ETV Bharat / entertainment

ଆସିଲା 'ବାହୁବଳୀ: କ୍ରାଉନ ଅଫ ବ୍ଲଡ' ଟ୍ରେଲର, ଏହି ଦିନ ଓଟିଟିରେ ହେବ ଷ୍ଟ୍ରିମିଂ - Baahubali Crown Of Blood Trailer

author img

By ETV Bharat Odisha Team

Published : May 2, 2024, 5:29 PM IST

Baahubali Crown Of Blood
'ବାହୁବଳୀ କ୍ରାଉନ ଅଫ ବ୍ଲଡ' ଟ୍ରେଲର(Pic Credit @disneyplushotstar)

Baahubali Crown Of Blood Trailer: ପରଦା ପରେ ଏବେ ଓଟିଟିରେ ଧମାକା କରିବେ ପ୍ରଭାସ । ଅଭିନେତା 'ବାହୁବଳୀ' ଆନିମେଟେଡ ସିରିଜ ସହ ଫେରିଛନ୍ତି । ନିକଟରେ 'ବାହୁବଳୀ: କ୍ରାଉନ ଅଫ ବ୍ଲଡ' ସିରିଜ ଘୋଷଣା ହୋଇଥିବା ବେଳେ ଏବେ ନିର୍ମାତା ଏହାର ଟ୍ରେଲର ରିଲିଜ କରିଛନ୍ତି ।

ହାଇଦ୍ରାବାଦ: ଭେଟେରାନ୍ ସାଉଥ୍ ସିନେମା ନିର୍ଦ୍ଦେଶକ ଏସଏସ ରାଜାମୌଲିଙ୍କ ଫିଲ୍ମ 'ବାହୁବଳୀ'ର ଦୁଇଟି ଭାଗ ବକ୍ସ ଅଫିସରେ ଧାମକା କରିଥିଲା । ପ୍ରଭାସ ଏବଂ ରାଣା ଡଗୁବତୀଙ୍କ ଅଭିନୀତ ଏହି ଚଳଚ୍ଚିତ୍ର ବେଶ ଲୋକପ୍ରିୟତା ହାସଲ କରିବା ସହ ରୋଜଗାର କ୍ଷେତ୍ରରେ ଇତିହାସ ରଚିଥିଲା । ତେବେ ଏହାର ୩ୟ ଭାଗକୁ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ରାଜାମୌଲି ଏହାର ସିରିଜ ଘୋଷଣା କରିଛନ୍ତି । ନିକଟରେ ସେ ଫିଲ୍ମର ଆନିମେଟେଡ ସିରିଜ 'ବାହୁବଳୀ: କ୍ରାଉନ ଅଫ ବ୍ଲଡ' ଘୋଷଣା କରିଥିବା ବେଳେ ଆଜି ଏହାର ଟ୍ରେଲର ରିଲିଜ କରିଛନ୍ତି । ଏତିସହ ଏହା ଓଟିଟି ପ୍ଲାଟଫର୍ମରେ ରିଲିଜ ହେବାକୁ ଥିବା ବେଳେ କେବେ ଏବଂ କେଉଁ ପ୍ଲାଟଫର୍ମରେ ଏହାକୁ ଦେଖିବେ ଲୋକେ ତାହା ପ୍ରକାଶ କରିଛନ୍ତି ।

  • " class="align-text-top noRightClick twitterSection" data="">

'ବାହୁବଳୀ: କ୍ରାଉନ ଅଫ ବ୍ଲଡ'ର ଟ୍ରେଲର ନିର୍ଦ୍ଦେଶକ ନିଜ ଇନଷ୍ଟାଗ୍ରାମରେ ସେୟାର କରିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି,' ମାହିଷ୍ମତୀଙ୍କ ରକ୍ତରେ ଲେଖାଯାଇଥିବା ଏକ ନୂଆ କାହାଣୀ । ମେ' ୧୭ରେ ଓଟିଟି ପ୍ଲାଟଫର୍ମ ଡିଜନି ପ୍ଲସ୍ ହଟଷ୍ଟାରରେ 'ବାହୁବଳୀ: କ୍ରାଉନ ଅଫ ବ୍ଲଡ' ରିଲିଜ ହେବ । କହିରଖୁଛୁ କି, ଏହା ଏକ ଆନିମେଟେଡ ୱେବ ସିରିଜ ହୋଇଥିବା ବେଳେ ଏଥିରେ ବାହୁବଳୀର ଇତିହାସ ବିଷୟରେ ବିସ୍ତୃତ ଭାବରେ କୁହାଯିବ । ତେବେ ଏହି ଟ୍ରେଲରକୁ ଦେଖିବା ପରେ ସିନେ ପ୍ରେମୀମାନେ ଉତ୍ସାହର ସହ ଏହି ୱେବ ସିରିଜ ରିଲିଜ୍ ପାଇଁ ଅପେକ୍ଷା କରିଛନ୍ତି ।

ଏହି ସିରିଜ ବିଷୟରେ ସୂଚନା ଦେଇ ଚଳଚ୍ଚିତ୍ର ନିର୍ମାତା ରାଜାମୌଲି କହିଛନ୍ତି, ବାହୁବଳୀର ଦୁନିଆ ବହୁତ ବଡ ଏବଂ ଫିଲ୍ମ ଫ୍ରାଞ୍ଚାଇଜ୍ ଏହାର ପ୍ରମାଣ ଅଟେ । ତଥାପି, ଅନୁସନ୍ଧାନ କରିବାକୁ ଆହୁରି ଅନେକ କିଛି ଅଛି । କିନ୍ତୁ ଏହି କାହାଣୀ ପ୍ରଥମ ଥର ପାଇଁ ବାହୁବଳୀ ଏବଂ ଭଲାଲଦେବଙ୍କ ଜୀବନ ସହ ଜଡିତ ଅନେକ ରହସ୍ୟ ଉପରୁ ପରଦା ହଟାଇବ । ଏହା ମଧ୍ୟ ଏକ ଅନ୍ଧକାର ରହସ୍ୟକୁ ପ୍ରକାଶ କରିବ କାରଣ ଉଭୟ ଭାଇଙ୍କୁ ମାହିଷ୍ମତୀଙ୍କୁ ବଞ୍ଚାଇବାକୁ ପଡିବ । ସେ ଆହୁରି କହିଛନ୍ତି, ''ଆମେ ବାହୁବଳୀ ଫ୍ୟାନ୍ସଙ୍କ ଏହି ଆନିମେଟେଡ ସିରିଜ ଆଣି ବହୁତ ଖୁସି । ଏହାକୁ ଲୋକେ ବେଶ ପସନ୍ଦ କରିବେ ବୋଲି ଆଶା ।''

ଏହା ମଧ୍ୟ ପଢନ୍ତୁ: OTTରେ ଧୁମ୍ ମଚାଇବ ରାଜାମୌଲିଙ୍କ 'ବାହୁବଳୀ କ୍ରାଉନ ଅଫ ବ୍ଲଡ'

ସୂଚନା ଥାଉ କି, ରାଜାମୌଲି ୨୦୧୫ରେ ପ୍ରଭାସଙ୍କ ସହ 'ବାହୁବଳୀ: ଦ ବିଗନିଙ୍ଗ' ରିଲିଜ କରିଥିଲେ । ଏଥିରେ ଅନେକ ସୁପରଷ୍ଟାର ନଜର ଆସିଥିବା ବେଳେ ଫିଲ୍ମଟି ବ୍ଲକବଷ୍ଟର ବୋଲି ପ୍ରମାଣିତ ହୋଇଥିଲା । କେବଳ ଦେଶରେ ନୁହେଁ ଏହାର ଜାପାନ, ଚୀନ୍ ଏବଂ ଅନେକ ୟୁରୋପୀୟ ଦେଶ ମଞ୍ଚରେ ରେକର୍ଡ ଭାଙ୍ଗିଛି । ଚଳଚ୍ଚିତ୍ରର ଅଦମ୍ୟ ସଫଳତା ପରେ ନିର୍ମାତାମାନେ ୨୦୧୭ରେ 'ବାହୁବଳୀ ୨' ସହ ପୁଣି ପରଦାରେ ଧମାକା କରିଥିଲେ । ଯାହା ସମୁଦାୟ ୧,୮୧୦ କୋଟି ଟଙ୍କା ରୋଜଗାର କରିଥିଲା ​​ଏବଂ ଭାରତୀୟ ବକ୍ସ ଅଫିସରେ ଦ୍ୱିତୀୟ ସର୍ବାଧିକ ଆୟ କରିଥିବା ଚଳଚ୍ଚିତ୍ର ଇତିହାସ ରଚିଥିଲା । ବର୍ତ୍ତମାନ ରାଜାମୌଲି ବାହୁବଳୀଙ୍କୁ ଏକ ଆନିମେଟେଡ ସିରିଜ ସହ ଦର୍ଶକଙ୍କୁ ମନୋରଞ୍ଜନ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.