ETV Bharat / entertainment

କର୍ମଚାରୀକୁ ଜୋତାରେ ପିଟିଲେ ରାହତ ଫତେହ ଅଲ୍ଲୀ, ଟ୍ରୋଲ ହେବା ପରେ ମାଗିଲେ କ୍ଷମା

Rahat Fateh Ali Khan Viral Video: ସୋସିଆଲ ମିଡିଆରେ ଗାୟକ ରାହତ ଫତେହ ଅଲ୍ଲୀ ଖାନଙ୍କ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି ଯେଉଁଥିରେ ସେ ଜଣେ ବ୍ୟକ୍ତିଙ୍କୁ ଜୋତାରେ ପିଟୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ପରେ ଲୋକମାନେ ତାଙ୍କୁ ଟ୍ରୋଲ କରିଥିଲେ ।

କର୍ମଚାରୀକୁ ଜୋତାରେ ପିଟିଲେ ରାହତ ଫତେହ ଅଲ୍ଲୀ, ଟ୍ରୋଲ ହେବା ପରେ ମାଗିଲେ କ୍ଷମା
କର୍ମଚାରୀକୁ ଜୋତାରେ ପିଟିଲେ ରାହତ ଫତେହ ଅଲ୍ଲୀ, ଟ୍ରୋଲ ହେବା ପରେ ମାଗିଲେ କ୍ଷମା
author img

By ETV Bharat Odisha Team

Published : Jan 28, 2024, 9:55 AM IST

ହାଇଦ୍ରାବାଦ: ଟ୍ରୋଲର ଶିକାର ହୋଇଛନ୍ତି ପାକିସ୍ତାନୀ କଣ୍ଠଶିଳ୍ପୀ ରାହତ ଫତେହ ଅଲ୍ଲୀ ଖାନ । ଗାୟକଙ୍କ ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ ନିଜ ଜଣେ ବ୍ୟକ୍ତିଙ୍କୁ ଜୋତାରେ ପିଟୁଥିବାର ନଜର ଆସିଛନ୍ତି । ଏହି ଭିଡିଓ ଭାଇରାଲ ହେବା ପରେ ଗାୟକଙ୍କୁ ଖୁବ ଟ୍ରୋଲ କରାଯାଇଛି । ଯାହା ପରେ ବର୍ତ୍ତମାନ କଣ୍ଠଶିଳ୍ପୀ ବିବୃତ୍ତି ଜାରି କରି ଘଟଣା ନେଇ ସ୍ପଷ୍ଟୀକରଣ ଦେବା ସହ ଉକ୍ତ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ଭିଡିଓ ଭାଇରାଲ ପରେ ରାହତ ଫତେହ ଅଲି ଖାନ ତାଙ୍କ ସୋସିଆଲ ମିଡିଆ ପ୍ଲାଟଫର୍ମ ଇନଷ୍ଟାଗ୍ରାମରେ ଅନେକ ଭିଡିଓ ସେୟାର କରିଛନ୍ତି । ଭିଡିଓରେ ସେ କହିଛନ୍ତି ଯେ ଆପଣ ଦେଖୁଥିବା ଭିଡିଓଟି ଜଣେ ଗୁରୁ ଏବଂ ଜଣେ ଶିଷ୍ୟଙ୍କ ମଧ୍ୟରେ ପାରସ୍ପରିକ ସମ୍ପର୍କ ବିଷୟରେ ଅଟେ । ଏହା ପରେ, ସେ ସେହି ବ୍ୟକ୍ତିଙ୍କୁ ମଧ୍ୟ ପରିଚିତ କରାନ୍ତି ଯାହାକୁ ସେ ଜୋତାରେ ପିଟିଥିଲେ । ରାହତ କୁହନ୍ତି, ଜଣେ ଶିକ୍ଷକ ଏବଂ ଜଣେ ଶିଷ୍ୟଙ୍କ ମଧ୍ୟରେ ସମ୍ପର୍କ ଏପରି ଯେ ଯେତେବେଳେ ଜଣେ ଶିଷ୍ୟ ଭଲ କାମ କରେ, ଆମେ ତାଙ୍କୁ ସମାନ ପ୍ରେମ ଦେଇଥାଉ ଏବଂ ଯଦି ସେ ଭୁଲ୍ କରନ୍ତି, ତେବେ ଆମେ ମଧ୍ୟ ତାଙ୍କୁ ଦଣ୍ଡ ଦେଇଥାଉ ।

ସେ ଆହୁରି କହିଛନ୍ତି, ମୁଁ ଏହି ଘଟଣା ପରେ ସଙ୍ଗେ ସଙ୍ଗେ ତାଙ୍କୁ କ୍ଷମାପ୍ରାର୍ଥନା କରିଛନ୍ତି । ଏହା ପରେ ରାହତ ତାଙ୍କ ଶିଷ୍ୟଙ୍କୁ ଏହା ସ୍ପଷ୍ଟୀକରଣ କରିବାକୁ କୁହନ୍ତି । ସେ ମଧ୍ୟ କୁହନ୍ତି ଯେ, 'ରାହତ ଉସ୍ତାଦ ମୋତେ କ୍ଷମା ମାଗିଛନ୍ତି । ଏହା ତାଙ୍କର ବଡପଣ ଆଗରେ ମୁଁ ଲଜ୍ଜିତ ହୋଇଯାଇଛି । ଯେଉଁମାନେ ଭିଡିଓ ଭାଇରାଲ କରିଛନ୍ତି ସେମାନେ ମୋର ଶିକ୍ଷକଙ୍କୁ ବଦନାମ କରିବାକୁ ଚେଷ୍ଟା କରୁଛନ୍ତି ।' ଅନ୍ୟ ଏକ ଭିଡିଓରେ ସେ ଶିଷ୍ୟଙ୍କୁ ସର୍ବସମ୍ମୁଖରେ ବି କ୍ଷମା ମାଗିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ମଦ ପିଇ ରାସ୍ତାରେ ବୁଲିଲେ ସନ୍ନି ଦେଓଲ ! ଭିଡିଓ ଭାଇରାଲ

ସୂଚନା ଥାଉ କି, ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଭିଡିଓରେ କଣ୍ଠଶିଳ୍ପୀ ରାହତ ନିଜ କର୍ମଚାରୀଙ୍କୁ ଏକ ମଦ ବୋତଲ ପାଇଁ ପିଟୁଥିବାର ଦାବି କରାଯାଇଛି । ଭାଇରାଲ ଭିଡିଓରେ ଗାୟକ ଜୋତାରେ ନିଜ କର୍ମଚାରୀଙ୍କୁ ଅତି ନିର୍ମମ ଭାବରେ ପିଟୁଥିବାର ନଜର ଆସିଛନ୍ତି। ଏଥିସହ ସେ ମୋର ବୋତଲ କେଉଁଠାରେ ଅଛି ବୋଲି ତାଙ୍କୁ ପଚାରୁଛନ୍ତି । ଏହା ପରେ ସେ କର୍ମଚାରୀଙ୍କୁ ଟାଣି ନେଉଥିବାର ମଧ୍ୟ ଦେଖିବାକୁ ମିଳୁଛି । ଏହା ଭାଇରାଲ ପରେ ୟୁଜର୍ସ ଗାୟକଙ୍କୁ ଖୁବ ଟ୍ରୋଲ କରିଛନ୍ତି । ଭିଡିଓ ସେୟାର କରି ଜଣେ ୟୁଜର୍ସ ଲେଖିଛନ୍ତି, ମଦ ବୋତଲ ଯୋଗୁଁ ସେ ତାଙ୍କ କର୍ମଚାରୀଙ୍କୁ ମାଡ ମାରୁଛନ୍ତି । ଏହା ଲଜ୍ଜାଜନକ ଘଟଣା । ଆଉ ଜଣେ ଲେଖିଛନ୍ତି, ରାହତ ଫତେହ ଅଲି ଖାନଙ୍କୁ ବୟକଟ କରାଯାଉ । ସମସ୍ତେ ପ୍ରତ୍ୟେକ ବ୍ୟକ୍ତିର ସମ୍ମାନର ଯତ୍ନ ନେବା ଉଚିତ୍ । ଟ୍ରୋଲ ପରେ ଗାୟକ ଉକ୍ତ ବ୍ୟକ୍ତିଙ୍କୁ ସର୍ବସମ୍ମୁଖରେ କ୍ଷମା ପ୍ରାର୍ଥନା କରିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.