ETV Bharat / entertainment

ପୁଣି ପ୍ରେମରେ ପଡିଲେ ସୋହେଲ ଖାନ ! ମିଷ୍ଟ୍ରି ଗାର୍ଲଙ୍କ ସହ ଡିନର ଡେଟରେ ହେଲେ ସ୍ପଟ୍ - Sohail Khan

author img

By ETV Bharat Odisha Team

Published : Sep 10, 2024, 3:54 PM IST

Updated : Sep 10, 2024, 4:04 PM IST

Sohain Khan Spotted on a Dinner Date: ସୋହେଲ ଖାନ ଗତକାଲି ରାତିରେ ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ନଜର ଆସିଥିଲେ, ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏବେ ଅନୁମାନ କରାଯାଉଛି ଯେ ପୁଣିଥରେ ଅଭିନେତା ପ୍ରେମରେ ପଡିଛନ୍ତି । ଦେଖନ୍ତୁ ଭିଡିଓ,

ପୁଣି ପ୍ରେମରେ ପଡିଲେ ସୋହିଲ ଖାନ ! ମିଷ୍ଟ୍ରି ଗାର୍ଲଙ୍କ ସହ ଡିନର ଡେଟରେ ହେଲେ ସ୍ପଟ୍
ପୁଣି ପ୍ରେମରେ ପଡିଲେ ସୋହିଲ ଖାନ ! ମିଷ୍ଟ୍ରି ଗାର୍ଲଙ୍କ ସହ ଡିନର ଡେଟରେ ହେଲେ ସ୍ପଟ୍ (ETV Bharat Odisha)

ହାଇଦ୍ରାବାଦ: ବଲିଉଡ ଅଭିନେତା ସଲମାନ ଖାନଙ୍କ ସାନଭାଇ ତଥା ଅଭିନେତା ସୋହେଲ ଖାନ ସୀମା ସାଜଦେହଙ୍କ ଠାରୁ ଛାଡପତ୍ର ହୋଇଛନ୍ତି । ବିବାହର 24 ବର୍ଷ ପରେ ଦୁହେଁ ଅଲଗା ହୋଇଛନ୍ତି । ଏପରି ସମୟରେ ବର୍ତ୍ତମାନ ସୋହେଲ ଖାନଙ୍କ ଏକ ଭିଡିଓ ଖୁବ ଭାଇରାଲ ହେବାରେ ଲାଗିଛି । ସୋହେଲ ପୁଣି ପ୍ରେମରେ ପଡିଥିବା ଚର୍ଚ୍ଚା ଜୋର ଧରିଛି । ଭାଇରାଲ ଭିଡିଓରେ ଅଭିନେତା ଜଣେ ମିଷ୍ଟ୍ରି ଗାର୍ଲଙ୍କ ସହିତ ଡିନର ଡେଟରେ ନଜର ଆସିଛନ୍ତି । ଯାହା ପରେ ଆଲୋଚନା ଜୋର ଧରିଛି ।

ପୁଣି ପ୍ରେମରେ ପଡିଲେ ସୋହିଲ ଖାନ ! ମିଷ୍ଟ୍ରି ଗାର୍ଲଙ୍କ ସହ ଡିନର ଡେଟରେ ହେଲେ ସ୍ପଟ୍ (ETV Bharat/ANI)

ପୁଣି ପ୍ରେମରେ ପଡିଲେ ସୋହେଲ ଖାନ !

ସେପ୍ଟେମ୍ବର 9, 2024 ରେ ସୋହେଲ ଖାନ ମୁମ୍ବାଇର ଏକ ରେଷ୍ଟୁରାଣ୍ଟରେ ମିଷ୍ଟ୍ରି ଗାର୍ଲଙ୍କ ସହ ରାତ୍ରୀ ଭୋଜନରେ ନଜର ଆସିଥିଲେ । ଏହି ସମୟରେ, ଅଭିନେତା ବ୍ଲୁ ରଙ୍ଗର ଟି-ସାର୍ଟ ସହ ବ୍ରାଉନ୍ ରଙ୍ଗର ଫ୍ୟାଣ୍ଟରେ ନଜର ଆସିଥିବା ବେଳେ ରେଷ୍ଟୁରାଣ୍ଟ ବାହାରେ ଅଭିନେତା ପ୍ୟାପ୍ସକୁ ଅଭିବାଦନ ଜଣାଇଲେ । ଏହି ସମୟରେ, ତାଙ୍କ କାରର ପଛ ସିଟରେ ବସିଥିବା ମିଷ୍ଟ୍ରି ଗାର୍ଲ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଥିଲା । ସୋହେଲ ତାଙ୍କ ସହିତ ବହୁତ କଥାବାର୍ତ୍ତା କରୁଥିବା ମଧ୍ୟ ଦେଖିବାକୁ ମିଳିଥିଲା ।​ ଯାହାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେଉଛି । ଏହା ପରେ କଳ୍ପନା ଜଳ୍ପନାର ଆରମ୍ଭ ହୋଇଛି ଯେ ପୁଣିଥରେ ଅଭିନେତା ପ୍ରେମରେ ପଡିଛନ୍ତି ।

ସୋହେଲ ଖାନ ଏବଂ ସୀମା ସାଜଦେହଙ୍କ ଛାଡପତ୍ର

ସୂଚନା ଥାଉ କି, ସୀମା ସାଜଦେହ ସଲମାନ ଖାନଙ୍କ ଭାଇ ସୋହେଲ ଖାନଙ୍କ ପ୍ରେମରେ ପାଗଳ ଥିଲେ । ହିନ୍ଦୁ ଏବଂ ମୁସଲମାନ ରୀତିନୀତି ଅନୁଯାୟୀ 1998 ରେ ଏହି ଦମ୍ପତି ବିବାହ କରିଥିଲେ। ହେଲେ କୌଣସି କାରଣରୁ ଉଭୟ ବିବାହ ବିଚ୍ଛେଦ ପାଇଁ ନିଷ୍ପତି ନେଇଥିଲେ । ତେବେ 2022 ମସିହାରେ ସୋହେଲ ଖାନଙ୍କ ସହ ସୀମା ତାଙ୍କର 24 ବର୍ଷର ବୈବାହିକ ଜୀବନରେ ପୂର୍ଣ୍ମଚ୍ଛେଦ ପକାଇଥିଲେ । ଉଭୟଙ୍କର ପୁଅ ନିର୍ବାଣ ଖାନ ଏବଂ ୟୋହାନ ଖାନ ରହିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସୋହେଲ-ସୀମାଙ୍କ ସମ୍ପର୍କରେ ଫାଟ, ଛାଡପତ୍ର ପାଇଁ କଲେ ଆବେଦନ

ଛାଡପତ୍ରକୁ ନେଇ ଏହା କହିଥିଲେ ସୋହେଲ

ସୋହେଲ ଏକ ସାକ୍ଷାତକାରରେ ଛାଡପତ୍ର ବିଷୟରେ କଥାବାର୍ତ୍ତା କରିଥିଲେ । ସେ କହିଥିଲେ, ''ଯେପର୍ଯ୍ୟନ୍ତ ଏହା ଚାଲୁଛି ଏବଂ ଯେପର୍ଯ୍ୟନ୍ତ ଆପଣ ଏକାଠି ଖୁସି ଅଛନ୍ତି, ସମ୍ପର୍କ ବଜାୟ ରଖନ୍ତୁ । ଏହାକୁ ନଷ୍ଟ କରନ୍ତୁ ନାହିଁ । କାରଣ ଏହା ହେଉଛି ସେହି ସମୟ ଯେତେବେଳେ ଅନ୍ୟ ଜଣଙ୍କ ବିଷୟରେ ନକାରାତ୍ମକ ଭାବନା ଆପଣଙ୍କ ଭିତରକୁ ଆସେ । ସବୁ ଜିନିଷର ଏକ୍ସପାଏରୀ ଡେଟ ଥାଏ । ସେପରି ଯେତେବେଳେ ଆପଣ ଏକ ସଂପର୍କରେ ସୁଖ ହରାଇଦିଅନ୍ତି । ସେତେବେଳେ ପାରସ୍ପରିକ ବୁଝାମଣାରେ ଅଲଗା ହୋଇଯିବା ଭଲ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Sep 10, 2024, 4:04 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.