ETV Bharat / entertainment

କମାଲ କରୁଛି 'ସ୍ତ୍ରୀ 2', 18 ଦିନରେ 500 କୋଟି କ୍ଲବରେ ମାରିଲା ଏଣ୍ଟ୍ରି - Stree 2 Box Office Collection

author img

By ETV Bharat Entertainment Team

Published : Sep 2, 2024, 3:58 PM IST

Stree 2 Box Office Collection Day 18: ବକ୍ସ ଅଫିସରେ କମାଲ କରୁଛି ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଫିଲ୍ମ 'ସ୍ତ୍ରୀ 2' । ଏହି ଫିଲ୍ମ ରିଲିଜ ଦିନ ଠାରୁ ଭଲ ପ୍ରଦର୍ଶନ କରିଆସୁଥିବା ବେଳେ ବର୍ତ୍ତମାନ 18 ଦିନରେ 500 କୋଟି କ୍ଲବରେ ଏଣ୍ଟ୍ରି କରିଛି । ଅଧିକ ପଢନ୍ତୁ,

କମାଲ କରୁଛି 'ସ୍ତ୍ରୀ 2', 18 ଦିନରେ 500 କୋଟି କ୍ଲବରେ ମାରିଲା ଏଣ୍ଟ୍ରି
କମାଲ କରୁଛି 'ସ୍ତ୍ରୀ 2', 18 ଦିନରେ 500 କୋଟି କ୍ଲବରେ ମାରିଲା ଏଣ୍ଟ୍ରି (Movie Poster)

ହାଇଦ୍ରାବାଦ: 2024ରେ 'କଲ୍କି 2898AD'ର ଦମଦାର ସଫଳତା ପରେ ରାଜକୁମାର ରାଓ ଏବଂ ଶ୍ରଦ୍ଧା କପୁରଙ୍କ 'ସ୍ତ୍ରୀ 2' ମଧ୍ୟ ଏକ ବ୍ଲକବଷ୍ଟର ହିଟ୍ ଫିଲ୍ମ ଭାବେ ପ୍ରମାଣିତ ହୋଇଛି । ଏହି ହରର କମେଡି ଫିଲ୍ମ ବକ୍ସ ଅଫିସରେ ଦମଦାର ପ୍ରଦର୍ଶନ ସହ ଅନେକ ଫିଲ୍ମର ରେକର୍ଡ ଭାଙ୍ଗିଛି । ଏହା ବର୍ତ୍ତମାନ ପ୍ରଭାସଙ୍କ ଅଭିନୀତ ବାହୁବଲୀ 2ର ରେକର୍ଡ ଭାଙ୍ଗିଛି । ବାହୁବଲୀ 2ର ହିନ୍ଦୀ ସଂସ୍କରଣର ତୃତୀୟ ସପ୍ତାହ ଶେଷ କଲେକ୍ସନକୁ ପାର୍ କରିଛି 'ସ୍ତ୍ରୀ 2', ଯାହାକି ସାତ ବର୍ଷ ଧରି ରେକର୍ଡ ରଖିଥିଲା । ବର୍ତ୍ତମାନ 18 ଦିନରେ 500 କୋଟି କ୍ଲବରେ ଏଣ୍ଟ୍ରି କରି ସଫଳତା ହାସଲ କରିଛି ।

'ସ୍ତ୍ରୀ 2' କଲେକ୍ସନ

'ସ୍ତ୍ରୀ 2' ଘରୋଇ ବକ୍ସ ଅଫିସରେ 593 କୋଟି ଟଙ୍କା ଏବଂ 502 କୋଟି ଟଙ୍କା ନେଟ୍ କଲେକ୍ସନ କରିଛି । ଏହିପରି ଫିଲ୍ମ ଜବାନ, ଆନିମଲ, ପଠାନ, ଗଦର 2 ଏବଂ ବାହୁବଲୀ 2 ପରେ ସ୍ତ୍ରୀ 2 ବର୍ତ୍ତମାନ 500 କୋଟି ଟଙ୍କାର କ୍ଲବରେ ଷଷ୍ଠ ସ୍ଥାନ ଅଧିକାର କରିଛି । 18 ଦିନରେ 'ସ୍ତ୍ରୀ 2' ଆୟ 502 କୋଟିରେ ପହଞ୍ଚିଛି । ସାକନିକଙ୍କ ରିପୋର୍ଟ ଅନୁସାରେ, ଫିଲ୍ମ ରିଲିଜର 18 ତମ ଦିନରେ, 22 କୋଟି ଟଙ୍କା ରୋଜଗାର କରିଥିଲା ।

ବାହୁବଲୀ 2ର ରେକର୍ଡ ଭାଙ୍ଗିଲା 'ସ୍ତ୍ରୀ 2'

'ସ୍ତ୍ରୀ 2' ପ୍ରଭାସଙ୍କ ଅଭିନୀତ ବାହୁବଲୀ 2ର ରେକର୍ଡ ଭାଙ୍ଗିଛି । ବାହୁବଲୀ 2ର ହିନ୍ଦୀ ସଂସ୍କରଣର ତୃତୀୟ ସପ୍ତାହ ଶେଷ କଲେକ୍ସନକୁ ପାର୍ କରିଛି 'ସ୍ତ୍ରୀ 2', ଯାହାକି ସାତ ବର୍ଷ ଧରି ରେକର୍ଡ ରଖିଥିଲା । ଟ୍ରେଡ ଆନାଲିଷ୍ଟ ତରଣ ଆଦର୍ଶଙ୍କ ରିପୋର୍ଟ ଅନୁସାରେ, ବାହୁବଲୀ 2 ଏହାର ତୃତୀୟ ସପ୍ତାହ ଶେଷରେ 42.55 କୋଟି ଟଙ୍କା ସଂଗ୍ରହ କରିଥିବାବେଳେ 'ସ୍ତ୍ରୀ 2' 48.75 କୋଟି ଟଙ୍କା ଆୟ କରି ରେକର୍ଡ ଭାଙ୍ଗିଛି ।

ଏହା ମଧ୍ୟ ପଢନ୍ତୁ: 'ବିଗ ବସ୍ 18' ଘରେ ଆତଙ୍କ ମଚାଇବ ସରକଟା ! 'ସ୍ତ୍ରୀ 2' ର ଏହି ଅଭିନେତାଙ୍କୁ ମିଳିଲା ଅଫର୍

'ସ୍ତ୍ରୀ ୨' ଷ୍ଟାରକାଷ୍ଟ ଓ କାହାଣୀ

ଦୀନେଶ ଭାଇଜାନ ଏବଂ ଜ୍ୟୋତି ଦେଶପାଣ୍ଡେ ଏକାଠି ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ । ଫିଲ୍ମର କାହାଣୀ ନିରେନ ଭଟ୍ଟ ଲେଖିଛନ୍ତି । ଏଥର ମଧ୍ୟ 'ସ୍ତ୍ରୀ ୨'ରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରକ୍ଷୀ ଖୁରାନା ଏବଂ ଅଭିଷେକ ବାନାର୍ଜୀ ମଧ୍ୟ ନଜର ଆସିଛନ୍ତି । ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏଥର ଚନ୍ଦେରୀ ଜଣେ ମହିଳାଙ୍କ ସହ ନୁହେଁ ବରଂ ଜଣେ ସରକଟାର ସମ୍ମୁଖୀନ ହୋଇଛନ୍ତି । ଶ୍ରଦ୍ଧା କପୁର ହେଉଛନ୍ତି ସେହି ସ୍ତ୍ରୀର ଝିଅ ଯିଏ ପ୍ରଥମ ଚଳଚ୍ଚିତ୍ରର ସସପେନ୍ସ ହୋଇ ରହିଥିଲେ। ଏପରି ସମୟରେ ରାଜକୁମାର ରାଓ ଚନ୍ଦେରୀକୁ ସ୍ତ୍ରୀ ପରି ସରକଟା ଠାରୁ ବି ରକ୍ଷା କରୁଥିବାର ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.