ETV Bharat / entertainment

'ଇଣ୍ଡିଆନ୍ ୨'ରୁ ସାମ୍ନାକୁ ଆସିଲା କମଲ ହାସନଙ୍କ ସାନଦାର ଲୁକ - Indian 2

author img

By ETV Bharat Odisha Team

Published : Apr 7, 2024, 9:40 AM IST

Kamal Haasan Starrer Indian 2:ମେଗାଷ୍ଟାର କମଲ ହାସନଙ୍କୁ ଇଣ୍ଡିଆନ୍ ୨'ରେ ସେନାପତି ଚରିତ୍ରରେ ଦେଖିବାକୁ ମିଳିବ । ରିଲିଜ ତାରିଖ ଘୋଷଣା କରିଛନ୍ତି ନିର୍ମାତା । ଅଧିକ ପଢନ୍ତୁ

Indian 2
Indian 2

ହାଇଦ୍ରାବାଦ: ସାଉଥ ସୁପରଷ୍ଟାର କମଲ ହାସନ ପୁଣିଥରେ ଫିଲ୍ମ 'ଇଣ୍ଡିଆନ୍ ୨' ସହ ଫେରିଛନ୍ତି । ନିକଟରେ ନିର୍ମାତା ବହୁ ପ୍ରତୀକ୍ଷିତ ଫିଲ୍ମ 'ଇଣ୍ଡିଆନ୍ 2'ର ଏକ ନୂଆ ପୋଷ୍ଟର ସେୟାର କରିଛନ୍ତି । ଏଥିସହ ଫିଲ୍ମର ରିଲିଜ୍ ତାରିଖ ମଧ୍ୟ ଘୋଷଣା କରାଯାଇଛି । ଏହି ଚଳଚ୍ଚିତ୍ରଟି ଏସ୍ ଶଙ୍କର ନିର୍ଦ୍ଦେଶନା ଦେଉଛନ୍ତି । ନିର୍ମାତା ତାଙ୍କ ଅଫିସିଆଲ ସୋସିଆଲ ମିଡିଆ ଆକାଉଣ୍ଟରେ ଗତ ୬ ତାରିଖରେ ଏକ ପୋଷ୍ଟ ସେୟାର କରି ଲେଖିଥିଲେ ଯେ ଖୁବ ଶୀଘ୍ର 'ଇଣ୍ଡିଆନ୍ ୨'ରେ ଏକ ବଡ ଅପଡେଟ୍ ରିଲିଜ୍ ହେବାକୁ ଯାଉଛି । ଯେଉଁଥିପାଇଁ ଫ୍ୟାନ୍ସମାନେ ବହୁତ ଉତ୍ସାହିତ ହୋଇ ଏହାକୁ ଅପେକ୍ଷା କରିଥିଲେ ।

ମେଗାଷ୍ଟାର କମଲ ହାସନଙ୍କୁ 'ଇଣ୍ଡିଆନ୍ ୨'ରେ ସେନାପତି ଚରିତ୍ରରେ ଦେଖିବାକୁ ମିଳିବ । ତେବେ ପୋଷ୍ଟର ସେୟାର କରି ନିର୍ମାତା କ୍ୟାପସନରେ ଲେଖିଛନ୍ତି ଯେ, 'ସେନାପତିଙ୍କ ଫେରିବା ନେଇ ପ୍ରସ୍ତୁତ ହୋଇଯାଆନ୍ତୁ ! 'ଇଣ୍ଡିଆନ୍-୨' ଚଳିତ ଜୁନ୍ ମାସରେ ପ୍ରେକ୍ଷାଳୟକୁ ଆସିବାକୁ ପ୍ରସ୍ତୁତ ଅଛି । ଏପିକ୍ କାହାଣୀ ପାଇଁ ତୁମର କ୍ୟାଲେଣ୍ଡରରେ ତାରିଖ ଚିହ୍ନିତ କର ।' ଲାଇକା ପ୍ରଡକ୍ସନ୍ସ 'ଇଣ୍ଡିଆନ୍ ୨'ରୁ କମଲ ହାସନଙ୍କ ଏକ ସାନଦାର ପୋଷ୍ଟର ସେୟାର କରିଛନ୍ତି ଯେଉଁଥିରେ ସେ ଧଳା ପୋଷାକ ପିନ୍ଧିଛନ୍ତି । ଆଉ ତାଙ୍କୁ ଭୟାନକ ଲୁକରେ ଦେଖିବାକୁ ମିଳିଛି ।

ତେବେ ପୋଷ୍ଟର ସେୟାର ହେବା ମାତ୍ରେ ଫ୍ୟାନ୍ସମାନେ କମେଣ୍ଟ ଦେବା ଆରମ୍ଭ କରିଦେଇଥିଲେ । ଜଣେ ଫ୍ୟାନ ଲେଖିଥିଲେ ଯେ, 'ସେନାପତି ଫେରିଯାଇଛନ୍ତି ।' ସେହିପରି ଆଉ ଜଣେ ଫ୍ୟାନ ଲେଖିଛନ୍ତି ଯେ,' ଫାଇନାଲି ଅପେକ୍ଷା ସରିଛି' । 1996ରେ ମୁକ୍ତିଲାଭ କରିଥିବା ଫିଲ୍ମ 'ଇଣ୍ଡିଆନ୍'ର ଏହା ସିକ୍ବେଲ ଅଟେ । ଏହି ଫିଲ୍ମ କମଲ ହାସନଙ୍କ କ୍ୟାରିୟରର ସର୍ବୋତ୍ତମ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ଏହି ଚଳଚ୍ଚିତ୍ରରେ ମନୀଷା କୋରେଲା ଏବଂ ଉର୍ମିଲା ମାତୋଣ୍ଡକର ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ । ଏହି ଫିଲ୍ମ ବକ୍ସ ଅଫିସରେ ମଧ୍ୟ ହିଟ୍ ହୋଇଥିଲା । 'ଇଣ୍ଡିଆନ୍'ର 27 ବର୍ଷ ପରେ କମଲ ହାସନ' ଇଣ୍ଡିଆନ୍ ୨'ରେ ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି ।

ଏହା ମଧ୍ୟ ପଢନ୍ତୁ-Indian 2: କମଲ ହାସଲଙ୍କ ପ୍ରଥମ ଲୁକ ଆଉଟ୍, ଏହି ଦିନ ଦେଖିବାକୁ ମିଳିବ ଫିଲ୍ମର ପ୍ରଥମ ଝଲକ

କମଲ ହାସନଙ୍କ 'ଇଣ୍ଡିଆନ୍ ୨' ଉଦୟନିଧି ଷ୍ଟାଲିନ ଏବଂ ଏ ସୁବାସ୍କରନଙ୍କ ଦ୍ୱାରା ନିର୍ମିତ ହୋଇଥିବାବେଳେ ନିର୍ଦ୍ଦେଶକ ଏସ୍ ଶଙ୍କର ଫିଲ୍ମର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ନୟନତାରା, ରକୁଲ ପ୍ରୀତ ସିଂ, କାଜଲ ଅଗ୍ରୱାଲ, ସିଦ୍ଧାର୍ଥ, ପ୍ରିୟା ଭବାନୀ ଶଙ୍କରଙ୍କ ସହ ଅନେକ ତାରକା ମୁଖ୍ୟ ଭୂମିକାରେ ନଜର ଆସିବେ । ଚଳଚ୍ଚିତ୍ରର ଗୀତଗୁଡ଼ିକ ଓସ୍କାର ପୁରସ୍କାର ବିଜେତା ସଂଗୀତକାର ଅନିରୁଦ୍ଧ ରବିଚାନ୍ଦଙ୍କ ଦ୍ବାରା ପ୍ରସ୍ତୁତ ହୋଇଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.