ETV Bharat / entertainment

37 ବର୍ଷରେ ପାଦ ଦେଲେ ସୋନାକ୍ଷୀ, ଖାସ୍‌ ଅନ୍ଦାଜରେ ଶୁଭେଚ୍ଛା ଜଣାଇଲେ ରୁମର୍‌ ବୟଫ୍ରେଣ୍ଡ - Sonakshi Sinha 37th Birthday

Sonakshi Sinha Birthday: ଜୁନ୍ 2, 2024ରେ ସୋନାକ୍ଷୀ ସିହ୍ନା 37 ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ରୁମର୍‌ ବୟଫ୍ରେଣ୍ଡ ଜହିର ଇକବାଲ ତାଙ୍କୁ ରୋମାଣ୍ଟିକ ଅନ୍ଦାଜରେ ଜନ୍ମଦିନର ଶୁଭେଚ୍ଛା ଜଣାଇଛନ୍ତି ।

Sonakshi Sinha Birthday
Sonakshi Sinha Birthday (iamzahero)
author img

By ETV Bharat Odisha Team

Published : Jun 2, 2024, 8:03 PM IST

ହାଇଦ୍ରାବାଦ: ଆଜି ହେଉଛି ଦବଙ୍ଗ ଗର୍ଲ ତଥା ଶତ୍ରୁଘ୍ନଙ୍କ ଲାଡଲି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନାଙ୍କ ଜନ୍ମଦିନ । ନିକଟରେ ଅଭିନେତ୍ରୀ ସଂଜୟ ଲୀଲା ବଂଶାଲୀଙ୍କ ନିର୍ଦ୍ଦେଶନାରେ ନିର୍ମିତ ବହୁ ପ୍ରତିକ୍ଷିତ ଡେବ୍ୟୁ ୱେବ ସିରିଜ 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର'ରେ ନଜର ଆସିଥିଲେ । ତେବେ ସେହି ୱେବ ସିରିଜରେ ସୋନାକ୍ଷୀଙ୍କର ଅଭିନୟ ଲୋକଙ୍କ ମନକୁ ଛୁଇଁଥିଲା । ଏହି ୱେବ ସିରିଜର ସଫଳତା ତାଙ୍କ ଜନ୍ମଦିନକୁ ଆହୁରୀ ସ୍ମରଣୀୟ କରିଛି । ଆଜି ସେ 37 ବର୍ଷରେ ପଦାର୍ପଣ କରିଛନ୍ତି । ତେବେ ତାଙ୍କ ରୁମର୍‌ ବୟଫ୍ରେଣ୍ଡ ଜହିର ଇକବାଲ ରୋମାଣ୍ଟିକ ଅନ୍ଦାଜରେ ଶୁଭେଚ୍ଛା ଜଣାଇବା ସହ କ୍ୟୁଟ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ କରିଛନ୍ତି ।

ପ୍ରସିଦ୍ଧ ଫିଲ୍ମ ଦ ନୋଟବୁକର ଅଭିନେତା ଜହିର ଇକବାଲ ତାଙ୍କ ଇନଷ୍ଟାଗ୍ରାମରେ ଉଭୟଙ୍କ ଫଟୋ ସେୟାର କରିଛନ୍ତି । ଯାହା କପଲଙ୍କ ଭିତରେ ଥିବା ଗଭୀର ଭଲପାଇବାକୁ ଦର୍ଶାଉଛି । ତେବେ ଫଟୋ ସେୟାର କରି ଜହିର କ୍ୟାପସନରେ ଲେଖିଛନ୍ତି, ହାପି ବର୍ଥଡେ ସୋନଜ (ପରେ ଏକ ଲାଲ୍ ହୃଦୟ ଏବଂ ଏକ ଇମୋଜି ରହିଛି) । ଯାହାକି ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି । ତେବେ ଫଟୋରେ କପଲଙ୍କ ମଧ୍ୟରେ ଥିବା କେମେଷ୍ଟ୍ରିକୁ ନିଖୁଣ ଭାବରେ ଦର୍ଶାଉଛି । ତେବେ ଏହି ଫଟୋ ତାଙ୍କ ଫ୍ୟାନ୍ସଙ୍କ ମଧ୍ୟରେ ଆହୁରୀ ଉତ୍ସାହ ଭରି ଦେଇଛି । ଜଣେ ସୋସିଆଲ ମିଡିଆ ୟୁଜର ତଥା ଫ୍ୟାନ ସେହି ଫଟୋର କମେଣ୍ଟରେ "ଦୋନୋକି ଯୋଡ଼ି ମାଶାଲ୍ଲା ହେ" ବୋଲି କମେଣ୍ଟରେ ଲେଖିଛନ୍ତି । ଆଉ ଜଣେ ୟୁଜର ଲେଖିଛନ୍ତି, "ପରଫେକ୍ଟ! ହାପି ବର୍ଥଡେ @ଅସଲିସୋନା ମ୍ୟାମ" କମେଣ୍ଟରେ ଲେଖିଛନ୍ତି।

ଏହା ମଧ୍ୟ ପଢ଼ନ୍ତୁ... 'ହୀରାମଣ୍ଡି: ଦ ଡାଇମଣ୍ଡ ବଜାର' ଦ୍ବିତୀୟ ଗୀତ 'ତିଲସ୍ମି ବାହେ' ରିଲିଜ - TILASMI BAHEIN SONG OUT

ପ୍ରେମ ପକ୍ଷୀ ସୋନାକ୍ଷୀ ସିହ୍ନା ଏବଂ ଜହିର ଇକବାଲ ଫିଲ୍ମ ଡବଲ୍ ଏକ୍ସଏଲରେ ନଜର ଆସିଥିଲେ । ତେବେ ଫିଲ୍ମ ଆସିବା ପୂର୍ବରୁ ଜହିର ଏବଂ ସୋନାକ୍ଷୀଙ୍କର ଡେଟିଂ ଗୁଜବ ଆସିଥିଲା । ହୀରାମଣ୍ଡି ବିଷୟରେ କହିବାକୁ ଗଲେ, ମେ 1 ତାରିଖରେ ନେଟଫ୍ଲିକ୍ସରେ ପ୍ରିମିୟର୍ ହୋଇଥିଲା । ଏହାର କାହାଣୀ ହେଉଛି ପ୍ରେମ, ଶକ୍ତି, ପ୍ରତିଶୋଧ ଏବଂ ସ୍ବତନ୍ତ୍ରତାର ଏକ ଉପନ୍ୟାସ । କୁହାଯାଉଛି ଯେ ଏହି ସିରିଜର କାହାଣୀ ପାକିସ୍ତାନର ରେଡ୍ ଲାଇଟ୍ ଅଞ୍ଚଳ ଦ୍ବାରା ଅନୁପ୍ରାଣିତ ହୋଇଛି । ଭାରତ ଏବଂ ପାକିସ୍ତାନ ବିଭାଜନ ପୂର୍ବରୁ ହିରାମଣ୍ଡି ସୌଜନ୍ୟ ବହୁତ ପ୍ରସିଦ୍ଧ ଥିଲା । ବଂଶାଲୀ ପ୍ରଡକ୍ସନ ବ୍ୟାନରରେ ନିର୍ମିତ ଏହି ସିରିଜରେ ମନୀଷା କୋରେଲା, ସୋନାକ୍ଷୀ ସିହ୍ନା, ଅଦିତି ରାଓ ହାଇଦରୀ, ଶର୍ମିନ ସେହଗାଲ, ରିଚା ଚଡ୍ଡା ଏବଂ ସଞ୍ଜୀଦା ଶେଖ ପ୍ରମୁଖ ଅଭିନୟ କରିଥିବା ବେଳେ ସମସ୍ତଙ୍କୁ ଏଥିରେ ଭିନ୍ନ ଲୁକ ଏବଂ ଚରିତ୍ରରେ ଦେଖିବାକୁ ମିଳିଥିଲା ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.