ETV Bharat / entertainment

ରଣବୀର କପୁରଙ୍କ ଷ୍ଟାରର ବହୁ ପ୍ରତୀକ୍ଷିତ ଫିଲ୍ମ 'ରାମାୟଣ'ର ସୁଟିଂ ଆରମ୍ଭ - RAMAYANA SHOOT BEGINS

author img

By ETV Bharat Odisha Team

Published : Apr 3, 2024, 9:06 AM IST

Ramayana Shoot Begins: ରଣବୀର କପୁର ଓ ସାଉଥ ସୁପରଷ୍ଟାର ୟଶଙ୍କ ଷ୍ଟାରର ଫିଲ୍ମ ରାମାୟଣର ସୁଟିଂ ଆରମ୍ଭ ହୋଇଯାଇଛି । ପ୍ରଥମ ଦିନରେ ନିର୍ଦ୍ଦେଶକ ନିତେଶ ତିଓ୍ବାରୀ କଣ ସବୁ ସୁଟିଂ କରିଛନ୍ତି ଆସନ୍ତୁ ଜାଣିବା ।

Ramayana Shoot Begins
Ramayana Shoot Begins

ହାଇଦ୍ରାବାଦ: ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ' ଶିରୋନାମାରେ ରହିଛି । ଫିଲ୍ମରେ ରଣବୀରଙ୍କୁ ପ୍ରଭୁ ରାମଙ୍କ ଭୂମିକାରେ ଦେଖିବାକୁ ମିଳିବ । ସେହିପରି ସାଇ ପଲ୍ଲବୀ ସୀତା, ୟଶ ରାବଣ ଓ ସନି ଦେଓଲ ହନୁମାନଙ୍କ ଭୂମିକାରେ ନଜର ଆସିବେ । ପ୍ରଥମ ଥର ପାଇଁ ରଣବୀର ଏକ ଧାର୍ମିକ ଚଳଚ୍ଚିତ୍ରରେ ଅଭିନୟ କରିବାକୁ ଯାଉଛନ୍ତି । ଏହାରି ମଧ୍ୟରେ ଫିଲ୍ମର ସୁଟିଂ ଆରମ୍ଭ ହୋଇଯାଇଛି ।

ମୁମ୍ବାଇ ଫିଲ୍ମ ସିଟିରେ ଫିଲ୍ମ ରାମାୟଣର ସୁଟିଂ ଆରମ୍ଭ ହୋଇଯାଇଛି । ନାମିତ ମଲହୋତ୍ରା ଗତକାଲି(ମଙ୍ଗଳବାର) ତାଙ୍କ ଜନ୍ମ ଦିନରେ ଫିଲ୍ମ ସୁଟିଂର ଶୁଭାରମ୍ଭ କରିଦେଇଛନ୍ତି । ପ୍ରଥମ ଦିନରେ ରଣବୀର କପୁର, ରକିଂ ଷ୍ଟାର ୟଶ ଏବଂ ସାଇ ପଲ୍ଲବୀ ସୁଟିଂରେ ନଥିଲେ । ଜୁନିଅର କଳାକାରମାନଙ୍କ ସହିତ ଫିଲ୍ମ ସୁଟିଂ ଆରମ୍ଭ ହୋଇଥିଲା ।

ସେହିପରି ଗତ କିଛି ଦିନ ହେବ ରାମାୟଣ କଷ୍ଟ୍ୟୁମ ପାଇଁ ସୁଟିଂ ପାଇଁ ବିଳମ୍ବ ହେଉଛି । କିନ୍ତୁ ବର୍ତ୍ତମାନ ଟିମ୍ ମୁମ୍ବାଇ ଫିଲ୍ମ ସିଟିରେ କଷ୍ଟ୍ୟୁମର ଲୁକ ଟେଷ୍ଟ କରିଛି । ସର୍ବପ୍ରଥମେ ରଣବୀର ଏବଂ ୟଶଙ୍କ ବଡି ଡବଲର ଲୁକ୍ ଟେଷ୍ଟ ସହିତ ଅଡିସନ ମଧ୍ୟ ହୋଇଥିଲା । ଅନ୍ୟପଟେ କୁହାଯାଉଛି ଯେ, ୟଶ ରାମାୟଣର ପ୍ରଥମ ଭାଗରେ ନୁହେଁ ବରଂ ଦ୍ବିତୀୟ ଭାଗରେ ନଜର ଆସିବେ । ମିଡିଆ ରିପୋର୍ଟ ମୁତାବକ, ୟଶ ଗୀତୁ ମୋହନଦାଶଙ୍କ ସୁଟିଂ ସାରିବା ପରେ ରାମାୟଣରେ ସୁଟିଂ ଆରମ୍ଭ କରିବେ । ରାମାୟଣରେ ୟଶ ରାବଣଙ୍କ ଭୂମିକାରେ ଅଭିନୟ କରିବେ ଓ ସାଇ ପଲ୍ଲବୀ ସୀତାଙ୍କ ଭୂମିକାରେ ।

ଏହା ମଧ୍ୟ ପଢନ୍ତୁ-ନୀତେଶ ତିୱାରୀଙ୍କ 'ରାମାୟଣ'ରେ ବିଗ ବିଙ୍କ ଏଣ୍ଟ୍ରି, ଦଶରଥ ଭୂମିକାରେ ଆସିବେ ନଜର !

ଏହା ମଧ୍ୟ ପଢନ୍ତୁ-ନୀତେଶ ତିୱାରୀଙ୍କ ଆଗାମୀ ଫିଲ୍ମ 'ରାମାୟଣ',ଏହି ଦିନ ଆରମ୍ଭ ହେବ ସୁଟିଂ

ସୂଚନା ଥାଉକି, ପୂର୍ବରୁ ଏହି ଭୂମିକା ପାଇଁ ରଣବୀରଙ୍କ ପତ୍ନୀ ତଥା ଆଲିଆ ଭଟ୍ଟ ଓ ଜାହ୍ନବୀ କପୁରଙ୍କ ନାଁ ଚର୍ଚ୍ଚା ହେଉଥିଲା । ଅନ୍ୟପଟେ ବିଭୀଷଣ ଭୂମିକା ପାଇଁ ବିଜୟ ସେଥୁପଥି ଏବଂ ହନୁମାନ ଭୂମିକା ପାଇଁ ସନ୍ନି ଦେଓଲ, କୁମ୍ଭକର୍ଣ୍ଣ ଭୂମିକା ପାଇଁ ବବି ଦେୱଲ, କୈକେୟୀଙ୍କ ଭୂମିକା ପାଇଁ ଲାରା ଦତ୍ତାଙ୍କ ନାଁ ଫାଇନାଲ କରିଥିବା ଜଣାପଡିଛି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.