ETV Bharat / entertainment

ସୋନାକ୍ଷୀଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା, କହିଲେ- ଆଜିକାଲିର ପିଲା... - Shatrughan Sinha

author img

By ETV Bharat Odisha Team

Published : Jun 11, 2024, 1:04 PM IST

Shatrughan Sinha Reacts On Sonakshi Sinha Wedding: ଖୁବଶୀଘ୍ର ବିବାହ ବନ୍ଧନରେ ବାନ୍ଧି ହେବେ ସୋନାକ୍ଷୀ ସିହ୍ନା ଏବଂ ଜାହିର ଇକବାଲ । ଏନେଇ ଚର୍ଚ୍ଚା ଭିତରେ ବର୍ତ୍ତମାନ ଝିଅର ବିବାହକୁ ନେଇ ପ୍ରତିକ୍ରିୟା ଦେଇଛନ୍ତି ବାପା ଶତ୍ରୁଘ୍ନ ସିହ୍ନା । ସେ କ'ଣ କହିଛନ୍ତି ? ଜାଣନ୍ତୁ,

ସୋନାକ୍ଷୀଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା, କହିଲେ- ଆଜିକାଲିର ପିଲାଙ୍କୁ...
ସୋନାକ୍ଷୀଙ୍କ ବିବାହକୁ ନେଇ ମୁହଁ ଖୋଲିଲେ ଶତ୍ରୁଘ୍ନ ସିହ୍ନା, କହିଲେ- ଆଜିକାଲିର ପିଲାଙ୍କୁ... (ETV Bharat Odisha)

ହାଇଦ୍ରାବାଦ: ବିବାହ ନେଇ ଚର୍ଚ୍ଚାରେ ରହିଛନ୍ତି ବଲିଉଡ ଅଭିନେତ୍ରୀ ସୋନାକ୍ଷୀ ସିହ୍ନା । ସେ ତାଙ୍କ ବୟଫ୍ରେଣ୍ଡ ଜାହିର ଇକବାଲଙ୍କୁ ବିବାହ କରିବେ ବୋଲି ଜଣାପଡିଥିବା ବେଳେ ଉଭୟଙ୍କ ବିବାହ ତାରିଖ ମଧ୍ୟ ସାମ୍ନାକୁ ଆସିଛି । ସୋନାକ୍ଷୀ ଜୁନ ୨୩ରେ ଜାହିରଙ୍କୁ ବିବାହ କରିବାକୁ ଯାଉଛନ୍ତି । ତେବେ ଏହି ଚର୍ଚ୍ଚା ମଧ୍ୟରେ ବର୍ତ୍ତମାନ ବାପା ତଥା ଅଭିନେତା ଶତ୍ରୁଘ୍ନ ସିହ୍ନା ତାଙ୍କର ଏକମାତ୍ର ଝିଅ ସୋନାକ୍ଷୀ ସିହ୍ନାଙ୍କ ବିବାହ ଖବର ନେଇ ମୁହଁ ଖୋଲିଛନ୍ତି ।

ଶତ୍ରୁଘ୍ନ ସିହ୍ନାଙ୍କ ପ୍ରତିକ୍ରିୟା

ଶତ୍ରୁଘ୍ନ ସିହ୍ନା କହିଛନ୍ତି, ''ଆଜିକାଲି ପିଲାମାନେ ଅନୁମତି ନିଅନ୍ତି ନାହିଁ ସେ କେବଳ ସୂଚନା ଦିଅନ୍ତି । ମୁଁ ବର୍ତ୍ତମାନ ଦିଲ୍ଲୀରେ ଅଛି । ନିର୍ବାଚନ ଫଳାଫଳ ପରେ ମୁଁ ଏଠାକୁ ଆସିଥିଲି । ମୋ ଝିଅର ଯୋଜନା ବିଷୟରେ ମୁଁ କାହା ସହିତ କଥାବାର୍ତ୍ତା କରିନାହିଁ । ଯଦି ତୁମର ପ୍ରଶ୍ନ ହେଉଛି ସେ ବିବାହ କରୁଛନ୍ତି କି ? ଉତ୍ତର ହେଉଛି ସେ ମୋତେ ଏ ବିଷୟରେ କିଛି କହି ନାହାଁନ୍ତି । ମୁଁ ଗଣମାଧ୍ୟମ ଜରିଆରେ ଯେତିକି ଜାଣିଛି । ଯଦି ସେ ଏହା କରୁଥାନ୍ତି, ତେବେ ମୁଁ ଏବଂ ମୋ ପତ୍ନୀ ଏହି ଦମ୍ପତିଙ୍କୁ ଆଶୀର୍ବାଦ ଦେବାକୁ ପ୍ରସ୍ତୁତ । ମୁଁ ଚାହେଁ ମୋ ଝିଅକୁ ସବୁ ଖୁସି ମିଳୁ।'' ସେ ଏହା ମଧ୍ୟ କହିଛନ୍ତି ଯେ ନିଶ୍ଚିତ ଯେ ସୋନାକ୍ଷୀ ନିଜ ପାଇଁ ସଠିକ୍ ନିଷ୍ପତ୍ତି ନେବେ ।

ଏମିତି ଆରମ୍ଭ ହୋଇଥିଲା ସୋନାକ୍ଷୀ-ଜାହିରଙ୍କ ସମ୍ପର୍କ

ଜାହିର ଇକବାଲ ଜଣେ ବ୍ୟବସାୟୀ ପରିବାରର ଅଟନ୍ତି । ତାଙ୍କ ପିତା ଇକବାଲ ରତନସୀ ଜଣେ ଜଣାଶୁଣା ବ୍ୟବସାୟୀ । ସଲମାନ ଖାନଙ୍କ ପରିବାର ସହ ତାଙ୍କର ମଧ୍ୟ ଘନିଷ୍ଠ ବନ୍ଧୁତା ରହିଛି । ସଲମାନ ଖାନ ଫିଲ୍ମ 'ନୋଟବୁକ୍' ସହ ୨୦୧୯ରେ ଜାହିରଙ୍କୁ ଲଞ୍ଚ କରିଥିଲେ । ଜାହିର ଏବଂ ସୋନାକ୍ଷୀ ସଲମାନ ଖାନଙ୍କ ଏକ ପାର୍ଟିରେ ଭେଟିଥିଲେ । ପ୍ରଥମେ ସେମାନେ ବନ୍ଧୁ ହେଲେ ଏବଂ ପରେ ସେମାନେ ପରସ୍ପରକୁ ଡେଟ କରିବା ଆରମ୍ଭ କରିଥିଲେ । ତା'ପରେ ସୋନାକ୍ଷୀ ପ୍ରଥମ ଥର ପାଇଁ ଫିଲ୍ମ 'ଡବଲ୍ ଆକ୍ସେଲ'ରେ ଜାହିରଙ୍କ ସହ କାମ କରିଥିଲେ । ଏହା ପରେ ଉଭୟଙ୍କୁ ପ୍ରାୟତଃ ଏକାଠି ଦେଖିବାକୁ ମିଳିଥିଲା ।

ଏହା ମଧ୍ୟ ପଢନ୍ତୁ: ବୟଫ୍ରେଣ୍ଡ ଜାହିର ଇକବାଲଙ୍କ ଧରିବେ ହାତ ସୋନାକ୍ଷୀ ସିହ୍ନା ! ସାମ୍ନାକୁ ଆସିଲା ଡେଟ୍

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.