ETV Bharat / entertainment

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ରାମଲାଲାଙ୍କୁ ଦେଖି ଭାବବିହ୍ବଳ କଣ୍ଠଶିଳ୍ପୀ - ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା

Ram Mandir inauguration: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ଉତ୍ସବରେ ସାମିଲ ହୋଇଛନ୍ତି କଣ୍ଠଶିଳ୍ପୀ ସମେତ ଅନେକ ତାରକା । ତେବେ ଏହି ସମାରୋହରେ ସାମିଲ ହୋଇ ଗର୍ବିତ ଅନୁଭବ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇ ବେଶ ଭାବବିହ୍ବଳ ହୋଇଛନ୍ତି କଣ୍ଠଶିଳ୍ପୀ । ଅଧିକ ପଢନ୍ତୁ

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ରାମଲାଲାଙ୍କୁ ଦେଖି ଭାବବିହ୍ବଳ ହେଲେ କଣ୍ଠଶିଳ୍ପୀ

author img

By ETV Bharat Odisha Team

Published : Jan 22, 2024, 7:52 PM IST

ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା; ରାମଲାଲାଙ୍କୁ ଦେଖି ଭାବବିହ୍ବଳ ହେଲେ କଣ୍ଠଶିଳ୍ପୀ

ଅଯୋଧ୍ୟା: ଅଯୋଧ୍ୟାରେ ରାମ ମନ୍ଦିର ପ୍ରତିଷ୍ଠା ନେଇ ବିଶ୍ବରେ ଭକ୍ତିମୟ ପରିବେଶ ଦେଖିବାକୁ ମିଳିଛି । ସବୁଠି ଉତ୍ସାହର ମାହୋଲ ଦେଖିବାକୁ ମିଳିଥିବା ବେଳେ ଜୟ ଶ୍ରୀ ରାମ ନାରାରେ ଗୁଞ୍ଜୁଛି ସମଗ୍ର ଦେଶ । ଏହି ସମୟରେ ଅନେକ ସେଲିବ୍ରିଟି ସାମିଲ ହୋଇ ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇଛନ୍ତି । କଣ୍ଠଶିଳ୍ପୀଙ୍କ ଠାରୁ ଆରମ୍ଭ କରି ସେଲିବ୍ରିଟି ଏଥିରେ ସାମିଲ ହୋଇଛନ୍ତି । ତେବେ ଏହି ସମାରୋହରେ ସାମିଲ ହୋଇ ନିଜକୁ ଗର୍ବିତ ଅନୁଭବ କରିବା ସହ ପ୍ରଭୁ ଶ୍ରୀରାମଙ୍କ ଦର୍ଶନ ପାଇ ବେଶ ଭାବବିହ୍ବଳ ହୋଇଛନ୍ତି କଣ୍ଠଶିଳ୍ପୀ । ସୋନୁ ନିଗମ ଏବଂ ଅନୁରାଧା ପୋଡୱଲ ଭାବୁକ ହୋଇଛନ୍ତି ।

  • #WATCH | Ayodhya, Uttar Pradesh | Singer-composer Hariharan says, "I had tears of joy in my eyes...I can't describe this moment in words, everyone here is so happy." pic.twitter.com/Y4pSXlwKYQ

    — ANI (@ANI) January 22, 2024 " class="align-text-top noRightClick twitterSection" data=" ">

କଣ୍ଠଶିଳ୍ପୀ ସୋନୁ ନିଗମ ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା ପରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇଥିଲେ । ଏହି ସମୟରେ ସେ ବେଶ ଭାବବିହ୍ବଳ ହୋଇଛନ୍ତି । ସେ କାନ୍ଦୁଥିବାର ନଜର ଆସିଛନ୍ତି । ଏହି ସମୟରେ ସେ କହିଛନ୍ତି, "ମୋ ପାଖରେ କିଛି କହିବାକୁ ଶଦ୍ଦ ନାହିଁ ।" ସେହିପରି କଣ୍ଠଶିଳ୍ପୀ ଅନୁରାଧା ମଧ୍ୟ ଭାବବିହ୍ବଳ ହୋଇଛନ୍ତି । ସେ ମଧ୍ୟ ଗଣମାଧ୍ୟମକୁ କଥାବାର୍ତ୍ତା କରି କହିଛନ୍ତି ଯେ ମୋ ପାଖରେ ଶଦ୍ଦ ନାହିଁ ମୋ ଖୁସି ବର୍ଣ୍ଣନା କରିବାକୁ । ଯେତେବେଳେ ଭଗବାନ ଚାହାନ୍ତି ସେତେବେଳେ ତାଙ୍କୁ ଆସିବାରେ କେହି ରୋକିପାରିବେ ନାହିଁ ।

  • #WATCH | Ayodhya, Uttar Pradesh | Singer Jubin Nautiyal says, "I could see such energy, such self-confidence and so much love for Lord Ram. My mind is at peace, soul satisfied..." pic.twitter.com/MLTENOgd9X

ସେପଟେ ଗାୟକ କୈଳାସ ଖେର ଗଣମାଧ୍ୟମ ସହ କଥାବାର୍ତ୍ତା କରି କହିଛନ୍ତି, ଏହା ଆମର ପିତାମାତାଙ୍କର ସ୍ୱପ୍ନ ଥିଲା । ଯାହା ଆଜି ପୁରା ହୋଇଛି । ସେମାନେ ସ୍ବର୍ଗରେ ରହି ଆମମାନଙ୍କୁ ଆଶୀର୍ବାଦ କରୁଛନ୍ତି । ଏହା ଏକ ସୁନ୍ଦର ଐତିହାସିକ ମୁହୁର୍ତ୍ତ । ସେହିପରି ଗାୟକ ହରିହରନ୍ ମଧ୍ୟ ସମାନ ପ୍ରତିକ୍ରିୟା ଦେଇଛନ୍ତି । ରାମ ଲାଲା ମୂର୍ତ୍ତି ବିଷୟରେ ବର୍ଣ୍ଣନା କରି ହରିହରନ୍ କହିଛନ୍ତି ଯେ ଏହା ତାଙ୍କୁ ଭଗବାନ ଭେଙ୍କଟେଶ୍ବରଙ୍କୁ ମନେ ପକାଇଥାଏ ଏବଂ ସମସ୍ତ ଭଗବାନ ଏକ ଏହି ସିଦ୍ଧାନ୍ତକୁ ମଧ୍ୟ ଏଥିରେ ପ୍ରତିପାଦିତ କରାଯାଇଛି ।

  • #WATCH | Ayodhya: On the Shri Ram Pran Pratishtha ceremony, singer Anup Jalota says, "... The heart feels happy... I have been singing bhajans for the last 63 years, and now I will sing even more." pic.twitter.com/nwaCxTzo27

ଏହା ମଧ୍ୟ ପଢନ୍ତୁ: ରାମ ମନ୍ଦିର ପ୍ରାଣ ପ୍ରତିଷ୍ଠା: ଉତ୍ସାହିତ ସେଲିବ୍ରିଟି, କହିଲେ 'ରାମ ଆସିଗଲେ'

ସେହିପରି ଶ୍ରୀ ରାମ ପ୍ରାଣ ପ୍ରତିଷ୍ଠା ସମାରୋହରେ ଗାୟକ ଅନୁପ ଜାଲୋଟା କହିଛନ୍ତି ଯେ, ଆଜି ଏହି ସମାରୋହରେ ସାମିଲ ହୋଇ ବେଶ ଖୁସି ଅନୁଭବ ହେଉଛି । ମୁଁ ଗତ ୬୩ ବର୍ଷ ଧରି ଭଜନ ଗାଉଥିଲି, ଏବଂ ବର୍ତ୍ତମାନ ମୁଁ ଆହୁରି ଗୀତ ଗାଇବି। ଅନ୍ୟପଟେ ଗାୟକ ଜବିନ ନୌଟିଆଲ ଏହି ସମୟରେ କହିଛନ୍ତି, ମୁଁ ପ୍ରଥମ ଥର ପାଇଁ ଅଯୋଧ୍ୟା ଆସିଛି । ଏହି ସମାରୋହରେ ସାମିଲ ହୋଇ ମୁଁ ନିଜକୁ ଗର୍ବିତ ମନେ କରୁଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.