ହାଇଦ୍ରାବାଦ: ଓସ୍କାର ଆୱାର୍ଡର ସପ୍ତାହେ ପୂର୍ବରୁ ସ୍କ୍ରିନ୍ ଆକ୍ଟର୍ସ ଗିଲ୍ଡ ଆୱାର୍ଡ ଶୋ' ଆୟୋଜିତ ହୋଇଛି । ଏହି ଅବସରରେ ଦମଦାର ପ୍ରଦର୍ଶନ କରିଥିବା ଫିଲ୍ମ ଗୁଡ଼ିକୁ ପୁରସ୍କୃତ କରାଯାଇଛି । ଶନିବାର ରାତି(ଭାରତୀୟ ସମୟ ଅନୁସାରେ ଆଜି ସକାଳେ) ଲସ୍ ଆଞ୍ଜେଲସର ସାଇନ ଅଡିଟୋରିୟମ ଏବଂ ଏକ୍ସପୋ ହଲରେ ୩୦ ତମ ସ୍କ୍ରିନ୍ ଆକ୍ଟର୍ସ ଗିଲ୍ଡ ଆୱାର୍ଡ ଶୋ' ଆୟୋଜିତ ହୋଇଛି । ଏହି ସମୟରେ 'ଓପେନହାଇମର' ଏବଂ 'ଦ ବିୟର' ହଲିଉଡ଼ ଫିଲ୍ମ ଶ୍ରେଷ୍ଠ ପୁରସ୍କାର ହାତେଇଛନ୍ତି ।
ଶନିବାର ଦିନ ଲସ ଆଞ୍ଜେଲସରେ ଅନୁଷ୍ଠିତ ହୋଇଥିବା ବେଳେ ଆଜି ଭାରତରେ ଏହି ଆୱାର୍ଡ ଶୋ' ନେଟଫ୍ଲିକ୍ସରେ ସିଧା ପ୍ରସାରଣ ହୋଇଛି । ଏଥିସହ ଏହା ୩୦ଦିନ ଯାଏଁ ଏଥିରେ ଏହି ଶୋ' ଦେଖିପାରିବେ । ତେବେ ବିଜେତାଙ୍କ ତାଲିକାରେ ବାଜି ମାରିଛି ଓପେନହାଇମର । ସର୍ବଶ୍ରେଷ୍ଠ କାଷ୍ଟର ଆୱାର୍ଡ ସହ ମୁଖ୍ୟ ଭୂମିକାରେ ଦମଦାର ପ୍ରଦର୍ଶନ ପାଇଁ ସିଲିୟାନ୍ ମର୍ଫି ଏବଂ ରୋବର୍ଟ ଡାଉନି ଜୁନିଅରଙ୍କୁ ସହ ଅଭିନେତା ଭାବେ ପୁରସ୍କାର ହାତେଇଛନ୍ତି । ତେବେ ଦେଖନ୍ତୁ ବିଜେତାଙ୍କ ସମ୍ପୂର୍ଣ୍ଣ ତାଲିକା,
ସ୍କ୍ରିନ୍ ଆକ୍ଟର୍ସ ଗିଲ୍ଡ ପୁରସ୍କାର 2024 ବିଜେତା ତାଲିକା:
ମୋଶନ ଫିକ୍ଚରରେ କଳାକାରଙ୍କ ଉଲ୍ଲେଖନୀୟ ପ୍ରଦର୍ଶନ- ଓପେନହାଇମର
ମୁଖ୍ୟ ଅଭିନେତା ଭୂମିକାରେ ଉଲ୍ଲେଖନୀୟ ପ୍ରଦର୍ଶନ- ସିଲିୟନ୍ ମର୍ଫି (ଓପେନହାଇମର)
ମୁଖ୍ୟ ଅଭିନେତ୍ରୀ ଭୂମିକାରେ ଉଲ୍ଲେଖନୀୟ ପ୍ରଦର୍ଶନ- ଲିଲି ଗ୍ଲେଡଷ୍ଟୋନ୍ (କିଲର୍ସ ଅଫ ଦ ଫ୍ଲାୱାର ମୁନ)
ମୁଖ୍ୟ ସହ-ଅଭିନେତା ଭୂମିକାରେ ଉଲ୍ଲେଖନୀୟ ପ୍ରଦର୍ଶନ- ରୋବର୍ଟ ଡାଉନି ଜୁନିଅର (ଓପେନହାଇମର)
ମୁଖ୍ୟ ସହ-ଅଭିନେତ୍ରୀ ଭୂମିକାରେ ଉଲ୍ଲେଖନୀୟ ପ୍ରଦର୍ଶନ- ଡା'ଭାଇନ୍ ଜୟ ରାଣ୍ଡୋଲ୍ଫ (ଦ ହୋଲ୍ଡଓଭର୍ସ)
ଡ୍ରାମା ସିରିଜ୍ ଉଲ୍ଲେଖନୀୟ ପ୍ରଦର୍ଶନ- ସକ୍ସେନ
ଶ୍ରେଷ୍ଠ କମେଡି ସିରିଜ- ଦ ବିୟର
ଶ୍ରେଷ୍ଠ ଅଭିନେତା (ଡ୍ରାମା ସିରିଜ୍)- ପେଡ୍ରୋ ପାସ୍କଲ୍ (ଦ ଲାଷ୍ଟ ଫ ଅଜ)
ଶ୍ରେଷ୍ଠ ଅଭିନେତ୍ରୀ (ଡ୍ରାମା ସିରିଜ୍)- ଏଲିଜାବେଥ୍ ଡେବିକି (ଦ କ୍ରାଉନ୍)
ଶ୍ରେଷ୍ଠ ଅଭିନେତା(କମେଡି ସିରିଜ୍)- ଜେରେମି ଏଲନ ହ୍ୱାଇଟ୍ (ଦ ବିୟର)
ଶ୍ରେଷ୍ଠ ଅଭିନେତ୍ରୀ(କମେଡି ସିରିଜ୍)- ଆୟୋ ଡେବରୀ (ଦ ବିୟର)
ଶ୍ରେଷ୍ଠ ଟେଲିଭିଜନ ଚଳଚ୍ଚିତ୍ର / ଲିମିଟେଡ ସିରିଜ୍ (ଅଭିନେତା)- ଷ୍ଟିଭେନ୍ ୟୁନ୍ (ବିଫ୍)
ଶ୍ରେଷ୍ଠ ଟେଲିଭିଜନ ଚଳଚ୍ଚିତ୍ର / ଲିମିଟେଡ ସିରିଜ୍ (ଅଭିନେତ୍ରୀ)- ଅଲି ୱଙ୍ଗ(ବିଫ୍)
ଶ୍ରେଷ୍ଠ ଟେଲିଭିଜନ୍ ସିରିଜ (ଆକ୍ସନ ପ୍ରଦର୍ଶନ) - ଦ ଲାଷ୍ଟ ଫ ଅଜ
ଶ୍ରେଷ୍ଠ ମୋଶନ ପିକ୍ଚର (ଆକ୍ସନ ପ୍ରଦର୍ଶନ)- ମିଶନ ଇମ୍ପପୋସିବଲ: ଡେଡ ସ୍କ୍ରିନିଂ ପାର୍ଟ ୱାନ
ଏହା ମଧ୍ୟ ପଢନ୍ତୁ: BAFTA ଆୱାର୍ଡ: 'ଓପେନହାଇମର ଓ ପୋର୍ ଥ୍ରଙ୍ଗସ'ର ଚାଲିଲା ଯାଦୁ, ଦେଖନ୍ତୁ ବିଜେତାଙ୍କ ଲିଷ୍ଟ