ETV Bharat / entertainment

ରୁହ ବାବାଙ୍କ ଉପରେ ଭାରୀ ପଡିବେ କି ସିଙ୍ଘମ ? ଆଡଭାନ୍ସ ବୁକିଂରେ ଏତିକି କୋଟି ଆୟ କଲାଣି 'ଭୁଲ ଭୁଲେୟା 3-ସିଙ୍ଘମ ଏଗେନ'

ଦିୱାଲୀ ଅବସରରେ 'ଭୁଲ ଭୁଲେୟା 3' ଏବଂ 'ସିଙ୍ଘମ ଏଗେନ' ପରଦାକୁ ଆସିବାକୁ ଯାଉଛି । ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ଆରମ୍ଭ ହୋଇଥିବା ବେଳେ କିଏ କେତେ କଲାଣି ଆୟ ?ଜାଣନ୍ତୁ,

Singham Again Vs Bhool Bhulaiyaa 3
Singham Again Vs Bhool Bhulaiyaa 3 (Film poster)
author img

By ETV Bharat Entertainment Team

Published : 2 hours ago

ହାଇଦ୍ରାବାଦ: ଚଳିତ ଦିୱାଲୀ ବକ୍ସ ଅଫିସରେ ଏକ ବଡ ହିଟ୍ ହେବାକୁ ଯାଉଛି କାରଣ 'ଭୁଲ ଭୁଲେୟା 3' ଏବଂ 'ସିଙ୍ଘମ ଏଗେନ' ଗୋଟିଏ ଦିନରେ ଅର୍ଥାତ୍ ନଭେମ୍ବର 1, 2024 ରେ ମୁକ୍ତିଲାଭ କରୁଛି । ହିନ୍ଦୀ ସିନେମାର ପ୍ରସିଦ୍ଧ ଫ୍ରାଞ୍ଚାଇଜ୍ ଉଭୟ ଚଳଚ୍ଚିତ୍ର ପ୍ରେକ୍ଷାଳୟରେ ପରସ୍ପର ସହ କଡା ଟକ୍କର ଦେବାକୁ ଯାଉଛି । ଏହାରି ମଧ୍ୟରେ ଉଭୟ ଫିଲ୍ମର ଆଡଭାନ୍ସ ବୁକିଂ ହୋଇଥିବା ବେଳେ ଜୋରସୋରରେ ଚାଲିଛି ଟିକେଟ ବିକ୍ରି । ପ୍ରଥମ ଦିନର ଟିକେଟ ବିକ୍ରି ସହ ଉଭୟ ଫିଲ୍ମ ରିଲିଜ ପୂର୍ବରୁ କୋଟି କୋଟି ଟଙ୍କା ଆୟ କରିସାରିଲେଣି । ତେବେ କିଏ କେତେ କଲେକ୍ସନ କରିଛି ? ଜାଣନ୍ତୁ,

ଇଣ୍ଡଷ୍ଟ୍ରି ଟ୍ରାକର୍ ସାକନିଲ୍କଙ୍କ ରିପୋର୍ଟ ଅନୁୁସାରେ, 'ଭୁଲ ଭୁଲେୟା 3' ରିଲିଜ ପୂର୍ବରୁ ହିଁ ବେଶ ଲୋକପ୍ରିୟତା ହାସଲ କରିପାରିଛି । ଫଳରେ ପ୍ରଥମ ଦିନର ଶୋ' ପାଇଁ 4,207 ଟିକେଟ୍ ବିକ୍ରି ହୋଇଥିବା ବେଳେ 61.13 ଲକ୍ଷ ଟଙ୍କା ରୋଜଗାର କରିବାରେ ସକ୍ଷମ ହୋଇଛି । ଏହି ସମୟରେ 'ସିଙ୍ଘମ ଏଗେନ' ଆଡଭାନ୍ସ ବୁକିଂରେ 'ଭୁଲ ଭୁଲେୟା 3' କୁ ପଛରେ ପକାଇଛି । VOX ସିନେମାରେ 64 ଟି ଶୋ’ରୁ ଏପର୍ଯ୍ୟନ୍ତ ପ୍ରାୟ 66 ଲକ୍ଷ ଟଙ୍କା ଆୟ କରିଥିବାବେଳେ କେବଳ 505 ଟିକେଟ୍ ବିକ୍ରି କରିଛି । ଏହାକୁ ଦେଖି ଉଭୟ ଫିଲ୍ମ ମଧ୍ୟରେ କ଼ଡା ଟକ୍କର ହେବ ବୋଲି ମନେ ହେଉଛି । ତେବେ କେଉଁ ଫିଲ୍ମ ଦର୍ଶକଙ୍କୁ ଆକୃଷ୍ଟ କରିବାରେ ସଫଳ ହେଉଛି ଏବଂ କିଏ କେତେ କଲେକ୍ସନ କରୁଛି ? ତାହା ଫିଲ୍ମ ରିଲିଜ ପରେ ହିଁ ଜଣାପଡିବ ।

'ଭୁଲ ଭୁଲେୟା 3' ବିଷୟରେ କହିବାକୁ ଗଲେ, ଏହି ଫିଲ୍ମରେ କାର୍ତ୍ତିକ ଆର୍ଯ୍ୟନ, ତ୍ରିପ୍ତି ଡିମ୍ରୀ ଏବଂ ବିଦ୍ୟା ବାଲାନ ନଜର ଆସିବେ । କହିରଖୁଛୁ କି, ବିଦ୍ୟା ବାଲାନ ପ୍ରଥମ ଭାଗରେ ନଜର ଆସିଥିବା ବେଳେ ପୁଣି ତୃତୀୟ ଭାଗରେ ଲୋକଙ୍କୁ ଡରାଇବାକୁ ପ୍ରସ୍ତୁତ ରହିଛନ୍ତି । 'ଭୁଲ ଭୁଲେୟା' ପ୍ରାଞ୍ଚାଇଜର ପ୍ରଥମ ଭାଗ ପ୍ରିୟଦର୍ଶନଙ୍କ ଦ୍ୱାରା ନିର୍ଦ୍ଦେଶିତ ହୋଇଥିଲା, ଯେଉଁଥିରେ ବିଦ୍ୟାଙ୍କ ସହିତ ଅକ୍ଷୟ କୁମାର ଅଭିନୟ କରିଥିଲେ । ଦ୍ୱିତୀୟ ଭାଗରେ କାର୍ତ୍ତିକ, ତବୁ ଏବଂ କିଆରା ଆଡଭାନୀଙ୍କ ସହ ସ୍କ୍ରିନ ସେୟାର କରିଥିଲେ । ତୃତୀୟ ଭାଗ ବା ଏହି ହିଟ୍ ଫ୍ରାଞ୍ଚାଇଜ ଫିଲ୍ମରେ କାର୍ତ୍ତିକ, ତିପ୍ତୀ ଏବଂ ବିଦ୍ୟା ବାଲାନ ଅଭିନୟ କରିଛନ୍ତି । ଏଥିସହ ଏଥିରେ ମାଧୁରୀ ଦୀକ୍ଷିତ ମଧ୍ୟ ନଜର ଆସିବେ । ଏହି ଚଳଚ୍ଚିତ୍ରଟି ଟି-ସିରିଜ୍ ଫିଲ୍ମସ୍ ଏବଂ ସିନେ 1 ଷ୍ଟୁଡିଓ ଦ୍ୱାରା ମିଳିତ ଭାବେ ପ୍ରସ୍ତୁତ କରାଯାଇଛି ଏବଂ ଏହାକୁ ଆନିସ୍ ବାଜମି ନିର୍ଦ୍ଦେଶନା ଦେଇଛନ୍ତି ।

ଏହା ମଧ୍ୟ ପଢନ୍ତୁ: 'ସିଙ୍ଘମ ଏଗେନ ବନାମ ଭୁଲ ଭୁଲେୟା 3'; ଆଡଭାନ୍ସ ବୁକିଂରେ କାର୍ତ୍ତିକଙ୍କୁ ପଛରେ ପକାଇଲେ ଅଜୟ

'ସିଙ୍ଘମ ଏଗେନ' ବିଷୟରେ କହିବାକୁ ଗଲେ, ଏହା ଏକ ଆକ୍ସନ୍ ଏବଂ ଥ୍ରୀଲର ଚଳଚ୍ଚିତ୍ର ଅଟେ । ଏଥିରେ ଅଜୟ ଦେବଗନଙ୍କ ସହ ରଣଭୀର ସିଂ, ଦୀପିକା ପାଦୁକୋନଙ୍କ ବ୍ୟତୀତ ମଲ୍ଟି ଷ୍ଟାର ଅର୍ଥାତ୍ ଅକ୍ଷୟ କୁମାର, କରୀନା କପୁର ଖାନ, ଟାଇଗର ଶ୍ରଫ ଏବଂ ଅର୍ଜୁନ କପୁରଙ୍କୁ ଦେଖିବାକୁ ମିଳିବ। ଏଥିସହ ଏଥିରେ ସଲମାନ ଖାନଙ୍କୁ ଚୁଲବୁଲ ପାଣ୍ଡେ ଭୂମିକାରେ କ୍ୟାମିଓ ରୋଲରେ ଦେଖିବାକୁ ମିଳିବ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.