ETV Bharat / entertainment

22 ଦିନରେ 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3'; ଏତିକି ଆୟ କଲା ଅଜୟ-କାର୍ତ୍ତିକଙ୍କ ଫିଲ୍ମ - SINGHAM AGAIN VS BHOOL BHULAIYAA 3

22 ଦିନରେ ଥିଏଟରରେ ଜାରି ରିହିଛି 'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3'ର ଜଲୱା । ବକ୍ସ ଅଫିସରେ ଉଭୟ ଫିଲ୍ମ କେତେ ଆୟ କଲାଣି ? ଜାଣନ୍ତୁ,

singham again vs bhool bhulaiyaa 3
singham again vs bhool bhulaiyaa 3 (FILM POSTER)
author img

By ETV Bharat Entertainment Team

Published : Nov 23, 2024, 1:26 PM IST

ହାଇଦ୍ରାବାଦ: 'ସିଙ୍ଘମ ଏଗେନ' ବନାମ 'ଭୁଲ ଭୁଲେୟା 3' ଚତୁର୍ଥ ସପ୍ତାହରେ ଏଣ୍ଟ୍ରି କରିଛି । ଏହି ସମୟରେ, ରୋହିତ ଶେଟ୍ଟୀଙ୍କ କପ ଯୁନିଭର୍ସ ଫିଲ୍ମ ବହୁ କ୍ଷତିର ସମ୍ମୁଖୀନ ହୋଇଛି । ଚତୁର୍ଥ ଶୁକ୍ରବାର ଦିନ ଅଜୟ ଦେବଗନଙ୍କ ଫିଲ୍ମ ଆୟରେ ଏକ ବିରାଟ ହ୍ରାସ ଦେଖିବାକୁ ମିଳିଛି। ଏଥି ସହ କାର୍ତ୍ତିକ ଆର୍ଯ୍ୟନଙ୍କ ହରର କମେଡି 'ଭୁଲ ଭୁଲେୟା 3' ଚତୁର୍ଥ ସପ୍ତାହ ଆରମ୍ଭ ହେବା ମାତ୍ରେ ବକ୍ସ ଅଫିସରେ 'ସିଙ୍ଘମ ଏଗେନ'କୁ ପଛରେ ପକାଇ ଭଲ ପ୍ରଦର୍ଶନ କରିଛି ।

ବକ୍ସ ଅଫିସରେ କଡା ଟକ୍କର

ନଭେମ୍ୱର 1, ଦୀପାବଳି ଅବସରରେ ଆନିସ୍ ବାଜମିଙ୍କ ହରରର-କମେଡି 'ଭୁଲ ଭୁଲେୟା 3' ଏବଂ ରୋହିତ ଶେଟ୍ଟୀଙ୍କ କପ ୟୁନିଭର୍ସ ଫିଲ୍ମ 'ସିଙ୍ଘମ ଏଗେନ' ମୁକ୍ତିଲାଭ କରିଥିଲା । ଉଭୟ ଚଳଚ୍ଚିତ୍ର ବକ୍ସ ଅଫିସରେ ପରସ୍ପର ମଧ୍ୟରେ କଡା ପ୍ରତିଯୋଗିତା ହୋଇଥିଲା। ଉଭୟ ଚଳଚ୍ଚିତ୍ର ରିଲିଜ ହେବାର 22 ଦିନ ବିତିଗଲାଣି । 22 ଦିନରେ କାର୍ତ୍ତିକ ଆର୍ଯ୍ୟନଙ୍କ ଫିଲ୍ମ ଅଜୟ ଦେବଗନଙ୍କ ଫିଲ୍ମକୁ ପଛରେ ପକାଇ ଭଲ ରୋଜଗାର କରିଛି ।

'ସିଙ୍ଘମ ଏଗେନ-ଭୁଲ ଭୁଲେୟା 3' କଲେକ୍ସନ:

ସାକନିକଙ୍କ ରିପୋର୍ଟ ଅନୁଯାୟୀ, 22 ଦିନରେ 'ସିଙ୍ଘମ ଏଗେନ' ଓ 'ଭୁଲ ଭୁଲେୟା 3'ର ରୋଜଗାରରେ ପାର୍ଥକ୍ୟ ବଢୁଥିବା ଦେଖାଦେଇଛି। 'ଭୁଲ ଭୁଲେୟା 3' ଚତୁର୍ଥ ଶୁକ୍ରବାରରେ 1.35 କୋଟି ଟଙ୍କା ଆୟ କରିଥିବାବେଳେ 'ସିଙ୍ଘମ ଏଗେନ' 75 ଲକ୍ଷ ଟଙ୍କା ରୋଜଗାର କରିଛି । 21 ତମ ଦିନରେ, 'ସିଙ୍ଘମ ଏଗେନ' 1 କୋଟି ଟଙ୍କା ବ୍ୟବସାୟ କରିଥିଲା। 22 ଦିନ ପରେ'ଭୁଲ ଭୁଲେୟା 3' ଭାରତୀୟ ବକ୍ସ ଅଫିସରେ ମୋଟ 260.8 କୋଟି ଟଙ୍କା କଲେକ୍ସନ କରିଛି । ଏଥି ସହିତ 'ସିଙ୍ଘମ ଏଗେନ' ମୋଟ 260.38 କୋଟି ଟଙ୍କା ବ୍ୟବସାୟ କରିଛି।

ଏହା ମଧ୍ୟ ପଢନ୍ତୁ: 'ଭୁଲ ଭୁଲେୟା 3'ରେ ଓଡ଼ିଆ ପୁଅ ରାଜ କିଶୋରଙ୍କ କମାଲ୍, ସହ-ନିର୍ଦ୍ଦେଶନା ଦେଇ ଏବେ ଚର୍ଚ୍ଚାରେ

'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମ ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିଛି । 'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ଓ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିଛନ୍ତି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.