ETV Bharat / entertainment

ନୟନତାରାଙ୍କ ପରେ ଏବେ ଏହି ସାଉଥ ଅଭିନେତ୍ରୀ ସହ ରୋମାନ୍ସ କରିବେ କିଙ୍ଗ ଖାନ - ShahRukh Khan

Shah Rukh Khan: ଶାହାରୁଖ ଖାନ ଏବଂ ନୟନତାରାଙ୍କ ଫିଲ୍ମ 'ଜବାନ' ବକ୍ସ ଅଫିସରେ ବ୍ଲକବଷ୍ଟର ହୋଇଥିଲା । ଏହାରି ମଧ୍ୟରେ ବର୍ତ୍ତମାନ ଖବର ଆସୁଛି ଯେ ବଲିଉଡର କିଙ୍ଗ ଖାନ ପୁଣିଥରେ ତାଙ୍କ ଫିଲ୍ମରେ ଆଉ ଜଣେ ସାଉଥ ଅଭିନେତ୍ରୀଙ୍କ ସହ ନଜର ଆସିବେ । ତେବେ ଜାଣନ୍ତୁ, ସେ କିଏ ?

author img

By ETV Bharat Odisha Team

Published : Jun 23, 2024, 2:13 PM IST

ନୟନତାରାଙ୍କ ପରେ ଏବେ ଏହି ସାଉଥ ଅଭିନେତ୍ରୀ ସହ ରୋମାନ୍ସ କରିବେ କିଙ୍ଗ ଖାନ
ନୟନତାରାଙ୍କ ପରେ ଏବେ ଏହି ସାଉଥ ଅଭିନେତ୍ରୀ ସହ ରୋମାନ୍ସ କରିବେ କିଙ୍ଗ ଖାନ (ETV Bharat Odisha)

ହାଇଦ୍ରାବାଦ: ସାଉଥ ମୁହାଁ ବଲିଉଡ ସୁପରଷ୍ଟାର ଶାହାରୁଖ ଖାନ । ବି-ଟାଉନ ତମାମ ଅଭିନେତ୍ରୀଙ୍କ ସହ ପରଦାରେ ଧମାକା କରିବା ପରେ ଏବେ ସାଉଥ ଅଭିନେତ୍ରୀଙ୍କ ସହ ଜଲୱା ଦେଖାଉଛନ୍ତି କିଙ୍ଗ ଖାନ । ୨୦୨୩ର ବ୍ଲକବ୍ଲଷ୍ଟର ଫିଲ୍ମ ଶାହାରୁଖ ଖାନ ଏବଂ ସାଉଥ ଅଭିନେତ୍ରୀ ନୟନତାରାଙ୍କ ଯୋଡିକୁ ବହୁତ ପସନ୍ଦ କରିଥିଲେ ଦର୍ଶକ । ଏହି ଚଳଚ୍ଚିତ୍ର ବିଶ୍ୱବ୍ୟାପୀ ବକ୍ସ ଅଫିସରେ ରେକର୍ଡ ଭାଙ୍ଗିଛି । ବର୍ତ୍ତମାନ ନୟନତାରାଙ୍କ ପରେ ଶାହାରୁଖ ଖାନ ଆଉ ଜଣେ ଅଭିନେତ୍ରୀଙ୍କ ସହ କାମ କରିବାକୁ ପ୍ରସ୍ତୁତ ଅଛନ୍ତି । ରିପୋର୍ଟ ଅନୁସାରେ, ଏବେ ଶାହାରୁଖ ଖାନଙ୍କ ସହ ପରଦାରେ ରୋମାନ୍ସ କରିବେ ସାମନ୍ଥା ରୁଥ ପ୍ରଭୁ ।

ମିଡିଆ ରିପୋର୍ଟ ଅନୁଯାୟୀ, 'ଡଙ୍କି' ପରେ ଶାହାରୁଖ ରାଜକୁମାର ହିରାନୀଙ୍କ ସହ ପୁଣି ଥରେ କାମ କରିବାକୁ ଯାଉଛନ୍ତି । ଏହି ଚଳଚ୍ଚିତ୍ରଟି ଏକ ଆକ୍ସନ୍-ଦୁଃସାହସିକ-ଦେଶପ୍ରେମୀ ଚଳଚ୍ଚିତ୍ର ବୋଲି କୁହାଯାଉଛି । ଏହି ଚଳଚ୍ଚିତ୍ରରେ ଶାହାରୁଖ ଖାନଙ୍କ ବିପକ୍ଷରେ ନଜର ଆସିବେ ସାମନ୍ଥା ରୁଥ ପ୍ରଭୁ ବୋଲି ଜଣାପଡିଛି । ସାମନ୍ଥା ଏହି ଫିଲ୍ମ ପାଇଁ ସାଇନ କରିଥିବା କୁହାଯାଉଛି । ଯଦି ଏହା ସତ, ତେବେ ଏହା ସାମନ୍ଥାଙ୍କ ପ୍ରଥମ ଚଳଚ୍ଚିତ୍ର ହେବ, ଯେଉଁଥିରେ ସେ ରାଜକୁମାର ହିରାନୀ ଓ ଶାହରୁଖ ଖାନଙ୍କ ସହ ନଜର ଆସିବେ । ସେପଟେ ଶାହାରୁଖ ଏବଂ ରାଜକୁମାର ଦିରାନୀଙ୍କ ଏହା ହେବ । ତେବେ ଉଭୟ ତାରକାଙ୍କ ପ୍ରଶଂସକମାନେ ଫିଲ୍ମର ଅଫିସିଆଲ ଘୋଷଣାକୁ ଉତ୍ସାହର ସହ ଅପେକ୍ଷା କରିଛନ୍ତି ।

ସାମନ୍ଥା ରୁଥ ପ୍ରଭୁଙ୍କ ୱାର୍କପ୍ରଣ୍ଟ ବିଷୟରେ କହିବାକୁ ଗଲେ, ସାମନ୍ଥା ରୁଥ ପ୍ରଭୁ ଖୁବଶୀଘ୍ର ରାଜ ଆଣ୍ଡ ଡି.କେ.ଙ୍କ ୱେବ୍ ସିରିଜ୍ 'ସାଇଟଡେଲ୍'ରେ ନଜର ଆସିବେ। ଏଥିରେ ସେ ବରୁଣ ଧୱନଙ୍କ ସହ ସ୍କ୍ରିନ୍ ସେୟାର କରୁଥିବା ନଜର ଆସିବେ । ଏହି ସିରିଜ୍ ସିଟାଡେଲ ଇଂରାଜୀ ସିରିଜର ହିନ୍ଦୀ ଆଡାପ୍ଟେସନ୍ । ବିଦେଶୀ ଧାରାବାହିକ ସିଟାଡେଲରେ ବଲିଉଡ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରାଙ୍କ ସହ ରିଚାର୍ଡ ମ୍ୟାଡେନ୍ ଏବଂ ଷ୍ଟାନଲି ଟୁଚି ମୁଖ୍ୟ ଭୂମିକାରେ ନଜର ଆସିଥିଲେ। ଯାହା ଏପ୍ରିଲ ୨୦୨୩ରେ ରିଲିଜ ହୋଇଥିଲା । ବର୍ତ୍ତମାନ ହିନ୍ଦୀ ଭର୍ସନରେ ସାମନ୍ଥାଙ୍କ ସହ ବଲିଉଡ ଅଭିନେତା ବରୁଣ ଧୱନ ନଜର ଆସିବାକୁ ଥିବା ବେଳେ ପ୍ରଥମ ଥର ପାଇଁ ଉଭୟ ଏକାଠି ନଜର ଆସିବେ ।

ଏହା ମଧ୍ୟ ପଢନ୍ତୁ: 'ସିଟାଡେଲ' ପ୍ରଥମ ପୋଷ୍ଟର ଆଉଟ୍, OTTରେ ଧମାକା କରିବେ ସାମନ୍ଥା-ବରୁଣ

ସେପଟେ ଶାହାରୁଖ ଖାନଙ୍କ ବିଷୟରେ କହିବାକୁ ଗଲେ, ଶାହାରୁଖ ବର୍ତ୍ତମାନ ତାଙ୍କର ଆଗାମୀ ଚଳଚ୍ଚିତ୍ର 'କିଙ୍ଗ'ରେ ବ୍ୟସ୍ତ ଅଛନ୍ତି। ତାଙ୍କୁ ଏହି ଫିଲ୍ମରେ ଡନ୍ ଭୂମିକାରେ ଦେଖିବାକୁ ମିଳିବ। ତାଙ୍କ ଝିଅ ସୁହାନା ଖାନ ମଧ୍ୟ ତାଙ୍କ ସହ ଫିଲ୍ମରେ ନଜର ଆସିବେ ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.