ETV Bharat / entertainment

ସଲମାନଙ୍କୁ ହତ୍ୟା ଧମକ ଦେବା ଘଟଣା; ପରିବା ବିକାଳି ଗିରଫ, ମାଗିଥିଲା 5 କୋଟି

ସଲମାନ ଖାନଙ୍କୁ ହତ୍ୟା ଧମକପୂର୍ଣ୍ଣ ମେସେଜ ପଠାଇଥିବା ଘଟଣା । ଏହି ମାମଲାରେ ମୁମ୍ବାଇ ପୋଲିସ ଝାରଖଣ୍ଡର ଜାମସେଦପୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି ।

salman khan threat case
salman khan threat case (ETV Bharat Odisha)
author img

By ETV Bharat Entertainment Team

Published : 2 hours ago

ହାଇଦ୍ରାବାଦ: ଆକ୍ସନ ମୋଡ଼ରେ ମୁମ୍ବାଇ ପୋଲିସ । ସଲମାନ ଖାନଙ୍କୁ ହତ୍ୟା ଧମକ ଦେବା ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ପୋଲିସ । ଏହି ମାମଲାରେ ମୁମ୍ବାଇ ପୋଲିସ ଝାରଖଣ୍ଡର ଜାମସେଦପୁରରୁ ଜଣେ ବ୍ୟକ୍ତିଙ୍କୁ ଗିରଫ କରିଛି । ଯିଏ ଗ୍ୟାଙ୍ଗଷ୍ଟର ଲରେନ୍ସ ବିଷ୍ଣୌଇ ନାଁରେ ସଲମାନ ଖାନଙ୍କୁ ଧମକ ଦେଇଥିଲେ ଏବଂ 5 କୋଟି ଟଙ୍କା ମାଗିଥିଲେ । ଏହି ବ୍ୟକ୍ତି ଜଣକ ପରିବା ବିକାଳି ଶେଖ ହୁସେନ୍ ଶେଖ ମୋସିନ୍ ବୋଲି ଅଭିଯୁକ୍ତ ଜଣାପଡିଛି । ତେବେ ପୋଲିସ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିବା ସହ ଖୁବଶୀଘ୍ର ମୁମ୍ବାଇ ଅଣାଯିବ ବୋଲି ସୂଚନା ଦେଇଛି ।

ସଲମାନଙ୍କୁ ହତ୍ୟା ଧମକ ଦେବା ଘଟଣାରେ ଅଭିଯୁକ୍ତ ଗିରଫ

ମୁମ୍ବାଇ ପୋଲିସର ସୂଚନାନୁସାରେ, ମୁମ୍ବାଇ ଟ୍ରାଫିକ ପୋଲିସକୁ ଏକ ଧମକପୂର୍ଣ୍ଣ ମେସେଜ ମିଳିଥିଲା । ଏହି ମେସେଜ ପାଇବା ପରେ ପୋଲିସ ଜଣେ ଅଜ୍ଞାତ ବ୍ୟକ୍ତିଙ୍କ ବିରୋଧରେ ମାମଲା ରୁଜୁ କରି ତଦନ୍ତ ଆରମ୍ଭ କରିଥିଲା । ମୁମ୍ବାଇ ପୋଲିସ କହିଛି, "ଜାମସେଦପୁରରେ ସ୍ଥାନୀୟ ପୋଲିସ ସହାୟତାରେ ଯାଞ୍ଚ କରାଯାଇଥିଲା ଏବଂ ଧମକପୂର୍ଣ୍ଣ ମେସେଜ ପଠାଇଥିବା ବ୍ୟକ୍ତିଙ୍କୁ ଗିରଫ କରାଯାଇଛି । ଏବେ ତାଙ୍କୁ ମୁମ୍ବାଇ ଅଣାଯିବ ।"

ନିଜକୁ ଲରେନ୍ସର ନିକଟତର ବୋଲି ଦାବି କରି 5 କୋଟି ଟଙ୍କା ମାଗିଥିଲେ ଅଭିଯୁକ୍ତ

ମୁମ୍ବାଇ ପୋଲିସର ସୂଚନାନୁସାରେ, ସଲମାନ ଖାନଙ୍କୁ ହତ୍ୟା କରିବାକୁ ଧମକ ଦେଇଥିବା ମେସେଜ ପଠାଇଥିବା ବ୍ୟକ୍ତିଙ୍କ ସ୍ଥାନ ଝାଡଖଣ୍ଡରେ ବୋଲି ଜଣାପଡିଛି । ସେ ଲରେନ୍ସ ବିଷ୍ଣୌଇ ଗ୍ୟାଙ୍ଗର ନିକଟତର ବୋଲି ଦାବି କରି କହିଥିଲେ ଯେ ଯଦି ତାଙ୍କୁ 5 କୋଟି ଟଙ୍କା ଦିଆନଯାଏ ତେବେ ସେ ସଲମାନଙ୍କୁ ହତ୍ୟା କରିବେ । ସେ ଆହୁରି ମଧ୍ୟ ଲେଖିଥିଲେ ଯେ ଏହାକୁ ହାଲୁକା ଭାବେ ନିଅ ନାହିଁ, ଯଦି ସଲମାନ ଖାନ ଜୀବନ୍ତ ରହିବାକୁ ଚାହାଁନ୍ତି ଏବଂ ଲରେନ୍ସ ବିଷ୍ଣୌଇ ସହ ତାଙ୍କର ଶତ୍ରୁତାକୁ ଶେଷ କରିବାକୁ ହେଲେ ତାଙ୍କୁ 5 କୋଟି ଟଙ୍କା ଦେବାକୁ ପଡିବ । ଯଦି ଟଙ୍କା ଦିଆଯାଇନଥାଏ ତେବେ ସଲମାନ ଖାନଙ୍କ ଅବସ୍ଥା ବାବା ସିଦ୍ଦିକିଙ୍କ ଅବସ୍ଥା ଖରାପ ହେବ ।

ଏହା ମଧ୍ୟ ପଢନ୍ତୁ: ସଲମାନଙ୍କୁ ହତ୍ୟା ଧମକ, 5 କୋଟି ଦିଅ ନହେଲେ...

ଧମକ ପରେ କ୍ଷମା ମାଗିଥିଲା ଅଭିଯୁକ୍ତ

ହ୍ବାଟ୍ସଆପ ମେସେଜ ଜରିଆରେ ଅକ୍ଟୋବର 18 ରେ ମୁମ୍ବାଇ ଟ୍ରାଫିକ କଣ୍ଟ୍ରୋଲ ରୁମକୁ ଧମକପୂର୍ଣ୍ଣ ମେସେଜ ପଠାଇଥିଲା ଅଭିଯୁକ୍ତ । ଏହା ପରେ ଅଭିଯୁକ୍ତ 21 ଅକ୍ଟୋବରରେ ସମାନ ନମ୍ୱରରେ ଆଉ ଏକ ମେସଜ କରି କ୍ଷମା ପ୍ରାର୍ଥନା ବି କରିଥିଲା । ସେ ମେସେଜରେ କହିଥିଲା ଯେ ଏହି ଧମକପୂର୍ଣ୍ଣ ମେସେଜ ଭୁଲରେ ପଠାଯାଇଛି । ପରେ ପୋଲିସ ସେହି ନମ୍ୱର ନେଇ ତଦନ୍ତ ଆରମ୍ଭ କରିଥିଲା ଏବଂ ତାହା ଝାଡ଼ଖଣ୍ଡର ଜାଣିବାକୁ ପାଇଥିଲା । ପରେ ପୋଲିସର ଏକ ଟିମ୍ ସେଠାରେ ପହଞ୍ଚି ଅଭିଯୁକ୍ତକୁ ଧରିବାରେ ସଫଳ ହୋଇଛି ।

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.