ETV Bharat / entertainment

ମାଉଣ୍ଟେନ ଟ୍ରିପର ଫଟୋ ସେୟାର କରି ଏମିତି ଲେଖିଲେ ଶ୍ରଦ୍ଧା କପୁର - Shraddha Kapoor

author img

By ETV Bharat Odisha Team

Published : Apr 21, 2024, 10:26 PM IST

Shraddha Kapoor Mountain Trip: ଶ୍ରଦ୍ଧା କପୁର ତାଙ୍କ ଫ୍ୟାନ୍ସଙ୍କୁ ମନୋରଞ୍ଜନ କରିବା ପାଇଁ କୌଣସି ସୁଯୋଗ ଛାଡନ୍ତି ନାହିଁ । ସେ ତାଙ୍କ ମାଉଣ୍ଟେନ ଟ୍ରିପର କିଛି ସୁନ୍ଦର ଚିତ୍ର ସେୟାର କରିଥିଲେ ଏବଂ ଏକ ମଜାଳିଆ ଚ୍ୟାଲେଞ୍ଜ ମଧ୍ୟ ଦେଇଥିଲେ । ଅଧିକ ପଢନ୍ତୁ

Shraddha Kapoor Mountain Trip
Shraddha Kapoor Mountain Trip

ମୁମ୍ବାଇ: ବଲିଉଡର ଅଭିନେତ୍ରୀ ଶ୍ରଦ୍ଧା କପୁର ଜଣେ ଚୁଲବୁଲି ଅଭିନେତ୍ରୀ ଭାବେ ଜଣାଶୁଣା । ଯାହାଙ୍କର ଲକ୍ଷ ଲକ୍ଷ ଫ୍ୟାନ୍ସ ଏବଂ ଫଲୋଅର୍ସ ଅଛନ୍ତି । ଯାହାଙ୍କ ପାଇଁ ସେ ସୋସିଆଲ ମିଡ଼ିଆରେ ନିଜ ସୁନ୍ଦର ସୁନ୍ଦର ଫଟୋ ସାଙ୍ଗକୁ ମଜାଳିଆ କଥା ସେୟାର କରିଥାନ୍ତି । ଯାହାକୁ ତାଙ୍କ ଫ୍ୟାନ୍ସଙ୍କୁ ଖୁବ ପସନ୍ଦ କରିବା ସହିତ ତାଙ୍କ ନୂତନ ଅପଡେଟର ଅପେକ୍ଷାରେ ରହିଥାନ୍ତି । ଏବେ ଶ୍ରଦ୍ଧା ମାଉଣ୍ଟେନ ଟ୍ରିପରେ ଅଛନ୍ତି । ଆଉ ସେଠାରୁ ସୁନ୍ଦର ସୁନ୍ଦର ଫଟୋ ସେ ତାଙ୍କ ସୋସିଆଲ ମିଡ଼ିଆରେ ପୋଷ୍ଟ ମଧ୍ୟ କରୁଛନ୍ତି । ତେବେ ସେ ନିକଟରେ ଏକ ଫଟୋ ପୋଷ୍ଟ କରି ସେଥିରେ ଏକ ମଜାଦାର ଚ୍ୟାଲେଞ୍ଜକୁ କ୍ୟାପସନରେ ଲେଖିଛନ୍ତି ଯାହା ପାଇଁ ଫ୍ୟାନ୍ସଙ୍କର ବହୁତ ମଜାଦାର ରିଆକ୍ସନ ମଧ୍ୟ ଆସୁଛି ।

ଶ୍ରଦ୍ଧା ଦେଇଛନ୍ତି ଏହି ଚ୍ୟାଲେଞ୍ଜ

ପ୍ରବଳ ଖରା ଏବଂ ଗରମ ମଧ୍ୟରେ ଶ୍ରଦ୍ଧା କପୁର ଏକ ମାଉଣ୍ଟେନ ଟ୍ରିପ କରଛନ୍ତି । ଆଜି ସେ ତାଙ୍କ ସୋସିଆଲ ମିଡ଼ିଆରେ ସେହି ଟ୍ରିପର କିଛି ସୁନ୍ଦର ଫଟୋ ସେୟାର କରିଛନ୍ତି । ସେୟାର କରିଥିବା ଫଟୋରେ ସେ ନିଜ ଟ୍ରିପକୁ ବହୁତ ମଜା କରୁଥିବା ନଜର ଆସିଛି । ଅନ୍ୟପଟେ ଫ୍ୟାନ୍ସ ମାନେ ମଧ୍ୟ ଶ୍ରଦ୍ଧାଙ୍କ ସେହି ପୋଷ୍ଟକୁ ବହୁତ ପସନ୍ଦ କରିଛନ୍ତି । ତେବେ ଏହି ସୁନ୍ଦର ଫଟୋ ମଧ୍ୟରେ ଫ୍ୟାନ୍ସଙ୍କୁ ଆକର୍ଷଣ କରିଛି ସେହି କୌତୁହଳ ପୂର୍ଣ୍ଣ କ୍ୟାପସନ । ସେ ଫଟୋ କ୍ୟାପସନରେ ଲେଖିଛନ୍ତି 'କାହାର ସାହାସ ଅଛି ମୋତେ ପାହାଡ଼ରୁ ଫେରାଇ ନେବ' ।

ଏହା ମଧ୍ୟ ପଡ଼ନ୍ତୁ.. 'ବଜରଙ୍ଗୀ ଭାଇଜାନ 2' ଓ 'ରାଉଡି ରାଠୋର 2'ର ସ୍କ୍ରିପ୍ଟ ପ୍ରସ୍ତୁତ - Bajrangi Bhaijaan 2 Rowdy Rathore 2

କଣ ଆସିଛି ଫ୍ୟାନ୍ସଙ୍କ ରିଆକ୍ସନ

ଗୋଟିଏ ଫଟୋରେ ଶ୍ରଦ୍ଧା ବରଫରେ ଘୋଡ଼ା ପାହାଡ଼ ସାମନାରେ ନୋ ମେକଅପ ଲୁକରେ ଫଟୋ ପୋଷ୍ଟ କରିଛନ୍ତି । ଆଉ ଏକ ଫଟୋରେ ସେ ନିଜ ପେଟ ସହିତ ପୋଜ କରିଛନ୍ତି । ତେବେ ତାଙ୍କ ସେହି ପୋଷ୍ଟରେ ଲୋକ କମେଣ୍ଟ ମଧ୍ୟ ଦେଇଛନ୍ତି । ଜଣେ ଫ୍ୟାନ ଲେଖିଛନ୍ତି, 'ନିର୍ବାଚନ ଚାଲିଛି, ଫେରି ଆସ'। ଆଉ ଜଣେ ଲେଖିଛନ୍ତି, 'ଫଟୋ ଗୁଡ଼ିକ ପ୍ରକୃତରେ ସୁନ୍ଦର ହୋଇଛି' । ଆଉ ଜଣେ ସୋସିଆଲ ମିଡିଆ ୟୁଜର ଲେଖିଛନ୍ତି, 'ଆପଣ କ୍ରାଇମ ମାଷ୍ଟର ଗୋଗୋକୁ ଫେରାଇ ଆଣି ପାରିବେ' ।

ଯଦି ତାଙ୍କ କାମ ବିଷୟରେ କହିବା ଶ୍ରଦ୍ଧା ଶେଷ ଥର ଲବ ରଞ୍ଜନଙ୍କ ନିର୍ଦ୍ଦେଶିତ 'ତୁ ଝୁଟି ମେଁ ମକ୍କାର' ଫିଲ୍ମରେ ରଣବୀର କପୁରଙ୍କ ସହ ନଜର ଆସିଥିଲେ । ଆଗକୁ ଶ୍ରଦ୍ଧା ରାଜକୁମାର ରାଓ, ପଙ୍କଜ ତ୍ରିପାଠୀ ଏବଂ ଅପାର ଶକ୍ତି ଖୁରାନାଙ୍କ ସହ ହରୋର କମେଡ଼ି ଫିଲ୍ମ 'ସ୍ତ୍ରୀ ୨'ରେ ନଜର ଆସିବେ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.