ହାଇଦ୍ରାବାଦ: ବଲିଉଡ ଅଭିନେତା ସୈଫ ଅଲି ଖାନଙ୍କ ଛୁରାମାଡ଼ ଘଟଣା ଚଳଚ୍ଚିତ୍ର ଶିଳ୍ପ ଏବଂ ପ୍ରଶଂସକମାନଙ୍କୁ ଆଶ୍ଚର୍ଯ୍ୟ କରିଛି। ଗୁରୁବାର ସକାଳେ ମୁମ୍ବାଇର ବାନ୍ଦ୍ରା ପଶ୍ଚିମ ଅଞ୍ଚଳରେ ଥିବା ତାଙ୍କ ବାସଭବନରେ ଅଭିନେତାଙ୍କୁ ଛୁରାମାଡ଼ କରାଯାଇଥିଲା। ପୋଲିସ ସୂତ୍ର ଅନୁଯାୟୀ, ଅଭିନେତାଙ୍କ ମଲ୍ଟି-ଲେବଲ୍ ଆପାର୍ଟମେଣ୍ଟରୁ ଚୋରି କରିବାକୁ ଆସିଥିବା ଦୁବୃର୍ତ୍ତ ୧ କୋଟି ଟଙ୍କା ଦାବି କରିଥିଲା । 1 କୋଟି ନ ଦେବାରୁ ସୈଫଙ୍କ ଉପରେ ଆକ୍ରମଣ କରିଥିଲା ଦୁବୃର୍ତ୍ତ । ସେପଟେ ବର୍ତ୍ତମାନ ସିସିଟିଭି ଫୁଟେଜ ମଧ୍ୟ ସାମ୍ନାକୁ ଆସିଛି । ଯେଉଁଥିରେ ସନ୍ଦିଗ୍ଧର ଫଟୋ କଏଦ ହୋଇଛି ।
VIDEO | Attack on Saif Ali Khan: CCTV footage shows the alleged attacker fleeing the building through staircase.
— Press Trust of India (@PTI_News) January 16, 2025
(Source: Third Party)#SaifAliKhanInjured pic.twitter.com/VHpAenxFdu
ଦୁବୃର୍ତ୍ତ କରିଥିଲା 1 କୋଟି ଡିମାଣ୍ଡ
ମୁମ୍ବାଇ ପୋଲିସକୁ ଦିଆଯାଇଥିବା ଏକ ବୟାନରେ ସୈଫ ଅଲି ଖାନଙ୍କ ଘରୋଇ କର୍ମଚାରୀ କହିଛନ୍ତି ଯେ ରାତି ପ୍ରାୟ ୨ଟା ସମୟରେ ଚୋରି କରିବା ଉଦ୍ଦେଶ୍ୟରେ ଦୁବୃର୍ତ୍ତ ସୈଫଙ୍କ ସାନପୁଅ ଜାହାଙ୍ଗୀର ରୁମ୍ ଦେଇ ଘରେ ପଶିଥିଲା । ଏହି ସମୟରେ କୋଠରୀରେ ବାଥରୁମ ଭିତରେ ଏକ ଛାଇ ଦେଖିଥିଲେ ତାଙ୍କ ଘରୋଇ କର୍ମଚାରୀ । ଯାହା ପରେ ଘରୋଇ କର୍ମଚାରୀଙ୍କ ଚିତ୍କାର କରିବାରୁ ତାଙ୍କ ସ୍ୱର ଶୁଣି ସୈଫ ଘଟଣାସ୍ଥଳରେ ପହଞ୍ଚିଥିଲେ ସୈଫ । ଏହି ସମୟରେ ଚୋର ଘରୋଇ କର୍ମଚାରୀଙ୍କୁ ଆକ୍ରମଣ କରିଥିଲା, ଯାହା ଫଳରେ ତାଙ୍କ ହାତରେ ମଧ୍ୟ ଆଘାତ ଲାଗିଥିଲା । ଏହା ପରେ ଘରୋଇ କର୍ମଚାରୀଙ୍କୁ ବନ୍ଦକ ରଖି ସୈଫଙ୍କୁ 1 କୋଟି ଡିମାଣ୍ଡ କରିଥିଲା ଚୋର । ଯାହାକୁ ବିରୋଧ କରିବା ପରେ ଚୋର ତାଙ୍କୁ ସୈଫଙ୍କ ଉପରେ 6 ଥର ଛୁରାମାଡ଼ କରି ଫେରାରେ ହୋଇଥିଲା ।
ସନ୍ଦିଗ୍ଧର ପ୍ରଥମ ଫଟୋ ସାମ୍ନାକୁ ଆସିଲା
ସୈଫ ଅଲ୍ଲୀ ଖାନଙ୍କୁ ଆକ୍ରମଣ କରିଥିବା ଚୋରର ପ୍ରଥମ ଫଟୋ ମଧ୍ୟ ସାମ୍ନାକୁ ଆସିଛି । ପ୍ରକୃତରେ, ଚୋର ନିଶ୍ଚିତ ଭାବରେ ସିଡ଼ି ଦେଇ ସୈଫଙ୍କ ଘରେ ପ୍ରବେଶ କରିଥିଲା । ଯାହାର ଭିଡିଓ ସିସିଟିଭିରେ କଏଦ ହୋଇଛି । ସିସିଟିଭିରେ କଏଦ ହୋଇଥିବା ଫଟୋରେ ସେ ସିଡ଼ିରେ ଯାଉଥିବାର ଦେଖିବାକୁ ମିଳିଛି । ସେ ଏକ ଟି-ସାର୍ଟ ପିନ୍ଧିଛି ଏବଂ ତା' ବେକରେ ଏକ ଲାଲ କପଡା ବନ୍ଧା ହୋଇଛି । ତେବେ ଅଭିଯୁକ୍ତ ଏବେ ବି ଫେରାର୍ ଥିବା ବେଳେ ପୋଲିସ ଘଟଣାର ତଦନ୍ତ ଜାରି ରଖିଛି ।
ଏହା ମଧ୍ୟ ପଢନ୍ତୁ: ଆଇସିୟୁରେ ଭର୍ତ୍ତି ସୈଫ ଅଲି ଖାନ, ମେରୁଦଣ୍ଡ ପାଖରୁ ବାହାରିଲା 2.5 ଇଞ୍ଚର ଛୁରୀ
ସୈଫଙ୍କୁ ଅଟୋରେ ହସ୍ପିଟାଲ ନେଇଥିଲେ ଇବ୍ରାହିମ
ଛୁରାମାଡ଼ ପରେ ସୈଫଙ୍କୁ ଗୁରୁତର ଅବସ୍ଥାରେ ତାଙ୍କ ବଡ଼ ପୁଅ ଇବ୍ରାହିମ ତାଙ୍କ ବାପାଙ୍କୁ ଲୀଳାବତୀ ହସ୍ପିଟାଲକୁ ନେଇଥିଲେ । କୌଣସି କାର୍ ନତିବାରୁ ସେ ବାପାଙ୍କୁ ଏକ ଅଟୋ-ରିକ୍ସାରେ ବାପାଙ୍କୁ ହସ୍ପିଟାଲକୁ ନେଇଥିଲେ । ଡାକ୍ତରମାନେ ନିଶ୍ଚିତ କରିଛନ୍ତି ଯେ ସୈଫ ଅଲି ଖାନଙ୍କ ଅସ୍ତ୍ରୋପଚାର ସମୟରେ ମେରୁଦଣ୍ଡ ପାଖରୁ ୨.୫ ଇଞ୍ଚ ଲମ୍ବା ଛୁରୀ ବାହାର କରାଯାଇଥିଲା ଏବଂ ତାଙ୍କ ଲିକ୍ ହେଉଥିବା ମେରୁଦଣ୍ଡର ତରଳ ପଦାର୍ଥକୁ ବନ୍ଦ କରାଯାଇଛି । ବର୍ତ୍ତମାନ ତାଙ୍କ ସ୍ୱାସ୍ଥ୍ୟବସ୍ଥା ସ୍ଥିର ରହିଛି । ଅଭିନେତା ଏବେ ବିପଦମୁକ୍ତ । ସୈଫ୍ ଆସନ୍ତାକାଲି ସକାଳ ପର୍ଯ୍ୟନ୍ତ ICUରେ ପର୍ଯ୍ୟବେକ୍ଷଣରେ ରହିବେ ଏବଂ ଦୁଇରୁ ତିନି ଦିନ ମଧ୍ୟରେ ତାଙ୍କୁ ଡିସଚାର୍ଜ କରାଯିବ ।
ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ