ETV Bharat / entertainment

IIFA ଇଭେଣ୍ଟରେ କରଣ ଜୋହରଙ୍କ ମଜାକ ଉଡାଇଲେ ଶାହାରୁଖ, କହିଲେ 'ଆଉ କେତେ ହୋଷ୍ଟ କରିବ' - ShahRukh Khan Roast Karan Johar

author img

By ETV Bharat Entertainment Team

Published : Sep 11, 2024, 2:04 PM IST

Shah Rukh Khan IIFA 2024: ଖୁବଶୀଘ୍ର ଆୟୋଜିତ ହେବ IIFA ଆୱାର୍ଡ ଶୋ' । ଏହା ପୂର୍ବରୁ ମୁମ୍ବାଇରେ ଅନୁଷ୍ଠିତ IIFA ଇଭେଣ୍ଟରେ ଶାହାରୁଖ ଖାନଙ୍କୁ କରଣ ଜୋହରଙ୍କ ସହ ଦେଖିବାକୁ ମିଳିଥିଲା । ଏହି ଇଭେଣ୍ଟରେ ଶାହାରୁଖ ମଜାଳିଆ କମେଣ୍ଟ ସହ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ସେ କରଣ ଜୋହରଙ୍କ ମଜାକ ଉଡାଉଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି । ଦେଖନ୍ତୁ ଭିଡିଓ,

IIFA ଇଭେଣ୍ଟରେ କରଣ ଜୋହରଙ୍କ ମଜାକ ଉଡାଇଲେ ଶାହାରୁଖ, କହିଲେ 'ଆଉ କେତେ ହୋଷ୍ଟ କରିବ'
IIFA ଇଭେଣ୍ଟରେ କରଣ ଜୋହରଙ୍କ ମଜାକ ଉଡାଇଲେ ଶାହାରୁଖ, କହିଲେ 'ଆଉ କେତେ ହୋଷ୍ଟ କରିବ' (ANI)

ହାଇଦ୍ରାବାଦ: ଖୁବଶୀଘ୍ର ହେବାକୁ ଯାଉଛି ଚର୍ଚ୍ଚିତ ଚଳଚ୍ଚିତ୍ର ପୁରସ୍କାର ଶୋ' IIFA । ଏହି ଶୋ' ଚଳିତ ମାସରେ ହେବାକୁ ଥିବା ବେଳେ ଏଥିରେ ପୁଣି ଥରେ ଶାହାରୁଖ ଖାନ ଏବଂ କରଣ ଜୋହରଙ୍କୁ ମଞ୍ଚରେ ହୋଷ୍ଟ କରୁଥିବା ଦେଖିବାକୁ ମିଳିବ । ଏହି ହିଟ୍ ବଲିଉଡ ଯୋଡି ଆନ୍ତର୍ଜାତୀୟ ଭାରତୀୟ ଚଳଚ୍ଚିତ୍ର ଏକାଡେମୀ ପୁରସ୍କାର (IIFA) 2024 ର 14 ତମ ସିଜନ୍ ଆୟୋଜନ କରିବେ ଏବଂ ଏହା ଆରମ୍ଭ ହୋଇସାରିଛି । ଗତକାଲି ରାତିରେ ମୁମ୍ବାଇରେ IIFA ଶୋ'ର ଘୋଷଣା ନେଇ ଏକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ଶାହାରୁଖ ଖାନ ଏବଂ କରଣ ଜୋହରଙ୍କୁ ଦେଖିବାକୁ ମିଳିଥିଲା । ଏହି ସମୟରେ ଶାହାରୁଖ ଖାନ କରଣ ଜୋହରଙ୍କ ମଜାକ ଉଡାଉଥିବାର ନଜର ଆସିଛନ୍ତି । ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେଉଛି ।

IIFA ଇଭେଣ୍ଟରେ କରଣ ଜୋହରଙ୍କ ମଜାକ ଉଡାଇଲେ ଶାହାରୁଖ, କହିଲେ 'ଆଉ କେତେ ହୋଷ୍ଟ କରିବ' (ANI Video)

କରଣଙ୍କ ମଜାକ ଉଡାଇଲେ ଶାହାରୁଖ

ଯେତେବେଳେ କରଣ ଜୋହର ମଞ୍ଚରେ ଶାହାରୁଖ ଖାନଙ୍କୁ ପଚାରିଥିଲେ ଯେ ସେ ପୁଣିଥରେ IIFA ମଞ୍ଚକୁ ଫେରୁଛନ୍ତି । ଏହି ସମୟରେ ଶାହାରୁଖ ଖାନ କରଣ ଜୋହରଙ୍କୁ ଥଟ୍ଟା କରି କହିଛନ୍ତି, ଆପଣ ବାରମ୍ବାର ଏହିପରି କହୁଛନ୍ତି, ଥରେ ଡାକିଛନ୍ତି 10 ବର୍ଷ ପରେ ଡାକିଛନ୍ତି । ଏହା ପରେ ଶାହାରୁଖ ଖାନ କହିଛନ୍ତି, 'IIFA ପୁରସ୍କାର ହେଉଛି ଭାରତୀୟ ସିନେମାର ଏକ ବଡ଼ ଉତ୍ସବ, ଯାହା ସାରା ବିଶ୍ୱରେ ପ୍ରସିଦ୍ଧ, ମୁଁ ଏହାର ଅଂଶ ହୋଇଥିବାରୁ ବହୁତ ଖୁସି, ମୁଁ ପୁଣି ଥରେ IIFA ପୁରସ୍କାର ଆୟୋଜନ କରିବାକୁ ପ୍ରସ୍ତୁତ ହେଉଛି । ଏହା ପରେ କରଣଙ୍କ ସହ ହୋଷ୍ଟିଂକୁ ନେଇ ଉଡାଇଲେ ମଜାକ । ସେ କରଣଙ୍କୁ କହିଛନ୍ତି, କେତେବେଳେ ଫ୍ୟାଶନ୍ ସୋ ହୋଷ୍ଟ କରୁଛ । କେତେବେଳେ ସେ ନିଜର ଶୋ’ ହୋଷ୍ଟ କରୁଛି । ତେବେ କେତେ ହୋଷ୍ଟ କରିବ, ମୋ ଭାଇ । ଚଳଚ୍ଚିତ୍ର ନିର୍ମାଣ ଉପରେ ଟିକେ ଧ୍ୟାନ ଦିଅ ।''

ଏହା ମଧ୍ୟ ପଢନ୍ତୁ: ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ; ଶାହାରୁଖ ଖାନଙ୍କୁ 'ପାର୍ଡୋ ଅଲ୍ଲା କ୍ୟାରିଅର' ଆୱାର୍ଡ

IIFA 2024 ଉତ୍ସବ 3 ଦିନ ପର୍ଯ୍ୟନ୍ତ ଚାଲିବ

ଏଥର IIFA 2024, 27 ରୁ 29 ସେପ୍ଟେମ୍ବର ପର୍ଯ୍ୟନ୍ତ ତିନି ଦିନ ଚାଲିବ । ପ୍ରଥମ ଦିନ IIFA 2024 ଉତ୍କଳ ସଂଗଠିତ ହେବ, ଯେଉଁଥିରେ ଚାରୋଟି ସାଉଥ ଫିଲ୍ମ ଇଣ୍ଡଷ୍ଟ୍ରିର ସେଲିବ୍ରେସନ ପାଳନ କରାଯିବ । IIFA ପୁରସ୍କାର 2024ର ରାତ୍ରୀ ଆୱାର୍ଡ ସମାରୋହ ଦ୍ୱିତୀୟ ଦିନରେ ଅନୁଷ୍ଠିତ ହେବ । 29 ସେପ୍ଟେମ୍ବରରେ ତୃତୀୟ ଏବଂ ଶେଷ ଦିନରେ, IIFA ପୁରସ୍କାର 2024 ମ୍ୟୁଜିକ ଇଣ୍ଡଷ୍ଟ୍ରି ପାଇଁ ଧୁମଧାମରେ ଆୟୋଜିତ ହେବ ।

ଏହା ମଧ୍ୟ ପଢନ୍ତୁ: ହୁରୁନ ଇଣ୍ଡିଆ ଧନୀ ତାଲିକାରେ ଡେବ୍ୟୁ କଲେ ଶାହାରୁଖ ଖାନ; ଜାଣନ୍ତୁ ବାଦଶାହାଙ୍କ ନେଟୱର୍ଥ କେତେ ?

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.