ETV Bharat / entertainment

ରାମ ଭୂମିକା ପାଇଁ ରଣବୀର ନେଉଛନ୍ତି ସ୍ପେଶାଲ ଟ୍ରେନିଂ

Ranbir Start Special Training For Play Ram: ନୀତେଶ ତିୱାରୀ 'ରାମାୟଣ'କୁ ନେଇ ଚର୍ଚ୍ଚା ଜୋର ଧରିଛି । ଏହି ଫିଲ୍ମରେ ରାମ ଭୂମିକାରେ ରଣବୀର କପୁର ନଜର ଆସିବେ । ରିପୋର୍ଟ ଅନୁସାରେ, ରଣବୀର ଏନେଇ ସ୍ପେଶାଲ ଟ୍ରେନିଂ ଆରମ୍ଭ କରିଥିବା ଜଣାପଡିଛି ।

ରାମ ଭୂମିକା ପାଇଁ ରଣବୀର ନେଉଛନ୍ତି ସ୍ପେଶାଲ ଟ୍ରେନିଂ
ରାମ ଭୂମିକା ପାଇଁ ରଣବୀର ନେଉଛନ୍ତି ସ୍ପେଶାଲ ଟ୍ରେନିଂ
author img

By ETV Bharat Odisha Team

Published : Feb 8, 2024, 6:20 PM IST

ହାଇଦ୍ରାବାଦ: ନୀତେଶ ତିୱାରୀଙ୍କ 'ରାମାୟଣ' ବର୍ତ୍ତମାନ ଶିରୋନାମାରେ ରହିଛି । ଫିଲ୍ମର ଷ୍ଟାର କାଷ୍ଟ ବିଷୟରେ ମଧ୍ୟ ଚର୍ଚ୍ଚା ଜୋର ଧରିଛି । ତେବେ ଏହି ଚଳଚ୍ଚିତ୍ରରେ ରଣବୀର କପୁର ପ୍ରଭୁ ରାମଙ୍କ ଭୂମିକାରେ ନଜର ଆସିବେ ବୋଲି କୁହାଯାଉଛି । ଏଥିସହିତ ମାତା ସୀତା ଠାରୁ ହନୁମାନ ପର୍ଯ୍ୟନ୍ତ ଚରିତ୍ରଙ୍କ ଷ୍ଟାରକାଷ୍ଟଙ୍କ ମଧ୍ୟ ନାଁ ସାମ୍ନାକୁ ଆସିଛି । ତେବେ ଏହାରି ମଧ୍ୟରେ ରାମାୟଣକୁ ନେଇ ରଣବୀର କପୁର ଅଧିକ ପରିଶ୍ରମ କରୁଥିବା ଜଣାପଡିଛି । ନିକଟରେ ଅଭିନେତା ମଦ ମାଂସ ଛାଡିଥିବା ଖବର ସାମ୍ନାକୁ ଆସିଥିବା ବେଳେ ବର୍ତ୍ତମାନ ସେ ପ୍ରଭୁ ରାମଙ୍କ ଭୂମିକା ପାଇଁ ସ୍ବତନ୍ତ୍ର ଟ୍ରେନିଂ ନେଉଥିବା କୁହାଯାଉଛି ।

ମିଡିଆ ରିପୋର୍ଟ ଅନୁସାରେ, ଏହି ଚଳଚ୍ଚିତ୍ର 'ରାମାୟଣ' ରଣବୀର କପୁରଙ୍କ ଚଳଚ୍ଚିତ୍ର କ୍ୟାରିୟରର ପ୍ରଥମ ପୌରାଣିକ ଚଳଚ୍ଚିତ୍ର ହେବାକୁ ଯାଉଛି । ଅନେକ ଥର ଦେଖାଯାଇଛି ଯେ ଅରୁଣ ଗୋଭିଲଙ୍କ ପରି କଳାକାରମାନେ ପରଦାରେ ପ୍ରଭୁ ରାମଙ୍କ ପ୍ରତିମୂର୍ତ୍ତିକୁ ଚିତ୍ରଣ କରିଥିଲେ, ସେମାନଙ୍କର ଅଭିନୟ ଦକ୍ଷତା ଏବଂ ସଂଳାପ କହିବା ଶୈଳୀରେ ଅନେକ ପରିବର୍ତ୍ତନ କରିଥିଲେ । ଏଭଳି ପରିସ୍ଥିତିରେ ଏବେ ରଣବୀର କପୁର ରାମଙ୍କ ଭୂମିକାରେ ନଜର ଆସିବାକୁ ଥିବା ବେଳେ ସେ ମଧ୍ୟ ଏପରି କିଛି ପରିବର୍ତ୍ତନ କରିବାକୁ ଯାଉଛନ୍ତି । ରୂପା ପରଦାରେ ପ୍ରଭୁ ରାମଙ୍କ ଭୂମିକା ପାଇଁ ଅଭିନେତା ଭଏସ୍ ମଡେଲିଂ, ସଂଳାପ କହିବା ଶୈଳୀ ଏବଂ ଶବ୍ଦର ଉଚ୍ଚାରଣ କ୍ଷେତ୍ରରେ ବିଶେଷ ପ୍ରସ୍ତୁତି କରୁଛନ୍ତି । ଏଥିପାଇଁ ରଣବୀର ସ୍ପେଶାଲ ଟ୍ରେନିଂ ନେଉଥିବା କୁହାଯାଉଛି ।

ଏହା ମଧ୍ୟ ପଢନ୍ତୁ: ରାମାୟଣ ପାଇଁ ରଣବୀରଙ୍କ ତ୍ୟାଗ, ରାମ ଚରିତ୍ର ପାଇଁ ଛାଡିବେ ମଦ-ମାଂସ !

ନୀତୀଶ ତିୱାରୀଙ୍କ 'ରାମାୟଣ'ର ଷ୍ଟାର କାଷ୍ଟକୁ ନେଇ ଦୀର୍ଘ ଦିନ ଧରି କଳ୍ପନା ଜଳ୍ପନା ଚାଲିଛି । କୁହାଯାଉଛି ଯେ ଚଳଚ୍ଚିତ୍ର ନିର୍ମାତାମାନେ ପ୍ରଭୁ ରାମଙ୍କ ଭୂମିକା ପାଇଁ ରଣବୀର କପୁର ନଜର ଆସିବାକୁ ଥିବା ବେଳେ ମାତା ସୀତା ଭୂମିକାରେ ଜାହ୍ନବୀ କପୁର ନଜର ଆସିବାକୁ ଯାଉଛନ୍ତି । ସୂଚନା ଥାଉ କି, ପୂର୍ବରୁ ଏହି ଭୂମିକା ପାଇଁ ରଣବୀରଙ୍କ ପତ୍ନୀ ତଥା ଆଲିଆ ଭଟ୍ଟ ଏବଂ ସାଉଥ ସୁନ୍ଦରୀ ସାଇ ପଲ୍ଲବୀଙ୍କ ନାଁ ଚର୍ଚ୍ଚା ହେଉଥିଲା । ଆଉ ଏବେ ଜାହ୍ନବୀ ଏହି ଚରିତ୍ରରେ ଅଭିନୟ କରିବେ ବୋଲି କୁହାଯାଉଛି । ଅନ୍ୟପଟେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଛନ୍ତି । ଏଥିସହ ନିର୍ମାତା ଅରୁଣ ଗୋବିଲଙ୍କୁ ଦଶରଥଙ୍କ ଭୂମିକାରେ କାଷ୍ଟ କରିବାକୁ ଯୋଜନା କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.