ହାଇଦ୍ରାବାଦ: ବି-ଟାଉନର ଆଉ ଜଣେ ସୁନ୍ଦର ଅଭିନେତ୍ରୀ ରକୁଲ ପ୍ରୀତ ସିଂ, କ୍ରିତି ଖରବନ୍ଦା ଏବଂ ତାପସୀ ପନ୍ନୁଙ୍କ ପରେ ଏବେ ବିବାହ କରିବାକୁ ଯାଉଛନ୍ତି ବଲିଉଡର ଆଉ ଏକ ଅଭିନେତ୍ରୀ । ସୋନାକ୍ଷୀ ସିହ୍ନା ଏବେ ବିବାହ କରିବାକୁ ପ୍ରସ୍ତୁତ ରହିଛନ୍ତି । ସୋନାକ୍ଷୀ ସିହ୍ନା ଦୀର୍ଘ ଦିନ ଧରି ଅଭିନେତା ଜାହିର ଇକବାଲଙ୍କୁ ଡେଟ କରୁଥିବା ନେଇ ଚର୍ଚ୍ଚାରେ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ ଉଭୟ ବିବାହ କରିବାକୁ ମନସ୍ଥ କରିଥିବା ବେଳେ ଖୁବଶୀଘ୍ର ଉଭୟଙ୍କ ପଡିବ ହାତଗଣ୍ଠି ।
କେଉଁ ଦିନ ସୋନାକ୍ଷୀ ସିହ୍ନା ଜାହିରଙ୍କୁ ବିବାହ କରିବେ?
ସୋନାକ୍ଷୀ ସିହ୍ନା ତାଙ୍କ ଜୀବନର ଏକ ନୂତନ ଅଧ୍ୟାୟ ଆରମ୍ଭ କରିବାକୁ ପ୍ରସ୍ତୁତ । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଅଭିନେତ୍ରୀ ଜାହିର ଇକବାଲଙ୍କୁ ଜୁନ ୨୩ରେ ମୁମ୍ବାଇରେ ବିବାହ କରିବାକୁ ଯାଉଛନ୍ତି । ଉଭୟ ଦୁହିଁଙ୍କ ସମ୍ପର୍କକୁ ଏଯାଏଁ ନିଶ୍ଚିତ କରିନାହାନ୍ତି । କିନ୍ତୁ ଉଭୟ ପ୍ରାୟତଃ ଏକାଠି ନଜର ଆସିଥାନ୍ତି ଏବଂ ସୋସିଆଲ ମିଡିଆରେ ଏକାଠି ଫଟୋ ସେୟାର କରିଥାନ୍ତି ।
ବିବାହରେ କିଏ କିଏ ଯୋଗଦେବେ?
କୁହାଯାଉଛି ଯେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲଙ୍କ ବିବାହ ମୁମ୍ବାଇରେ ହେବ। ବିବାହ ଉତ୍ସବ ଶିଳ୍ପା ଶେଟ୍ଟୀଙ୍କ ରେସ୍ତୋରାଁରେ ଆୟୋଜିତସ ହେବ ।ଏଥିରେ ଅଭିନେତ୍ରୀଙ୍କ ପରିବାର ଏବଂ ଘନିଷ୍ଠ ବନ୍ଧୁମାନେ ସାମିଲ ହେବେ । ଏଥିସହ 'ହୀରାମଣ୍ଡି'ର ପୁରା କାଷ୍ଟ ମଧ୍ୟ ଏଥିରେ ଯୋଗ ଦେବେ । ଏହି ଦମ୍ପତିଙ୍କ ବିବାହ କାର୍ଡ ମଧ୍ୟ ପ୍ରସ୍ତୁତ କରାଯାଇଛି, ଯାହାକି ମାଗାଜିନର କଭର ପରି ଡିଜାଇନ୍ ହୋଇଛି ଏବଂ ଏଥିରେ ଲେଖା ଅଛି-'ଗୁଜବ ସତ୍ୟ ଅଟେ।' ତେବେ ବର୍ତ୍ତମାନ ସୁଦ୍ଧା ସୋନାକ୍ଷୀ ସିହ୍ନା ଓ ଜାହିର ଇକବାଲ ସେମାନଙ୍କ ବିବାହ ଘୋଷଣା କରିନାହାଁନ୍ତି ଏବଂ ପ୍ରତିକ୍ରିୟା ମଧ୍ୟ ଦେଇନାହାଁନ୍ତି ।
ଜାହିର ଇକବାଲ କିଏ?
ଜାହିର ଇକବାଲ ଜଣେ ବ୍ୟବସାୟୀ ପରିବାରର ଅଟନ୍ତି । ତାଙ୍କ ପିତା ଇକବାଲ ରତନସୀ ଜଣେ ଜଣାଶୁଣା ବ୍ୟବସାୟୀ । ସଲମାନ ଖାନଙ୍କ ପରିବାର ସହ ତାଙ୍କର ମଧ୍ୟ ଘନିଷ୍ଠ ବନ୍ଧୁତା ରହିଛି। ସଲମାନ ଖାନ ଫିଲ୍ମ 'ନୋଟବୁକ୍' ସହ ୨୦୧୯ରେ ଜାହିରଙ୍କୁ ଲଞ୍ଚ କରିଥିଲେ। ଜାହିର ଏବଂ ସୋନାକ୍ଷୀ ସଲମାନ ଖାନଙ୍କ ଏକ ପାର୍ଟୀରେ ଭେଟିଥିଲେ। ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ସେମାନେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ତାପରେ ସୋନାକ୍ଷୀ ପ୍ରଥମ ଥର ପାଇଁ ଫିଲ୍ମ 'ଡବଲ୍ ଆକ୍ସେଲ'ରେ ଜାହିରଙ୍କ ସହ କାମ କରିଥିଲେ । ଏହା ପରେ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥିଲା ।
ଏହା ମଧ୍ୟ ପଢନ୍ତୁ: 37 ବର୍ଷରେ ପାଦ ଦେଲେ ସୋନାକ୍ଷୀ, ଖାସ୍ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ରୁମର୍ ବୟଫ୍ରେଣ୍ଡ
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ