ETV Bharat / entertainment

ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ; ଶାହାରୁଖ ଖାନଙ୍କୁ 'ପାର୍ଡୋ ଅଲ୍ଲା କ୍ୟାରିଅର' ଆୱାର୍ଡ - Shah Rukh Khan

author img

By ETV Bharat Odisha Team

Published : Aug 11, 2024, 11:40 AM IST

Updated : Aug 11, 2024, 3:12 PM IST

Shah Rukh Khan Recieved Pardo Alla Carriera Award: ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ବଲିଉଡ ସୁପରଷ୍ଟାର ଶାହରୁଖ ଖାନଙ୍କୁ ଲାଇମଟାଇମ ଆଚିଭମେଣ୍ଟ ଆୱାର୍ଡ ତଥା 'ପାର୍ଡୋ ଅଲ୍ଲା କ୍ୟାରିଅର ଆୱାର୍ଡ' ପୁରସ୍କାରରେ ସମ୍ମାନିତ କରାଯାଇଛି । ଏହି ସମାରୋହରୁ ଏବେ କିଙ୍ଗ ଖାନଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଛି ।

ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ; ଶାହାରୁଖ ଖାନଙ୍କୁ 'ପାର୍ଡୋ ଅଲ୍ଲା କ୍ୟାରିଅର ଆୱାର୍ଡ'ରେ ସମ୍ମାନିତ
ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲ; ଶାହାରୁଖ ଖାନଙ୍କୁ 'ପାର୍ଡୋ ଅଲ୍ଲା କ୍ୟାରିଅର ଆୱାର୍ଡ'ରେ ସମ୍ମାନିତ (ANI)

ହାଇଦ୍ରାବାଦ: ବଲିଉଡ ବାଦଶାହା ଶାହାରୁଖ ଖାନ ଆଉ ଏକ ଉପଲବ୍ଧି ନିଜ ନାଁରେ କରିଛନ୍ତି । ଗତ ଶନିବାର, ଅଗଷ୍ଟ 10ରେ ସୁପରଷ୍ଟାର ଲୋକାର୍ନୋ ଫିଲ୍ମ ଫେଷ୍ଟିଭାଲରେ ଯୋଗ ଦେଇଥିଲେ । ଏଠାରେ କିଙ୍ଗ ଖାନଙ୍କୁ ଲାଇମଟାଇମ ଆଚିଭମେଣ୍ଟ ଆୱାର୍ଡ ତଥା 'ପାର୍ଡୋ ଅଲ୍ଲା କ୍ୟାରିଅର ଆୱାର୍ଡ' ପୁରସ୍କାରରେ ସମ୍ମାନିତ କରାଯାଇଛି । ଏଥିପାଇଁ ସେ ସମସ୍ତଙ୍କୁ ଧନ୍ୟବାଦ ଜଣାଇବା ସହ ଖୁସିବ୍ୟକ୍ତ କରିଛନ୍ତି । କେବଳ ଏତିକି ନୁହେଁ ଏହି ଚଳଚ୍ଚିତ୍ର ମହୋତ୍ସବରେ ୨୦୦୨ରେ ମୁକ୍ତିଲାଭ କରିଥିବା ତାଙ୍କର ଫିଲ୍ମ 'ଦେବଦାସ' ମଧ୍ୟ ପ୍ରଦର୍ଶିତ ହୋଇଥିଲା । ଏହି ସମାରୋହରୁ ଏବେ କିଙ୍ଗ ଖାନଙ୍କ ଅନେକ ଫଟୋ ଏବଂ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

କୃତଜ୍ଞତା ଜଣାଇଲେ କିଙ୍ଗ ଖାନ

ଶାହାରୁଖ ଖାନ ଏହି ଇଭେଣ୍ଟରେ ବ୍ଲାକ ରଙ୍ଗର ସୁଟରେ ନଜର ଆସିଥିଲେ । ପୁରସ୍କାର ପାଇବା ପରେ ଶାହାରୁଖ ଖାନ ଟ୍ରଫି ଦେଖାଇ କହିଥିଲେ- 'ଏହା ବହୁତ ଭାରୀ । ମୁଁ ସମସ୍ତଙ୍କୁ ଧନ୍ୟବାଦ ଦେବାକୁ ଚାହେଁ, ମୋତେ ଏହି ସୁନ୍ଦର, ଅତି ସାଂସ୍କୃତିକ, ଅତି ସୃଜନଶୀଳ ଏବଂ ଅତି ପ୍ରେମର ସହ ସ୍ୱାଗତ କରିଥିବାରୁ ଧନ୍ୟବାଦ । ମୁଁ ପରଦାରେ ଯାହା ଦେଖାଉଛି ତାହାଠାରୁ ମୋ ପାଇଁ ଏହା ବହୁତ ବଡ଼ । ଏହି ସହର ମୋତେ ଭାରତରେ ମୋ ଘର ପରି ଅନୁଭ କରାଇଛି । ତେଣୁ ମୋତେ ଏଠାରେ ନିମନ୍ତ୍ରଣ କରିଥିବାରୁ ଆପଣଙ୍କୁ ବହୁତ ଧନ୍ୟବାଦ ।

'ମୁଁ ପାସ୍ତା ଏବଂ ପିଜା ମଧ୍ୟ ତିଆରି କରିପାରିବି'

ଏହାପରେ ଶାହାରୁଖ ଖାନ କହିଛନ୍ତି, ''ମୋର ଇଟାଲୀ ଭାଷା ଏବଂ ରୋଷେଇରେ ଉନ୍ନତି ଆସିଛି । ମୋର ଏକ ସୁନ୍ଦର ଦିନ ଥିଲା, ଖାଦ୍ୟ ଭଲ ଥିଲା, ମୋର ଇଟାଲୀ ଭାଷା ଉନ୍ନତ ହେଉଛି ଏବଂ ମୋର ରାନ୍ଧିବାରେ ମଧ୍ୟ ଉନ୍ନତି ହେଉଛି । ମୁଁ ପାସ୍ତା ଏବଂ ପିଜା ମଧ୍ୟ ତିଆରି କରିପାରିବି । ମୁଁ ଏଠାରେ ଲୋକାର୍ନୋରେ ଶିଖୁଛି । ମୁଁ ମୋର ହୃଦୟରୁ ଏବଂ ଭାରତ ତରଫରୁ ଆପଣଙ୍କୁ ଧନ୍ୟବାଦ ଦେବାକୁ ଚାହୁଁଛି । ନମସ୍କାର ଏବଂ ଧନ୍ୟବାଦ, ଭଗବାନ ଆପଣଙ୍କୁ ଆଶୀର୍ବାଦ କରନ୍ତୁ ।''

ଏହା ମଧ୍ୟ ପଢନ୍ତୁ: ଜି ସିନେ ଆୱାର୍ଡ ୨୦୨୪ରେ 'ପଠାନ-ଜବାନ' ଜଲୱା; କିଙ୍ଗ ଖାନ ଶ୍ରେଷ୍ଠ ଅଭିନେତା, ଅଟଲି ଶ୍ରେଷ୍ଠ ନିର୍ଦ୍ଦେଶକ

ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବ ବିଷୟରେ କହିବାକୁ ଗଲେ, ୧୯୪୬ ମସିହାରେ ପ୍ରତିଷ୍ଠିତ ହୋଇଥିବା ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବ ହେଉଛି ବିଶ୍ୱର ସର୍ବ ପୁରାତନ ବାର୍ଷିକ ଚଳଚ୍ଚିତ୍ର ମହୋତ୍ସବ । 77ତମ ଲୋକାର୍ନୋ ଚଳଚ୍ଚିତ୍ର ମହୋତ୍ସବ 7 ଅଗଷ୍ଟରୁ ଆରମ୍ଭ ହୋଇଥିବା ବେଳେ ଅଗଷ୍ଟ 17, 2024ରେ ଶେଷ ହେବ । ଏହି ସମୟ ମଧ୍ୟରେ ଉତ୍ସବର 77ତମ ସଂସ୍କରଣରେ 225ଟି ଚଳଚ୍ଚିତ୍ର ପ୍ରଦର୍ଶିତ ହେବ, ଯେଉଁଥିରେ 104ଟି ବିଶ୍ୱ ପ୍ରିମିୟର୍ ଏବଂ 15ଟି ଡେବ୍ୟୁ ଫିଲ୍ମ ଅନ୍ତର୍ଭୁକ୍ତ ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

Last Updated : Aug 11, 2024, 3:12 PM IST
ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.