ETV Bharat / entertainment

ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ ୨୦୨୪ରେ କିଙ୍ଗ ଖାନଙ୍କ ଖୁଲାସା, ହଲିଉଡରେ କାମ କରିବାକୁ ମିଳିନି ସୁଯୋଗ

author img

By ETV Bharat Odisha Team

Published : Feb 14, 2024, 5:42 PM IST

ShahRukh Khan On Hollywood: ଦୁବାଇରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ ୨୦୨୪ରେ ଶାହାରୁଖ ଖାନ ସାମିଲ ହୋଇଛନ୍ତି । ଏହି ସମୟରେ ସେ ହଲିଉଡରେ କାମ କରିବାକୁ କେବେ ସୁଯୋଗ ମିଳିନଥିବା ନେଇ ଖୁଲାସା କରିଛନ୍ତି । ଅଧିକ ପଢନ୍ତୁ

ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ ୨୦୨୪ରେ କିଙ୍ଗ ଖାନଙ୍କ ଖୁଲାସା, ହଲିଉଡରେ କାମ କରିବାକୁ ମିଳିନି ସୁଯୋଗ
ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ ୨୦୨୪ରେ କିଙ୍ଗ ଖାନଙ୍କ ଖୁଲାସା, ହଲିଉଡରେ କାମ କରିବାକୁ ମିଳିନି ସୁଯୋଗ

ଦୁବାଇ: ବଲିଉଡ 'ବାଦଶାହ' ଶାହାରୁଖ ଜଣେ ବିଶ୍ୱବ୍ୟାପୀ ପ୍ରସିଦ୍ଧ ଅଭିନେତା । କେବଳ ଭାରତରେ ନୁହଁ ବିଦେଶରେ ମଧ୍ୟ କିଙ୍ଗ ଖାନଙ୍କ ପାଇଁ ଫ୍ୟାନ୍ସ ଦିୱାନା । ବର୍ତ୍ତମାନ ଅଭିନେତା ହଲିଉଡରେ କାମ କରିବା ନେଇ ଖୁଲାସା କରିଛନ୍ତି । ଦୁବାଇରେ ଆୟୋଜିତ ହୋଇଥିବା ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ ୨୦୨୪ରେ ଶାହାରୁଖ ଖାନ ସାମିଲ ହୋଇଛନ୍ତି । ଏହି ସମୟରେ ସେ ହଲିଉଡରେ କାମ କରିବାକୁ ତାଙ୍କୁ କେବେ ଅଫର ମିଳିନଥିବା ନେଇ କହିଛନ୍ତି ।

ଆଜି ଫେବୃଆରୀ ୧୪ରେ ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ ୨୦୨୪ରେ ଅଧିବେଶନ 'ସମୟହୀନ ସଫଳତା'ରେ ଭାଷଣ ଦେବାବେଳେ ଶାହାରୁଖ ଖାନ ତାଙ୍କ କ୍ୟାରିୟର ଏବଂ ଅବସର ବିଷୟରେ କଥାବାର୍ତ୍ତା କରିଛନ୍ତି । ଏଥିରେ ଶାହାରୁଖ ଖାନ ହଲିଉଡରେ କାମ କରିବା ନେଇ ମଧ୍ୟ ଖୁଲାସା କରିଛନ୍ତି । ଇଭେଣ୍ଟରେ ଯେତେବେଳେ ଶାହାରୁଖ ଖାନଙ୍କୁ ପଚରାଯାଇଥିଲା ଯେ ସେ ବଲିଉଡର ଆପଣ ଜଣେ ଏତେ ବଡ ତାରକା ଏବଂ ଆପଣଙ୍କ ନାମ ଏବଂ କାର୍ଯ୍ୟ ପାଇଁ ଆପଣ ସାରା ବିଶ୍ୱରେ ପ୍ରସିଦ୍ଧ, ତେବେ ହଲିଉଡରେ ଫିଲ୍ମ କରିବାରେ ଅସୁବିଧା କ'ଣ ?

ଏହି ପ୍ରଶ୍ନରେ ଶାହାରୁଖ ଖାନ ଉତ୍ତର ଦେଇ କହିଛନ୍ତି, 'ମୁଁ ଇଂଲଣ୍ଡ କିମ୍ବା ହଲିଉଡରୁ କୌଣସି ଫିଲ୍ମ ଅଫର ପାଇନାହିଁ । ମୁଁ ଏହାକୁ ବହୁତ ସଚ୍ଚୋଟତାର ସହ କହୁଛି, ଯଦିଓ ଏହାକୁ କେହି ବିଶ୍ୱାସ କରିବେ ନାହିଁ, ମୁଁ ପୁଣିଥରେ କହିବାକୁ ଚାହେଁ ଯେ ମୁଁ ଏପର୍ଯ୍ୟନ୍ତ ହଲିଉଡରୁ କୌଣସି ଅଫର ପାଇନାହିଁ, ମୁଁ ହଲିଉଡରେ ଅନେକ ଲୋକଙ୍କୁ ଜାଣେ ଏବଂ ସେମାନେ ମଧ୍ୟ ମୋର କାର୍ଯ୍ୟକୁ ପ୍ରଶଂସା କରନ୍ତି । ଏପରିକି ସେମାନେ ମୋତେ ବଲିଉଡର ବାଦଶାହା ବୋଲି ମଧ୍ୟ କୁହନ୍ତି । କିନ୍ତୁ ମୋତେ ଏପର୍ଯ୍ୟନ୍ତ ସେଠାରେ କାମ କରିବାକୁ କେହି ଆମନ୍ତ୍ରଣ କରିନାହାଁନ୍ତି ।

ଏହା ମଧ୍ୟ ପଢନ୍ତୁ: ​ଏହି କାରଣରୁ ୪ ବର୍ଷ ବ୍ରେକ ନେଇଥିଲେ କିଙ୍ଗ ଖାନ

ଏହି ସମୟରେ ଶାହାରୁଖ ଖାନ ଇଣ୍ଡଷ୍ଟ୍ରିରୁ ଅବସର ନେଇ ମଧ୍ୟ କଥାବାର୍ତ୍ତା କରିଛନ୍ତି । ସେ କହିଛନ୍ତି ଯେ, ଅନ୍ତର୍ଜାତୀୟ ସ୍ତରରେ ସଫଳତା ହାସଲ କରୁଥିବା ଏକ ଫିଲ୍ମ ସହ ସେ ତାଙ୍କ କ୍ୟାରିଅରରେ ଅବସର ନେବାକୁ ଯୋଜନା କରୁଛନ୍ତି ଏବଂ ଏହି ଦିନ ବହୁ ଦୂରରେ ଥିବା ସେ ବିଶ୍ୱାସ କରିଥିବା କହିଛନ୍ତି । ସୂଚନା ଥାଉ କି, ୱାର୍ଲ୍ଡ ଗଭର୍ଣ୍ଣମେଣ୍ଟ ସମିଟ ୨୦୨୪ରେ ନିମନ୍ତ୍ରିତ ହୋଇଥିବା ଦୁଇ ଜଣ ଭାରତୀୟଙ୍କ ମଧ୍ୟରୁ କିଙ୍ଗ ଖାନ ଅନ୍ୟତମ ।

ଏହା ମଧ୍ୟ ପଢନ୍ତୁ: ଗତ ୫ ବର୍ଷ ଶାହାରୁଖଙ୍କ ପରିବାର ପାଇଁ ଥିଲା ସଂଘର୍ଷପୂର୍ଣ୍ଣ, ଖୁଲାସା କଲେ ଅଭିନେତା

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.