ETV Bharat / entertainment

ବୈଜୟନ୍ତୀମାଲାଙ୍କୁ ପଦ୍ମ ବିଭୂଷଣ ସମ୍ମାନ: ଶୁଭେଚ୍ଛା ଜଣାଇଲେ ହେମା ମାଲିନୀ-ସାଇରା ବାନୁ

author img

By ETV Bharat Odisha Team

Published : Jan 26, 2024, 11:53 AM IST

Vyjayanthimala Padma Vibhushan: ଭାରତ ସରକାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ଏଥିରେ ଅନେକ ତାରକାଙ୍କୁ ପଦ୍ମ ସମ୍ମାନରେ ସମ୍ମାନିତ କରାଯିବାକୁ ଥିବା ବେଳେ ୯୦ ବର୍ଷ ବୟସ୍କା ବୈଜୟନ୍ତୀମାଲାଙ୍କୁ ପଦ୍ମବିଭୂଷଣ ପୁରସ୍କାରରେ ସମ୍ମାନିତ କରାଯିବ । ସାଇରା ବାନୁ ଏବଂ ହେମା ମାଳିନୀ ବୈଜୟନ୍ତୀମାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

ବୈଜୟନ୍ତୀମାଲାଙ୍କୁ ପଦ୍ମ ବିଭୂଷଣ ସମ୍ମାନ; ଶୁଭେଚ୍ଛା ଜଣାଇଲେ ହେମା ମାଲିନୀ-ସାଇରା ବାନୁ

ହାଇଦ୍ରାବାଦ: ଭାରତ ସରକାର ଗୁରୁବାର ପଦ୍ମ ପୁରସ୍କାର ଘୋଷଣା କରିଛନ୍ତି । ମନୋରଞ୍ଜନ ଜଗତରେ ଅନେକ ତାରକାଙ୍କ ନାଁ ସାମିଲ ଥିବା ବେଳେ ସାଉଥ ଭେଟେରାନ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ପଦ୍ମ ବିଭୂଷଣ ପ୍ରଦାନ କରାଯିବ । ଏହି ସମୟରେ ବୈଜୟନ୍ତୀମାଲାଙ୍କୁ ବର୍ତ୍ତମାନ ବଲିଉଡ ସେଲିବ୍ରିଟିମାନେ ଭେଟେରାନ ଅଭିନେତ୍ରୀଙ୍କୁ ଅଭିନନ୍ଦନ ଜଣାଇଛନ୍ତି । ସାଇରା ବାନୁ ଏବଂ ହେମା ମାଳିନୀ ବୈଜୟନ୍ତୀମାଲାଙ୍କୁ ଅଭିନନ୍ଦନ ଜଣାଇଛନ୍ତି ।

  • Most memorable day of my life - My meeting my role model, the icon Vyjayanthimala along with her lovely family at her Chennai residence yesterday. She is so full of life, still so full of dance in her. She talks dance, lives dance and has a glow and aura around her. I was in as… pic.twitter.com/NeBZv3AH36

    — Hema Malini (@dreamgirlhema) January 26, 2024 " class="align-text-top noRightClick twitterSection" data=" ">

ବଲିଉଡ ଅଭିନେତ୍ରୀ ହେମା ମାଳିନୀ ଏହି ଖବର ଶୁଣିବା ପରେ ସାଉଥ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ଭେଟିଛନ୍ତି । ଯାହାର ଅନେକ ଫଟୋ ସେ ସୋସିଆଲ ମିଡିଆ ଏକ୍ସରେ ସେୟାର କରିଛନ୍ତି । ଏହି ଫଟୋ ଗୁଡ଼ିକରେ ସେ ଭେଟେରାନ୍ ଅଭିନେତ୍ରୀ ଏବଂ ତାଙ୍କ ପରିବାର ସହ ନଜର ଆସିଛନ୍ତି । ଏହା ସେୟାର କରି ହେମା ମାଲିନୀ କ୍ୟାପସନରେ ଏକ ହୃଦୟସ୍ପର୍ଶୀ ନୋଟ୍ ମଧ୍ୟ ଲେଖିଛନ୍ତି । ହେମା ମାଳିନୀ ଲେଖିଛନ୍ତି, 'ମୋ ଜୀବନର ସବୁଠାରୁ ସ୍ମରଣୀୟ ଦିନ । ଗତକାଲି ମୁଁ ମୋ ଆଦର୍ଶ ବୈଜୟନ୍ତୀମାଲା ଏବଂ ତାଙ୍କ ସୁନ୍ଦର ପରିବାରକୁ ତାଙ୍କ ଚେନ୍ନାଇ ସ୍ଥିତ ବାସଭବନରେ ଭେଟିଥିଲି । ଏହା ଜୀବନରେ ପରିପୂର୍ଣ୍ଣ ।

ସେ ଆହୁରି ମଧ୍ୟ ଲେଖିଛନ୍ତି, 'ସେ ନୃତ୍ୟ ବିଷୟରେ କଥା ହୁଅନ୍ତି, ନୃତ୍ୟରେ ହିଁ ବଞ୍ଚନ୍ତି ଏବଂ ତାଙ୍କ ଚାରିପାଖରେ ଏକ ଚମକ ଦେଖିବାକୁ ମିଳିଥାଏ । ଚଳଚ୍ଚିତ୍ରରେ ତାଙ୍କର କାର୍ଯ୍ୟକାଳ ଏବଂ ଇଣ୍ଡଷ୍ଟ୍ରିରେ ତାଙ୍କର ଅନୁଭୂତି ବିଷୟରେ ଏକ ପୁରାତନ ଆଲୋଚନା ହୋଇଥିଲା । ତାଙ୍କଠାରୁ ବହୁତ କିଛି ଶିଖିବାକୁ ମିଳିଲା । ଏହି ସୁନ୍ଦର ଲେଡି ମୋତେ ଏତେ ଭଲ ପାଇବା ମୋ ପାଇଁ ଏକ ଭଲ ମୁହୂର୍ତ୍ତ ଥିଲା ।'

ସେହିପରି ଏକ ସାକ୍ଷାତକାରରେ ବଲିଉଡ ଭେଟେରାନ ଅଭିନେତ୍ରୀ ସାଇରା ବାନୁ ସାଉଥ ଅଭିନେତ୍ରୀ ବୈଜୟନ୍ତୀମାଲାଙ୍କୁ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ନେଇ ଅଭିନନ୍ଦନ ଜଣାଇଛନ୍ତି । ସାଇରା ବାନୁ କହିଛନ୍ତି, 'ମୁଁ ଏଥିରେ ବହୁତ ଖୁସି । ସେ ପ୍ରକୃତରେ ଏହାର ଯୋଗ୍ୟ ଅଟନ୍ତି । ମୁଁ ତାଙ୍କ ଚଳଚ୍ଚିତ୍ର ଦେଖି ବଡ ହୋଇଛି ଏବଂ ସେ ମୋର ବଡ ଭଉଣୀ । କହିରଖୁଛୁ କି, ବୈଜୟନ୍ତୀମାଲାଙ୍କୁ ୧୯୬୮ ମସିହାରେ ପଦ୍ମଶ୍ରୀ ସମ୍ମାନରେ ସମ୍ମାନିତ କରାଯାଇଥିଲା । ବର୍ତ୍ତମାନ ତାଙ୍କୁ ୨ୟ ଥର ପାଇଁ ପଦନ୍ମ ସମ୍ମାନ ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ କରାଯିବ ।

ଏହା ମଧ୍ୟ ପଢନ୍ତୁ: ପଦ୍ମ ବିଭୂଷଣ ସମ୍ମାନରେ ସମ୍ମାନିତ ହେବେ ଚିରଞ୍ଜୀବୀ, କହିଲେ 'ମୋ ପାଖରେ ଶଦ୍ଦ ନାହିଁ'

ସୂଚନା ଥାଉ କି, ଭାରତୀୟ ସିନେମାର ଶ୍ରେଷ୍ଠ ଅଭିନେତ୍ରୀମାନଙ୍କ ମଧ୍ୟରୁ ବୈଜୟନ୍ତୀମାଲା ବାଲି ଅନ୍ୟତମ । ସେ ୧୬ ବର୍ଷ ବୟସରେ ତାମିଲ ଚଳଚ୍ଚିତ୍ର ଭାଜକଇ (୧୯୪୯) ରେ ଅଭିନୟ ଆରମ୍ଭ କରିଥିଲେ । ତାଙ୍କର ପ୍ରଥମ ହିନ୍ଦୀ ଚଳଚ୍ଚିତ୍ର ଥିଲା 'ବହାର', ଯାହା ୧୯୫୧ରେ ମୁକ୍ତିଲାଭ କରିଥିଲା ​ । ପରେ ସେ ୧୯୫୦-୧୯୬୦ ଦଶକର ଅନେକ ଚଳଚ୍ଚିତ୍ରରେ ଅଭିନୟ କରିଥିଲେ, ଯେପରିକି ଦେବଦାସ, ନୟା ଦୌର, ଆଶା, ସାଧନା, ଗଙ୍ଗା ଜମୁନା, ସଙ୍ଗମ ଏବଂ ଜୁଏଲ ଥିଫ ଭଳି ଫିଲ୍ମରେ ଅଭିନୟ କରି ଦର୍ଶକଙ୍କ ମନ ଜିତିଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.