ETV Bharat / entertainment

'ସୈତାନ' ଟ୍ରେଲର ରିଲିଜ; କଳା ଯାଦୁର କାହାଣୀ କହିବ ଫିଲ୍ମ

Shaitaan Trailer Out: ଅଜୟ ଦେବଗନ, ଆର ମାଧବନ ଏବଂ ଜ୍ୟାତିକାଙ୍କ ଫିଲ୍ମ 'ସୈତାନ'ର ଟ୍ରେଲର ରିଲିଜ ହୋଇଛି । ଟ୍ରେଲରରେ ଅଜୟ ତାଙ୍କ ପରିବାରକୁ ସୈତାନୀ ଶକ୍ତିରୁ ରକ୍ଷା କରୁଥିବା ଦେଖିବାକୁ ମିଳିଛି ।

author img

By ETV Bharat Odisha Team

Published : Feb 22, 2024, 2:11 PM IST

'ସୈତାନ' ଟ୍ରେଲର ରିଲିଜ; କଳା ଯାଦୁର କାହାଣୀ କହିବ ଫିଲ୍ମ
'ସୈତାନ' ଟ୍ରେଲର ରିଲିଜ; କଳା ଯାଦୁର କାହାଣୀ କହିବ ଫିଲ୍ମ

ହାଇଦ୍ରାବାଦ: ଖୁବଶୀଘ୍ର ରିଲିଜ ହେବ ଅଜୟ ଦେବଗନ, ଆର ମାଧବନ ଏବଂ ଜ୍ୟୋତିକାଙ୍କ ଫିଲ୍ମ 'ସୈତାନ' । ନିକଟରେ ଟିଜର ରିଲିଜ ହୋଇଥିବା ବେଳେ ଲୋକେ ଏହାକୁ ବେଶ ପସନ୍ଦ କରିବା ସହ ଫିଲ୍ମକୁ ନେଇ ଉତ୍ସାହିତ ଥିଲେ । ବର୍ତ୍ତମାନ ନିର୍ମାତା ଫିଲ୍ମର ଟ୍ରେଲର ରିଲିଜ କରି ଫ୍ୟାନ୍ସଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛନ୍ତି । ଟ୍ରେଲରରେ ଆର ମାଧବନଙ୍କୁ ନୂଆ ଲୁକରେ ଦେଖିବାକୁ ମିଳିଛି । ଯାହାକୁ ଦେଖି ଫ୍ୟାନ୍ସ ଦିୱାନା ହୋଇଛନ୍ତି ।

  • " class="align-text-top noRightClick twitterSection" data="">

୨ ମିନିଟ ୨୬ ସେକେଣ୍ଡର ଟ୍ରେଲରରେ ଜଣେ ସୈତାନ ଅଜୟ ଦେବଗନଙ୍କ ଘରକୁ ଜବରଦସ୍ତ ଆସି ତାଙ୍କ ଝିଅ ଉପରେ କଳା ଯାଦୁ କରି ନିଜ ଇଶାରାରେ ନଚାଉଛି । ଏହି ଚଳଚ୍ଚିତ୍ରରେ ସୈତାନ ଭୂମିକାରେ ଅଭିନୟ କରିଥିବା ଆର ମାଧବନ ଭୟଙ୍କର ରୂପ ଦେଖିବାକୁ ମିଳିଛି । ନିଜ ଝିଅକୁ ସୈତାନ ଠାରୁ ବଞ୍ଚାଇବା ପାଇଁ ଅଜୟ ସତ ଚେଷ୍ଟା କରୁଥିଲେ ମଧ୍ୟ ବିଫଳ ହେଉଛନ୍ତି । ତେବେ ସେ କିପରି ତାଙ୍କ ଝିଅଙ୍କୁ ଏଥିରୁ ରକ୍ଷା କରୁଛନ୍ତି ତାହା ଫିଲ୍ମ ଦେଖିବା ପରେ ହିଁ ଜଣାପଡିବ ।

ଜିଓ ଷ୍ଟୁଡିଓ, ଅଜୟ ଦେବଗନ୍ ଫିଲ୍ମସ୍ ଏବଂ ପାନୋରାମା ଷ୍ଟୁଡିଓ ଇଣ୍ଟରନ୍ୟାସନାଲ୍ ବ୍ୟାନରରେ ନିର୍ମିତ 'ସୈତାନ' ଅଜୟ ଦେବଗନ୍, ଜ୍ୟୋତି ଦେଶପାଣ୍ଡେ, କୁମାର ମଙ୍ଗତ ପାଠକ ଏବଂ ଅଭିଷେକ ପାଠକଙ୍କ ଦ୍ବାରା ପ୍ରସ୍ତୁତ କରାଯାଇଛି । 'ସୈତାନ' ଚଳଚ୍ଚିତ୍ରକୁ ବିକାଶ ବାହଲ ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରଟି ଥ୍ରୀଲର, ସସପେନ୍ସ ଏବଂ କଳା ଯାଦୁ ଉପରେ ଆଧାରିତ । ଫିଲ୍ମରେ ସୈତାନ ଭୂମିକାରେ ଆର ମାଧବନ ନଜର ଆସିଥିବା ବେଳେ ଅଜୟଙ୍କ ପତ୍ନୀ ଭୂମିକାରେ ଜ୍ୟୋତିକା ନଜର ଆସିଛନ୍ତି । ମାର୍ଚ୍ଚ ୮, ୨୦୨୪ରେ ପ୍ରେକ୍ଷାଳୟକୁ ଆସିବ ଫିଲ୍ମ । ହିନ୍ଦୀ ସିନେମାରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ଜ୍ୟୋତିକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିବ ।

ଏହା ମଧ୍ୟ ପଢନ୍ତୁ: ସୈତାନର ଟିଜର ରିଲିଜ, ନୂଆ ଅନ୍ଦାଜରେ ନଜର ଆସିଲେ ଆର ମାଧବନ

ପ୍ରକାଶ ଥାଉକି, ସୈତାନ' ଫିଲ୍ମ ଗୁଜୁରୀଟୀ ଫିଲ୍ମ 'ଭସ'ର ହିନ୍ଦୀ ଭର୍ସନ ଅଟେ । ଭସ ଫିଲ୍ମଟି ନିର୍ଦ୍ଦେଶକ କ୍ରିଷ୍ଣାଦେବ ୟାଗ୍ନିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଫେବୃଆରୀ ୧୦, ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଏହି ହିନ୍ଦୀ ଭର୍ସନ 'ସୈତାନ' ମାର୍ଚ୍ଚ ୮, ୨୦୨୪ ମହାଶିବରାତ୍ରୀ ଅବସରରେ ବଡ ପରଦାରେ ରିଲିଜ ହେବାକୁ ଯାଉଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.