ETV Bharat / entertainment

ସିନେମାହଲକୁ ଟାଣୁଛି ‘ସୈତାନ’, 100 କୋଟି କ୍ଲବରେ ମାରିଲା ଏଣ୍ଟ୍ରି

author img

By ETV Bharat Odisha Team

Published : Mar 18, 2024, 9:59 AM IST

Shaitaan Box Office Collection Day 10: ମାର୍ଚ୍ଚ ୮ରେ ରିଲିଜ ହୋଇଥିଲା ଫିଲ୍ମ 'ସୈତାନ' । ଫିଲ୍ମ ରିଲିଜ ହେବା ଲୋକଙ୍କୁ ଦିନକୁ ଦିନ ଆକୃଷ୍ଟ କରିବାରେ ଲାଗିଛି । ବର୍ତ୍ତମାନ ୧୦ଦିନ ମଧ୍ୟରେ ଫିଲ୍ମ ୧୦୦ କୋଟି କ୍ଲବରେ ସାମିଲ ହୋଇଛି ।

କମୁନି କ୍ରେଜ ବଢୁଛି ଆୟ; ଭାରତରେ ୧୦୦କୋଟି କ୍ଲବରେ ସାମିଲ ହେଲା 'ସୈତାନ'

ହାଇଦ୍ରାବାଦ: ଲୋକଙ୍କ ମନ ଜିତୁଛି ଅଜୟ ଦେବଗନ ଏବଂ ଆର ମାଧବନଙ୍କ ଫିଲ୍ମ 'ସୈତାନ' । ଫିଲ୍ମ ମାର୍ଚ୍ଚ ୮ରେ ରିଲିଜ ହୋଇଥିବା ବେଳେ ଆଜି ରିଲିଜର ୧୦ଦିନରେ ପହଞ୍ଚିଛି । ଫିଲ୍ମ ରିଲିଜ ହେବା ଦିନ ଠାରୁ ଜଲୱା ଜାରି ରଖିଛି । ବର୍ତ୍ତମାନ ଫିଲ୍ମ ୧୦ଦିନ ମଧ୍ୟରେ ଭାରତରେ ୧୦୦କୋଟି ପାର୍ କରିବାରେ ସଫଳ ହୋଇଛି ।

ସାକନିକଙ୍କ ରିପୋର୍ଟ ଅନୁଯାୟୀ, ପ୍ରଥମ ରବିବାରରେ ୨୦.୫ କୋଟି ଆୟ କରିଥିବା ବେଳେ ଦ୍ୱିତୀୟ ରବିବାର ଦିନ ଏହି ଫିଲ୍ମ ୯.୭୫ କୋଟି ଟଙ୍କା ରୋଜଗାର କରିଛି, ଯେଉଁଥିପାଇଁ ଫିଲ୍ମର ମୋଟ କଲେକ୍ସନ ୧୦୩.୦୫ କୋଟି ଟଙ୍କାକୁ ବୃଦ୍ଧି ପାଇଛି । ଏହିପରି, ଅଜୟ ଏବଂ ମାଧବନଙ୍କ ଏହି ଚଳଚ୍ଚିତ୍ର ୧୦୦କୋଟି କ୍ଲବରେ ସାମିଲ ହୋଇଥିବା ୨୦୨୪ର ପ୍ରଥମ ଚଳଚ୍ଚିତ୍ର ଭାବେ ରେକର୍ଡ ସୃଷ୍ଟି କରିଛି । ଏଥିସହ ଫିଲ୍ମତାର ବଜେଟ ମୂଲ୍ୟରୁ ଅଧିକ ଆୟ କରିବାରେ ବି ସଫଳ ହୋଇଛି । କହିରଖୁଛୁ କି, ସୈତାନ ଫିଲ୍ମ ୬୦କୋଟି ବଜେଟରେ ନିର୍ମିତ ହୋଇଥିଲା ।

  • " class="align-text-top noRightClick twitterSection" data="">

'ସୈତାନ': ବକ୍ସ ଅଫିସ କଲେକ୍ସନ

  • ମାର୍ଚ୍ଚ ୮, ପ୍ରଥମ ଦିନ- ୧୪.୭୫ କୋଟି
  • ମାର୍ଚ୍ଚ ୯, ଦ୍ୱିତୀୟ ଦିନ- ୧୮.୭୫ କୋଟି
  • ମାର୍ଚ୍ଚ ୧୦, ତୃତୀୟ ଦିନ- ୨୦.୫ କୋଟି
  • ମାର୍ଚ୍ଚ ୧୧, ଚତୁର୍ଥ ଦିନ- ୭.୨୫ କୋଟି
  • ମାର୍ଚ୍ଚ ୧୨, ପଞ୍ଚମ ଦିନରେ ୬.୫ କୋଟି
  • ମାର୍ଚ୍ଚ ୧୩, ଷଷ୍ଠ ଦିନରେ ୬.୨୫
  • ମାର୍ଚ୍ଚ ୧୪, ସପ୍ତମ ଦିନ- ୫.୭୫ କୋଟି
  • ମାର୍ଚ୍ଚ ୧୫, ଅଷ୍ଟମ ଦିନ- ୫.୦୫ କୋଟି
  • ମାର୍ଚ୍ଚ ୧୬, ନବମ ଦିନ- ୮.୫ କୋଟି
  • ମାର୍ଚ୍ଚ ୧୭, ଦଶମ ଦିନ- ୯.୭୫ କୋଟି

ଫିଲ୍ମର ମୋଟ କଲେକ୍ସନ ୧୦୩.୦୫ କୋଟି ଟଙ୍କା

ଏହା ମଧ୍ୟ ପଢନ୍ତୁ: ଅଜୟଙ୍କ 'ଦେ ଦେ ପ୍ୟାର ଦେ 2' ରିଲିଜ ଡେଟ୍ ଆଉଟ

ପ୍ରକାଶ ଥାଉକି, 'ସୈତାନ' ଫିଲ୍ମ ଗୁଜୁରାଟୀ ଫିଲ୍ମ 'ଭସ'ର ହିନ୍ଦୀ ଭର୍ସନ ଅଟେ । ଭସ ଫିଲ୍ମଟି ନିର୍ଦ୍ଦେଶକ କ୍ରିଷ୍ଣାଦେବ ୟାଗ୍ନିକ ନିର୍ଦ୍ଦେଶନା ଦେଇଥିବା ବେଳେ ଫିଲ୍ମଟି ଫେବୃଆରୀ ୧୦, ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ଏହି ହିନ୍ଦୀ ଭର୍ସନ 'ସୈତାନ' ରିଲିଜ ହୋଇଛି। ଯାହାର ନିର୍ଦ୍ଦେଶନା ଦେଇଛନ୍ତି ନିର୍ଦ୍ଦେଶକ ବିକାଶ ବାହଲ । ଏହି ଚଳଚ୍ଚିତ୍ରଟି ଥ୍ରୀଲର, ସସପେନ୍ସ ଏବଂ କଳାଯାଦୁ ଉପରେ ଆଧାରିତ । ଏହି ହିନ୍ଦୀ ସିନେମାରେ ଅଜୟ ଦେବଗନ୍, ଆର ମାଧବନ୍ ଏବଂ ସାଉଥ ଅଭିନେତ୍ରୀ ଜ୍ୟୋତିକା ନଜର ଆସିଥିବା ବେଳେ ଏହି ୩ ତାରକାଙ୍କୁ ପ୍ରଥମ ଥର ପାଇଁ ଏକାଠି ଦେଖିବାକୁ ମିଳିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.