ETV Bharat / entertainment

ବକ୍ସ ଅଫିସରେ 'ସ୍ତ୍ରୀ 2' କ୍ରେଜ, 15 ଦିନରେ ଏତିକି କଲେକ୍ସନ କଲା ଫିଲ୍ମ - Stree 2 Box Office Day 15

author img

By ETV Bharat Entertainment Team

Published : Aug 30, 2024, 3:56 PM IST

Stree 2 Box Office Day 15: 'ସ୍ତ୍ରୀ 2' ନେଇ ଫ୍ୟାନ୍ସ କ୍ରେଜ୍‌ ବଢ଼ିବାରେ ଲାଗିଛି । ଶ୍ରଦ୍ଧା କପୁରଙ୍କ ଫିଲ୍ମ ଦିନୁକୁ ଦିନ ଲୋକପ୍ରିୟତା ସହ ବମ୍ପର କଲେକ୍ସନ କରୁଛି । ବର୍ତ୍ତମାନ ଫିଲ୍ମ ରିଲିଜର 15 ଦିନ ମଧ୍ୟରେ ଭାରତରେ ମୋଟ 500 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି ।ଏଥିସହ 15ଦିନର କଲେକ୍ସନରେ 'ଗଦର 2' ଏବଂ 'ବାହୁବଲୀ 2' କୁ ମଧ୍ୟ ପଛରେ ପକାଇଛି । ତେବେ ମୋଟ କେତେ କଲେକ୍ସନ କରିଛି ଫିଲ୍ମ ? ଜାଣନ୍ତୁ,

ବକ୍ସ ଅଫିସରେ 'ସ୍ତ୍ରୀ 2' କ୍ରେଜ, 15 ଦିନରେ ଏତିକି କଲେକ୍ସନ କଲା ଫିଲ୍ମ
ବକ୍ସ ଅଫିସରେ 'ସ୍ତ୍ରୀ 2' କ୍ରେଜ, 15 ଦିନରେ ଏତିକି କଲେକ୍ସନ କଲା ଫିଲ୍ମ (ETV Bharat Odisha)

ହାଇଦ୍ରାବାଦ: ବଲିଉଡ ତାରକା ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ଅଭିନୀତ 'ସ୍ତ୍ରୀ ୨' ବକ୍ସ ଅଫିସରେ ଧମାକା ସୃଷ୍ଟି କରିଛି । ଏହି ଚଳଚ୍ଚିତ୍ର ଅଗଷ୍ଟ 15 ରେ ମୁକ୍ତିଲାଭ କରିଥିବା ବେଳେ ଫିଲ୍ମଟି ବକ୍ସ ଅଫିସରେ ଦୁଇଟି ଦମଦାର ସପ୍ତାହ ସମାପ୍ତ କରିଛି । ଫିଲ୍ମ ବମ୍ପର କଲେକ୍ସନ ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ରିଲିଜର 15 ଦିନ ମଧ୍ୟରେ ଭାରତରେ ମୋଟ 500 କୋଟିରୁ ଅଧିକ ଆୟ କରି ସଫଳତା ହାସଲ କରିଛି । ଏଥିସହ 15ଦିନର କଲେକ୍ସନରେ 'ଗଦର 2' ଏବଂ 'ବାହୁବଲୀ 2' କୁ ମଧ୍ୟ ପଛରେ ପକାଇଛି ।

'ସ୍ତ୍ରୀ 2' କଲେକ୍ସନ

'ସ୍ତ୍ରୀ ୨'ର ନିର୍ମାତାମାନେ 15 ଦିନର ଫିଲ୍ମର କଲେକ୍ସନ ଡାଟା ସେୟାର କରିଛନ୍ତି । 'ସ୍ତ୍ରୀ ୨' ଚଳଚ୍ଚିତ୍ରଟି ଭାରତରେ 15 ଦିନ ମଧ୍ୟରେ ମୋଟ(GROSS) 535.24 କୋଟି ଟଙ୍କା ଏବଂ 453.60 କୋଟି ଟଙ୍କା ଘରୋଇ କଲେକ୍ସନ କରିଛି । ଏଥିସହ ନିର୍ମାତାମାନେ ଦାବି କରିଛନ୍ତି ଯେ ଭାରତୀୟ ବକ୍ସ ଅଫିସରେ ଦ୍ୱିତୀୟ ସପ୍ତାହରେ ଏହି ଚଳଚ୍ଚିତ୍ର ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇଛି ।ସେପଟେ ସାକନିକଙ୍କ ରିପୋର୍ଟ ଅନୁସାରେ, ଦ୍ୱିତୀୟ ସପ୍ତାହରେ 'ସ୍ତ୍ରୀ ୨' 143.50 କୋଟି ଟଙ୍କା ଆୟ କରିଛି । 'ସ୍ତ୍ରୀ ୨' ପ୍ରଥମ ସପ୍ତାହରେ 291.5 କୋଟି ଟଙ୍କା ରୋଜଗାର କରିଥିଲା । ଏହା ସହିତ ଫିଲ୍ମ 'ସ୍ତ୍ରୀ ୨' ଭାରତୀୟ ବକ୍ସ ଅଫିସରେ ଦ୍ୱିତୀୟ ସପ୍ତାହରେ ପ୍ରଥମ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ହୋଇପାରିଛି ।

ଏହି ଫିଲ୍ମର ଭାଙ୍ଗିଲା ରେକର୍ଡ

15ଦିନର କଲେକ୍ସନ ସହ 'ସ୍ତ୍ରୀ 2' 'ଗଦର 2' ଏବଂ 'ବାହୁବଲୀ 2' କୁ ମଧ୍ୟ ପଛରେ ପକାଇଛି । ସନ୍ନି ଦେଓଲଙ୍କ ଫିଲ୍ମ 'ଗଦର 2' ଦ୍ୱିତୀୟ ସପ୍ତାହରେ 134.47 କୋଟି ଟଙ୍କା ଆୟ କରିଥିଲା । 'ବାହୁବଲୀ 2' ର ଦ୍ୱିତୀୟ ସପ୍ତାହରେ 143.25 କୋଟି ଟଙ୍କା ରୋଜଗାର କରିଥିଲା । ବର୍ତ୍ତମାନ 'ସ୍ତ୍ରୀ ୨' 143.50 କୋଟି ଟଙ୍କା ଆୟ କରି ଏହି ଫିଲ୍ମର ରେକର୍ଡ ଭାଙ୍ଗିଛି ।

ଏହା ମଧ୍ୟ ପଢନ୍ତୁ: ଆସୁଛି 'ସ୍ତ୍ରୀ 3'; 'ସ୍ତ୍ରୀ 2'ର ଏହି ସିନ୍ ଦେଲା ହିଣ୍ଟ୍, ନିର୍ମାତା କହିଲେ-'ସରିଛି ସ୍କ୍ରିପ୍ଟିଂ, ଖୁବଶୀଘ୍ର ଫିଲ୍ମ ଉପରେ ହେବ କାମ ଆରମ୍ଭ'

'ସ୍ତ୍ରୀ ୨' ଷ୍ଟାରକାଷ୍ଟ ଓ କାହାଣୀ

ଦୀନେଶ ଭାଇଜାନ ଏବଂ ଜ୍ୟୋତି ଦେଶପାଣ୍ଡେ ଏକାଠି ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ । ଫିଲ୍ମର କାହାଣୀ ନିରେନ ଭଟ୍ଟ ଲେଖିଛନ୍ତି । ଏଥର ମଧ୍ୟ 'ସ୍ତ୍ରୀ ୨'ରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରକ୍ଷୀ ଖୁରାନା ଏବଂ ଅଭିଷେକ ବାନାର୍ଜୀ ମଧ୍ୟ ନଜର ଆସିଛନ୍ତି । ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏଥର ଚନ୍ଦେରୀ ଜଣେ ମହିଳାଙ୍କ ସହ ନୁହେଁ ବରଂ ଜଣେ ସରକଟାର ସମ୍ମୁଖୀନ ହୋଇଛନ୍ତି । ଶ୍ରଦ୍ଧା କପୁର ହେଉଛନ୍ତି ସେହି ସ୍ତ୍ରୀର ଝିଅ ଯିଏ ପ୍ରଥମ ଚଳଚ୍ଚିତ୍ରର ସସପେନ୍ସ ହୋଇ ରହିଥିଲେ। ଏପରି ସମୟରେ ରାଜକୁମାର ରାଓ ଚନ୍ଦେରୀକୁ ସ୍ତ୍ରୀ ପରି ସରକଟା ଠାରୁ ବି ରକ୍ଷା କରୁଥିବାର ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.