ETV Bharat / entertainment

39 ଦିନରେ ବି 'ସ୍ତ୍ରୀ 2' ଜଲୱା ଜାରି, 600 କୋଟି ପାର୍ କରି କଲା ନୂଆ ରେକର୍ଡ - Stree 2 BO Collection Day 39

author img

By ETV Bharat Entertainment Team

Published : 3 hours ago

Stree 2 BO Collection Day 39: ହରର-କମେଡି ଫିଲ୍ମ 'ସ୍ତ୍ରୀ 2'କୁ ନେଇ ଲୋକଙ୍କ ମଧ୍ୟରେ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳୁଛି । ରିଲିଜ୍ ହେବା ଦିନଠାରୁ ଏହି ଫିଲ୍ମ ଭଲ ପ୍ରଦର୍ଶନ କରୁଥିବା ବେଳେ 39 ଦିନରେ ବି 'ସ୍ତ୍ରୀ 2' ଜଲୱା ଜାରି ରଖିଛି । ବର୍ତ୍ତମାନ ଏହି ଫିଲ୍ମ 600 କୋଟି କ୍ଲବରେ ଏଣ୍ଟ୍ରି କରି ନୂଆ ରେକର୍ଡ ନିଜ ନାଁରେ କରିଛି ।

39 ଦିନରେ ବି 'ସ୍ତ୍ରୀ 2' ଜଲୱା ଜାରି, 600 କୋଟି ପାର୍ କରି କଲା ନୂଆ ରେକର୍ଡ
39 ଦିନରେ ବି 'ସ୍ତ୍ରୀ 2' ଜଲୱା ଜାରି, 600 କୋଟି ପାର୍ କରି କଲା ନୂଆ ରେକର୍ଡ (ETV Bharat Odisha)

ହାଇଦ୍ରାବାଦ: ବକ୍ସ ଅଫିସରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓଙ୍କ ଅଭିନୀତ ହରର କମେଡି ଚଳଚ୍ଚିତ୍ର 'ସ୍ତ୍ରୀ 2' ଧମାକା କରୁଛି । 15 ଅଗଷ୍ଟରେ ରିଲିଜ ହୋଇଥିବା ବେଳେ ଏହି ଫିଲ୍ମ ରିଲିଜର ମାସେ ପରେ ବି ଦମଦାର ପ୍ରଦର୍ଶନ କରୁଛି । ବର୍ତ୍ତମାନ ଏହି ଫିଲ୍ମ 600 କୋଟି କ୍ଲବରେ ଏଣ୍ଟ୍ରି କରି ନୂଆ ରେକର୍ଡ ନିଜ ନାଁରେ କରିଛି । 50 କୋଟି ବଡେଟରେ ନିର୍ମିତ ଏହି ଫିଲ୍ମ ବକ୍ସ ଅଫିସରେ ଧୂଆଁଧାର କଲେକ୍ସନ କରି ସମସ୍ତ ବଲିଉଡ ଫିଲ୍ମ(ପଠାନ, ଜବାନ, ବାହୁବଳୀ 2) କୁ ପଛରେ ପକାଇଛି ।

39 ଦିନର 'ସ୍ତ୍ରୀ 2' କଲେକ୍ସନ

ସାକନିକଙ୍କ ରିପୋର୍ଟ ଅନୁଯାୟୀ, 'ସ୍ତ୍ରୀ 2' 39 ତମ ଦିନରେ 5 କୋଟି ଟଙ୍କା ବ୍ୟବସାୟ କରିଛି । 'ସ୍ତ୍ରୀ 2' ର ନିର୍ମାତା ମାଡୋକ ଫିଲ୍ମସଙ୍କ ଅନୁଯାୟୀ ଏହି ଚଳଚ୍ଚିତ୍ରଟି ମୋଟ(gross) 713 କୋଟି ଟଙ୍କା ଏବଂ ଭାରତରେ 604.22 କୋଟି ଟଙ୍କା ଆୟ କରିଛି । ଏହାସହ 'ସ୍ତ୍ରୀ 2' ଘରୋଇ ବକ୍ସ ଅଫିସରେ 600 କୋଟି ଟଙ୍କାର କ୍ଲବରେ ପ୍ରବେଶ କରି ଭାରତୀୟ ସିନେମାର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ହୋଇପାରିଛି । 'ସ୍ତ୍ରୀ 2' ନିର୍ମାତା ଏହି ସଫଳତା ପାଇଁ ଦର୍ଶକଙ୍କୁ ଧନ୍ୟବାଦ ଜଣାଇଛନ୍ତି ।

ଏହି ଫିଲ୍ମକୁ ପଛରେ ପକାଇଲା

ସ୍ତ୍ରୀ 2-604.22 କୋଟି

ଜବାନ- 583 କୋଟି

ଆନିମଲ- 556 କୋଟି

ପଠାନ- 543.05 କୋଟି

ଗଦର 2- 525.7 କୋଟି

ବାହୁବଳୀ 2- 510.99 କୋଟି

କେଜିଏଫ 2- 434.70 କୋଟି

ଏହା ମଧ୍ୟ ପଢନ୍ତୁ: ଇତିହାସ ରଚିଲା 'ସ୍ତ୍ରୀ 2', ବନିଲା ସବୁଠାରୁ ଅଧିକ ଆୟ କରିଥିବା ଫିଲ୍ମ

'ସ୍ତ୍ରୀ ୨' ଷ୍ଟାରକାଷ୍ଟ ଓ କାହାଣୀ

ଦୀନେଶ ଭାଇଜାନ ଏବଂ ଜ୍ୟୋତି ଦେଶପାଣ୍ଡେ ଏକାଠି ଏହି ଚଳଚ୍ଚିତ୍ର ନିର୍ମାଣ କରୁଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି ଅମର କୌଶିକ । ଫିଲ୍ମର କାହାଣୀ ନିରେନ ଭଟ୍ଟ ଲେଖିଛନ୍ତି । ଏଥର ମଧ୍ୟ 'ସ୍ତ୍ରୀ ୨'ରେ ଶ୍ରଦ୍ଧା କପୁର ଏବଂ ରାଜକୁମାର ରାଓ ନଜର ଆସିଛନ୍ତି । ଏମାନଙ୍କ ବ୍ୟତୀତ ପଙ୍କଜ ତ୍ରିପାଠୀ, ଅପରକ୍ଷୀ ଖୁରାନା ଏବଂ ଅଭିଷେକ ବାନାର୍ଜୀ ମଧ୍ୟ ନଜର ଆସିଛନ୍ତି । ଚଳଚ୍ଚିତ୍ରର କାହାଣୀ ବିଷୟରେ କହିବାକୁ ଗଲେ ଏଥର ଚନ୍ଦେରୀ ଜଣେ ମହିଳାଙ୍କ ସହ ନୁହେଁ ବରଂ ଜଣେ ସରକଟାର ସମ୍ମୁଖୀନ ହୋଇଛନ୍ତି । ଶ୍ରଦ୍ଧା କପୁର ହେଉଛନ୍ତି ସେହି ସ୍ତ୍ରୀର ଝିଅ ଯିଏ ପ୍ରଥମ ଚଳଚ୍ଚିତ୍ରର ସସପେନ୍ସ ହୋଇ ରହିଥିଲେ। ଏପରି ସମୟରେ ରାଜକୁମାର ରାଓ ଚନ୍ଦେରୀକୁ ସ୍ତ୍ରୀ ପରି ସରକଟା ଠାରୁ ବି ରକ୍ଷା କରୁଥିବାର ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଚ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.