ETV Bharat / entertainment

'ପୁଷ୍ପା ୨' ସେଟରୁ ରଶ୍ମିକା ମନ୍ଦାନାଙ୍କ ଲୁକ ଭାଇରାଲ

author img

By ETV Bharat Odisha Team

Published : Mar 20, 2024, 12:06 PM IST

Rashmika Mandanna in red saree on Pushpa 2: 'ପୁଷ୍ପା ୨' ସେଟରୁ ଅଭିନେତ୍ରୀ ରଶ୍ମିକା ମନ୍ଦାନାଙ୍କ ଲାଲ ଶାଢୀରେ ଲୁକ ଭାଇରାଲ । ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଅଲ୍ଲୁ ଅର୍ଜୁନଙ୍କ ଏହି ଫିଲ୍ମ । ଅଧିକ ପଢନ୍ତୁ

Pushpa 2
Pushpa 2

ହାଇଦ୍ରାବାଦ: ଖୁବଶୀଘ୍ର ପରଦାକୁ ଆସିବାକୁ ଯାଉଛି ଅଲ୍ଲୁ ଅର୍ଜୁନଙ୍କ ଫିଲ୍ମ 'ପୁଷ୍ପା ୨' । ଏହି ଫିଲ୍ମକୁ ଉତ୍ସାହର ସହ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଫିଲ୍ମର ସୁଟିଂ ମଧ୍ୟ ଦ୍ରୁତଗତିରେ ଚାଲିଛି । ଏହି ଫିଲ୍ମ ଚଳିତ ବର୍ଷର 15 ଅଗଷ୍ଟ ଅର୍ଥାତ୍ ସ୍ୱାଧୀନତା ଦିବସରେ ମୁକ୍ତିଲାଭ କରିବ । ଏହାରି ମଧ୍ୟରେ ବର୍ତ୍ତମାନ ଫିଲ୍ମ ପାଇଁ ରଶ୍ମିକା ମନ୍ଦାନା ମଧ୍ୟ ତାଙ୍କ ଭାଗର ସୁଟିଂ କରୁଥିବା ନଜର ଆସିଛନ୍ତି । 'ପୁଷ୍ପା ୨'ର ସେଟରୁ ରଶ୍ମିକା ମନ୍ଦାନାଙ୍କ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଫଟୋରେ ରଶ୍ମିକାଙ୍କୁ ଏକ ଲାଲ୍ ଶାଢୀରେ ଦେଖିବାକୁ ମିଳିଛି ।

'ପୁଷ୍ପା ୨'ର ସେଟରୁ ଭାଇରାଲ ହୋଇଥିବା ରଶ୍ମିକା ମନ୍ଦାନାଙ୍କ ଫଟୋ ଏବଂ ଭିଡିଓରେ ରଶ୍ମିକା ନାଲି ରଙ୍ଗର ଶାଢୀ ପିନ୍ଧି ବଧୂ ବେଶରେ ସଜେଇ ହୋଇଥିବା ଦେଖିବାକୁ ମିଳିଛି । ଅଭିନେତ୍ରୀ ନାଲି ରଙ୍ଗର ସିନ୍ଦୁର ମଧ୍ୟ ମୁଣ୍ଡରେ ଲଗାଇଥିବା ଦେଖିବାକୁ ମିଳିଛି । କାନ ଏବଂ ବେକରେ ସୁନା ଅଳଙ୍କାର ଅଛି । ଚଳଚ୍ଚିତ୍ରରେ ଅଭିନେତ୍ରୀ ରଶ୍ମିକା ମନ୍ଦାନା 'ଶ୍ରୀବଲ୍ଲୀ'ର ଚରିତ୍ରରେ ଅଭିନୟ କରୁଛନ୍ତି ଯିଏ ପୁଷ୍ପା ରାଜଙ୍କ ପତ୍ନୀ ହୋଇଛନ୍ତି ।

କେବେ ସରିବ ସୁଟିଂ?

ଏହି ସୁଟିଂ ପୂର୍ବରୁ ଅଲ୍ଲୁ ଅର୍ଜୁନ ବିଶାଖାପାଟଣାରେ ପହଞ୍ଚି ଥିଲେ । ଯେଉଁଠି ଅଭିନେତାଙ୍କୁ ଫ୍ୟାନ୍ସ ଧୁମଧାମରେ ସ୍ବାଗତ କରିଥିଲେ । ଫିଲ୍ମ 'ପୁଷ୍ପା ୨'ର ସୁଟିଂ ଶେଷ ହେବାକୁ ଯାଉଛି । ଏହି ଫିଲ୍ମକୁ ସୁକୁମାର ପ୍ରସ୍ତୁତ କରୁଥିବା ବେଳେ ସେ ଅନେକ ଦିନ ଧରି ଫିଲ୍ମର ସୁଟିଂ ପାଇଁ ବ୍ୟସ୍ତ ଅଛନ୍ତି । ବର୍ତ୍ତମାନ ଯଥାଶୀଘ୍ର ଫିଲ୍ମର ସୁଟିଂ ସରିବାକୁ ଯାଉଛି । ସେପଟେ ଫିଲ୍ମ ରିଲିଜକୁ ନେଇ ଫ୍ୟାନ୍ସ ଅପେକ୍ଷା କରିଛନ୍ତି ।

ଏହା ମଧ୍ୟ ପଢନ୍ତୁ-ପୁଷ୍ପା-୨ରେ ସଞ୍ଜୟ ଦତ୍ତଙ୍କ ଏଣ୍ଟ୍ରି, ଅଲ୍ଲୁ ଅର୍ଜୁନଙ୍କ ସହ ଆସିବେ ନଜର !

ସୂଚନା ଥାଉ କି, ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଗତବର୍ଷ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ର ଯଥା ଅଲ୍ଲୁ ଅର୍ଜୁନ, ରଶ୍ମିକା ଏବଂ ଫହାଦଙ୍କ ପ୍ରଥମ ଲୁକ ରିଲିଜ କରାଯାଇଥିଲା । ଏଥିସହ ଏପ୍ରିଲ ୨୦୨୩ ଫିଲ୍ମର ପ୍ରଥମ ଝଲକ ମଧ୍ୟ ଦେଖାଇଥିଲେ ନିର୍ମାତା । ଯାହା ପରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଏକ ବଡ ଚୋରା ଚାଲାଣକାରୀ ହୋଇଯାଏ । ଫଳରେ ପୁଷ୍ପା ରାଜ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.