ETV Bharat / entertainment

ସିନେମା ଜଗତର ବେତାଜ ବାଦଶାହ ରାମୋଜୀ ରାଓ, ରେକର୍ଡ କରିଛି 'ଉଷା କିରଣ' ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର - Ramoji Rao Demise - RAMOJI RAO DEMISE

Ramoji Rao Demise: ଚଳଚ୍ଚିତ୍ର ଜଗତର ବେତାଜ ବାଦଶାହ ରାମୋଜୀ ରାଓ ସବୁଦିନ ପାଇଁ ଆଖି ବୁଜିଛନ୍ତି । ହେଲେ ଫିଲ୍ମ ଜଗତ ପ୍ରତି ତାଙ୍କର ଅବଦାନ ଚିରସ୍ମରଣୀୟ ହୋଇ ରହିବ । ଅଧିକ ପଢନ୍ତୁ

Ramoji Rao
Ramoji Rao (ETV Bharat)
author img

By ETV Bharat Odisha Team

Published : Jun 8, 2024, 8:50 PM IST

ହାଇଦ୍ରାବାଦ: ଏମିତି କୌଣସି ତେଲୁଗୁ ଭାଷାଭାଷୀ ଲୋକ ନାହାନ୍ତି, ଯିଏ କି ପ୍ରସିଦ୍ଧ ଗୀତ 'ଇ ଉଷା କିରନାଲୁ' ଶୁଣିନଥିବେ । ଉଷା କିରଣ ବ୍ୟାନରରେ ନିର୍ମିତ ଚଳଚ୍ଚିତ୍ର ପୂର୍ବରୁ ଏହି ଗୀତ ବାଜିଥାଏ । ନିଜର ଫିଲ୍ମ ଜଗତ ପ୍ରତି ଥିବା ଅହେତୁକ ଆଗ୍ରହକୁ ନିଜର ଅବଦାନ ମାଧ୍ୟମରେ ପ୍ରତିଫଳିତ କରିଥିଲେ ପଦ୍ମବିଭୂଷଣ ରାମୋଜୀ ରାଓ । ଏହା ସହିତ ମୟୂରୀ ଫିଲ୍ମ ବିତରକଙ୍କ ମାଧ୍ୟମରେ ସେ ଶହ ଶହ ସଂଖ୍ୟାରେ ତେଲୁଗୁ ଓ ଅନ୍ୟାନ୍ୟ ଭାଷାର ଚଳଚ୍ଚିତ୍ର ବିତରଣ କରିଥିଲେ । ରାମୋଜୀ ରାଓଙ୍କର ଚଳଚ୍ଚିତ୍ର ଶିଳ୍ପ ପାଇଁ ଅତୁଳନୀୟ ଅବଦାନ ରହିଛି ।

ସେ ସର୍ବଦା ବିଶ୍ବାସ କରନ୍ତି ଯେ, ସିନେମା ହେଉଛି କଳା ସହ ଜଡ଼ିତ ଏକ ପ୍ରକାର ବ୍ୟବସାୟ । ଏହାକୁ ନଜରରେ ରଖି ସେ ଉଷା କିରଣ ମୁଭିସ ନାମକ ବ୍ୟାନରର ସ୍ଥାପନା କରିଥିଲେ । ତାଙ୍କର ଦୂରଦର୍ଶିତା ବଳରେ ସେ ଗୁଣାତ୍ମକ, ଚିତ୍ତାକର୍ଷକ ଚଳଚ୍ଚିତ୍ର ନିର୍ମାଣକୁ ପ୍ରୋତ୍ସାହନ ଦେଇଆସୁଥିଲେ । ରାମୋଜୀ ଫିଲ୍ମ ସିଟି ପ୍ରତିଷ୍ଠା କରି ସେଠାରେ ଚଳଚ୍ଚିତ୍ର ନିର୍ମାଣ ପାଇଁ ଏକ ବଡ଼ ଭିତ୍ତିଭୂମି ଭେଟି ଦେଇଥିଲେ । ଯାହାକି ବିଶ୍ବର ୧ ନମ୍ବର ଫିଲ୍ମ ସିଟି ଭାବେ ରେକର୍ଡ ସୃଷ୍ଟି କରିଛି । ରାମୋଜୀ ରାଓ ନିଜର ଶେଷ ନିଶ୍ବାସ ପର୍ଯ୍ୟନ୍ତ ଏହି ନିଷ୍ପତ୍ତି ବଳବତ୍ତର ରହିଥିଲା ।

ଉଷା କିରଣ ବ୍ୟାନରରେ ନିର୍ମିତ ଏକ ଆଦର୍ଶ ଚଳଚ୍ଚିତ୍ର ହେଉଛି 'ମୟୂରୀ' । ଯାହା ଏକ ହିନ୍ଦୀ ମ୍ୟାଗାଜିନରେ ସ୍ଥାନ ପାଇଥିଲା । ଏକ ଦୁର୍ଘଟଣାରେ ଗୋଡ ହରାଇଥିଲେ ବି କୃତ୍ରିମ ଗୋଡରେ ନୃତ୍ୟ କରି ଉଦାହରଣ ସାଜିଥିବା ସୁଧା ଚନ୍ଦ୍ରନଙ୍କ କାହାଣୀକୁ ଏହି ଚଳଚ୍ଚିତ୍ରରେ ଚିତ୍ରଣ କରାଯାଇଥିଲା । ସୁଧାଙ୍କ ସଂଘର୍ଷମୟ କାହାଣୀକୁ ପରଦାରେ ଆଣି ବହୁତ ସଫଳତା ହାସଲ କରିଥିଲା 'ମୟୁରୀ' ।

ଏହା ବି ପଢନ୍ତୁ...ପରଲୋକରେ ରାମୋଜୀ ରାଓ, ଇଟିଭି ଭାରତ ଓଡ଼ିଶା ବ୍ୟୁରୋ ଅଫିସ ପକ୍ଷରୁ ଶ୍ରଦ୍ଧାଞ୍ଜଳି

ଉଷା କିରଣ ବ୍ୟାନରରେ ନିର୍ମିତ ଅନେକ ହିଟ୍ ଫିଲ୍ମ ମଧ୍ୟରେ କାଞ୍ଚନା ଗଙ୍ଗା, ପ୍ରତୀଘଟନା, ନୁଭଭେ କାଭାଲି, ଚିତ୍ରମ, ଆନନ୍ଦମ୍ ଏବଂ ନାଚାଭୁଲେ ଭଳି ଚଳଚ୍ଚିତ୍ର ସାମିଲ ରହିଛି । ତେବେ ପ୍ରଡକ୍ସନ ହାଉସ ଯେ କେବଳ ତେଲୁଗୁ ଚଳଚ୍ଚିତ୍ରରେ ସୀମିତ ରହିଛି ତାହା ନୁହେଁ । ଏହି ବ୍ୟାନରରେ ପାଖାପାଖି କନ୍ନଡ, ତାମିଲ, ମରାଠି ଏବଂ ଇଂରାଜୀ ଭାଷାରେ 85 ଟି ଚଳଚ୍ଚିତ୍ର ନିର୍ମାଣ ହୋଇଛି । ସେହିପରି ପ୍ରେମଲେଖା, କାଞ୍ଚନା ଗଙ୍ଗା, ତେଜା ମୟୁରୀ ଆଦି ଚଳଚ୍ଚିତ୍ର ସରକାରୀ ପୁରସ୍କାରପ୍ରାପ୍ତ । ଖାଲି ସେତିକି ନୁହେଁ, ମୟୂରୀ ଚଳଚ୍ଚିତ୍ରରେ ନିଜର ଭୂମିକା ପାଇଁ ସୁଧା ଚନ୍ଦ୍ରନ ଜାତୀୟ ପୁରସ୍କାରରେ ସମ୍ମାନିତ ହୋଇଥିଲେ । 'ନୁଭ କଭାଲି' ଚଳଚ୍ଚିତ୍ର ଶ୍ରେଷ୍ଠ ଆଞ୍ଚଳିକ ଚଳଚ୍ଚିତ୍ରର ମାନ୍ୟତା ଲାଭ କରିଥିଲା ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.