ନିର୍ମିତ ହୋଇଛି । ଏହି ଗୋଟିଏ ସ୍ଥାନରେ ଏଣିକି ସୁଟିଂ ପାଇଁ ପୂରା ସେଟ ବା ପରିବେଶ ପାଇବେ ନିର୍ମାତା । ସେପଟେ ଦିନକୁ ଦିନ ଚଳଚ୍ଚିତ୍ର ଓ ଧାରାବାହିକର ସଂଖ୍ୟା ବଢ଼ିବାକୁ ଲାଗିଥିବା ବେଳେ ନିର୍ମାତା ଓ ନିର୍ଦ୍ଦେଶକଙ୍କ ଚାହିଦା ପୂରଣ କରିବାରେ ଏହା ସକ୍ଷମ ହେବ ।

ସ୍ୱସ୍ତିକ ଫିଲ୍ମ ଷ୍ଟୁଡିଓରେ ଅତ୍ୟାଧୁନିକ ସୁବିଧା

ଭୁବନେଶ୍ୱରର ବ୍ରହ୍ମେଶ୍ୱରପାଟଣାରେ ଏହି ସ୍ୱସ୍ତିକ ଫିଲ୍ମ ଷ୍ଟୁଡିଓ ନିର୍ମାଣ ହୋଇଛି । ଏଠାରେ ଫିଲ୍ମ କିମ୍ୱା ସିରିଏଲ ପାଇଁ ଆବଶ୍ୟକୀୟ ପରିବେଶ ତଥା ଜମିଦାର ଘର ସହ ଗାଁର ପରିବେଶ, ହସ୍ପିଟାଲ, ଆଇସିୟୁ, ହୋଟେଲ, ପୋଲିସ ଷ୍ଟେସନ ଏବଂ କୋର୍ଟର ପରିବେଶ ପାଇପାରିବେ ନିର୍ମାତା । ଏହା ସହିତ ଦୁଇଟି ବଡ଼ ବଡ଼ ସେଡ୍ ମଧ୍ଯ ଅଛି ଯାହାକୁ ଚଳଚ୍ଚିତ୍ର, ଧାରାବାହିକ ଓ ରିଏଲିଟି ଶୋ"ର ନିୟମିତ ତଥା ସ୍ଥାୟୀ ସେଟ୍ ଭାବେ ମଧ୍ଯ ବ୍ୟବହାର କରାଯାଇପାରିବ ।

କମ୍ ବଜେଟରେ ସୁଟିଂର ଭରପୁର ସୁବିଧା ପାଇବେ ନିର୍ମାତା

କହିରଖୁଛୁ କି, ସାଧାରଣତଃ ଅନେକ ସମୟରେ ନିର୍ମାତାଙ୍କୁ ଆବଶ୍ୟକ ପରିବେଶ ବା ସେଟ ମିଳୁନଥିବା ନେଇ ଓଡ଼ିଆ ପ୍ରଯୋଜକଙ୍କୁ ହାଇଦ୍ରାବାଦ କିମ୍ବା ଚେନ୍ନାଇ ଉପରେ ନିର୍ଭରଶୀଳ ହେବାକୁ ପଡ଼ୁଥିଲା । ଏପରିକି ଫିଲ୍ମର ବଜେଟକୁ ନେଇ ମଧ୍ୟ ଏକ ବଡ ସମସ୍ୟା ଉପୁଜୁଥିଲା । ତେବେ ବର୍ତ୍ତମାନ ଏହି ଷ୍ଟୁଡିଓ ଟି ଏବେ ସେହି ଅଭାବର ପୂରଣ କରିବ । ନିର୍ମାତା ମାନେ ସୁଟିଂ ସେଟର ଆନୁସଙ୍ଗିକ ପରିବେଶ ଓ ସାମଗ୍ରୀ ସହ କମ ବଜେଟରେ ଏବେ ରାଜ୍ଯରେ ହିଁ ସୁଟିଂ କରିପାରିବେ ଫିଲ୍ମ ।

ନବନିର୍ମିତ ଷ୍ଟୁଡିଓ ନେଇ ଖୁସିବ୍ୟକ୍ତ କଲେ ସେଲିବ୍ରିଟି

ଏକ ଏକର ପରିମିତ ସ୍ଥାନରେ ଏହି ଷ୍ଟୁଡ଼ିଓ ପ୍ରସ୍ତୁତ ହୋଇଥିବା ବେଳେ ଆଗକୁ ଯାଇ ଆହୁରି ଅନେକ ଅନୁସାଙ୍ଗିକ ସୁଟିଂ ସେଟର ପରିବେଶକୁ ନେଇ ମିନି ଫିଲ୍ମ ସିଟି ପ୍ରସ୍ତୁତିର ପରିକଳ୍ପନା କରିଛନ୍ତି ପ୍ରତିଷ୍ଠାତା ସଂଗ୍ରାମ କେଶରୀ ବା ଗାଲା ପାଇକରାୟ । ଅନ୍ୟପଟେ ଏହି ଷ୍ଟୁଡିଓକୁ ନେଇ ଓଡ଼ିଆ ସିନେ ଇଣ୍ଡଷ୍ଟ୍ରିର ଅନେକ ତାରକା, ପ୍ରଯୋଜକ, ନିର୍ଦ୍ଦେଶକ ଓ ଟେକ୍ନିସିଆନମାନେ ଖୁସିବ୍ୟକ୍ତ କରିଛନ୍ତି । ଏହା ସହରର ଉପକଣ୍ଠରେ ହୋଇଥିବାରୁ ଯାତାୟାତ ଖର୍ଚ୍ଚ ସାଙ୍ଗକୁ ସମୟ ବି ବଞ୍ଚିବ ବୋଲି କହିବା ସହ ପକେଟକୁ ସୁହାଇଲା ଭଳି ବଜେଟରେ ମଧ୍ୟ ଭଲ ସିନେମା ହୋଇପାରିବ ବୋଲି ମତବ୍ୟକ୍ତ କରିଛନ୍ତି ପ୍ରଯୋଜକ ଓ ଅଭିନେତା ।

ଏହା ମଧ୍ୟ ପଢନ୍ତୁ: ମୁକ୍ତିଲାଭ କଲା ଓଡ଼ିଆ ଫିଲ୍ମ 'କେମିତି ଏ ସମ୍ପର୍କ'

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.