ETV Bharat / entertainment

ଆସୁଛି ଓଡ଼ିଆ ଫିଲ୍ମ 'କାନତରାଟି', ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା - New Odia Film Kantarati

author img

By ETV Bharat Odisha Team

Published : Jun 26, 2024, 5:20 PM IST

New Odia Film 'Kantarati' Announced: ଖୁବଶୀଘ୍ର ପରଦାକୁ ଆସିବ ନୂଆ ଓଡ଼ିଆ ଫିଲ୍ମ 'କାନତରାଟି'। ଏହି ଫିଲ୍ମକୁ ଲୋକପ୍ରିୟ ନିର୍ଦ୍ଦେଶକ ରମେଶ ରାଉତ ନିର୍ଦ୍ଦେଶନା ଦେବାକୁ ଯାଉଛନ୍ତି । ଅଧିକ ପଢନ୍ତୁ,

ଆସୁଛି ଓଡ଼ିଆ ଫିଲ୍ମ 'କାନତରାଟି', ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା
ଆସୁଛି ଓଡ଼ିଆ ଫିଲ୍ମ 'କାନତରାଟି', ଏହି ନିର୍ଦ୍ଦେଶକ ଦେବେ ନିର୍ଦ୍ଦେଶନା (ETV Bharat Odisha)

ଭୁବନେଶ୍ୱର: ପରଦାରେ ଧମାକା କରିବାକୁ ଆସୁଛି ନୂଆ ଓଡ଼ିଆ ଫିଲ୍ମ 'କାନତରାଟି'। ମଙ୍ଗଳବାର ନିର୍ମାତା ଫିଲ୍ମର ଟାଇଟଲ ଘୋଷଣା କରିଛନ୍ତି । ଭୁବନେଶ୍ୱର ସ୍ଥିତ ଏକ ହୋଟେଲରେ ପ୍ରେସମିଟରେ ଫିଲ୍ମର ନାଁ ଘୋଷଣା କରାଯାଇଛି l ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜଙ୍କ ମିଳିତ ଅବଦାନରେ ଫିଲ୍ମଟି ପ୍ରସ୍ତୁତ ହେଉଥିବା ବେଳେ ଫିଲ୍ମର ନିର୍ଦ୍ଦେଶନା ଦେବେ ଲୋକପ୍ରିୟ ନିର୍ଦ୍ଦେଶକ ରମେଶ ରାଉତ ।

ରମେଶ ରାଉତ ଦେବେ ନିର୍ଦ୍ଦେଶନା

ଏସ.ଏମ ଏଣ୍ଟରଟେନମେଣ୍ଟ ଏବଂ ଆମର ଷ୍ଟୁଡିଓଜ ମିଳିତ ଭାବେ ଏହି ପ୍ରଥମ ଚଳଚ୍ଚିତ୍ର "କାନତରାଟି-ଦ କଣ୍ଟ୍ରାକ୍ଟର'' ନିର୍ମାଣ କରୁଥିବା ବେଳେ ପ୍ରଯୋଜିକା ଅଛନ୍ତି ଶ୍ରାବଣୀ ପଟ୍ଟନାୟକ l ଯାହାର ନିର୍ଦ୍ଦେଶନା ଦେବେ ନିର୍ଦ୍ଦେଶକ ରମେଶ ରାଉତ । ବିଗତ ଦିନ ମାନଙ୍କରେ ନିର୍ଦ୍ଦେଶକ ରମେଶ ରାଉତ ଗଡ୍ ଫାଦର, ଚାନ୍ଦ ନା ତୁମେ ତାରା, କାବୁଲା ବାର ବୁଲା, ଟୋକାଟା ଫଶି ଗଲା ଏବଂ ତୋର ମୋର କଟି ଭଳି ସମୁଦାୟ ୨୭ ଟି ବହୁଭାଷୀ ଚଳଚ୍ଚିତ୍ର ନିର୍ଦ୍ଦେଶନା ଦେଇସାରିଛନ୍ତି l

'କାନତରାଟି' ଫିଲ୍ମର ଷ୍ଟାରକାଷ୍ଟ ଏବା କାହାଣୀ

ସାଇକୋ, ଥ୍ରୀଲର ସହ ଜଣେ ସିରିଏଲ କିଲରର କାହାଣୀକୁ ନେଇ ନିର୍ମାଣ ହେବାକୁ ଯାଉଛି ଚଳଚ୍ଚିତ୍ର 'କାନତରାଟି' । ତେବେ ଏହି ଫିଲ୍ମରେ ଅଭିନୟ କରିବେ ଓଲିଉଡ଼ର ଲୋକପ୍ରିୟ ଅଭିନେତା ଓ ଅଭିନେତ୍ରୀ । ଦେବେଶ ରଞ୍ଜନ, ସୂର୍ଯ୍ୟମୟୀ ମହାପାତ୍ର, ତାପସ ସରଘରିଆ ଏବଂ ବିଭାସଙ୍କ ସମେତ ଅନେକ କଳାକାର ରହିଛନ୍ତି । ଏହି ଚଳଚ୍ଚିତ୍ରର କାହାଣୀ ରମେଶ ରାଉତ ରଚନା କରିଛନ୍ତି, ଚିତ୍ରନାଟ୍ୟ ରମେଶ ରାଉତଙ୍କ ସହ ନିଶାନ୍ତ ମଜିଠିଆ ଏବଂ ସଂଳାପ ନିଶାନ୍ତ ମଜିଠିଆ ଲେଖିଛନ୍ତି । ପୂର୍ବରୁ ନିଶାନ୍ତ ଗୋଟିଏ ଟିଭି ସିନେମା ଏବଂ ୬ ଟି ୱେବ ସିରିଜର ସଂଳାପ ଲେଖି ଦର୍ଶକଙ୍କ ମନ ଜିତିପାରିଛନ୍ତି ।

ସେହିପରି ଚଳଚ୍ଚିତ୍ରର ଚିତ୍ରତ୍ତୋଳନ ଦାୟିତ୍ୱ ବିଶ୍ୱଜିତ କୁଲଡି ଏବଂ ସମ୍ପାଦନା ପିଣ୍ଟୁ ନାୟକ ନେଇଛନ୍ତି । ସଙ୍ଗୀତ ନିର୍ଦ୍ଦେଶନା ଅଭିଜିତ ମଜୁମଦାର ଦେଇଛନ୍ତି । କ୍ରି୍ଏଟିଭ ହେଡ଼ ଅଛନ୍ତି ରୀତିଶ ପରିଡା । ଟାଇଟିଲ ଘୋଷଣା ସମାରୋହରେ ପ୍ରଯୋଜିକା, ନିର୍ଦ୍ଦେଶକ, ସଙ୍ଗୀତ ନିର୍ଦ୍ଦେଶକ, ସଂଳାପକାର, କଣ୍ଠଶିଳ୍ପୀ ଅନ୍ତରା ଚକ୍ରବର୍ତ୍ତୀ, ଜ୍ୟୋତିର୍ମୟୀ, ତାପସ ସରଘରୀୟା, ଟୁଟୁ ନାୟକଙ୍କ ସମେତ ଫିଲ୍ମର ଷ୍ଟାରକାଷ୍ଟ ପ୍ରମୁଖ ଉପସ୍ଥିତ ଥିଲେ ।

ଏହା ମଧ୍ୟ ପଢନ୍ତୁ: ଚାଷୀଙ୍କ କାହାଣୀ କହିବ ଓଡ଼ିଆ ଚଳଚିତ୍ର 'ସୀତା', ଏହି ଦିନ ପରଦାକୁ ଆସିବ ଫିଲ୍ମ

ପ୍ରକାଶ ଥାଉ କି, ସାଧାରଣ ନିର୍ବାଚନ ଶେଷ ହେବା ପରେ ସିନେମା ଋତୁ ଆରମ୍ଭ ହୋଇଯାଇଛି ଓଲିଉଡ଼ରେ । ରାଜ୍ୟ ରାଜନୀତିରେ ଯେମିତି ପରିବର୍ତ୍ତନ ଆସିଛି ଠିକ ସେମିତି ଓଡ଼ିଆ ଚଳଚ୍ଚିତ୍ରର ଧାରା ମଧ୍ୟ ପରିବର୍ତ୍ତନ ହୋଇଥିବା ଫଳରେ ଦର୍ଶକ ଏବେ ପ୍ରେକ୍ଷାଳୟ ମୁହାଁ ହେଉଛନ୍ତି । ଏପରି ସମୟରେ ଗୋଟିଏ ଗୋଟିଏ ପରେ ପରଦାକୁ ଆସୁିଥିବା ବେଳେ ଖୁବଶୀଘ୍ର ରିଲିଜ ହେବ 'କାନତରାଟି' ।

ଇଟିଭି ଭାରତ, ଭୁବନେଶ୍ୱର

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.