ETV Bharat / entertainment

ଚେକ ବାଉନ୍ସ ମାମଲା; ୨୪ ଘଣ୍ଟା ମଧ୍ୟରେ ରାଜକୁମାର ସନ୍ତୋଷୀଙ୍କୁ ଜାମିନ୍ - Rajkumar Santoshi Granted Bail

Rajkumar Santoshi Granted Bail: ଚେକ୍ ବାଉନ୍ସ ମାମଲାରେ ଚଳଚ୍ଚିତ୍ର ନିର୍ମାତାଙ୍କୁ ୨ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିଥିଲେ ଗୁଜୁରାଟ କୋର୍ଟ । ଘଟଣାର ୨୪ ଘଣ୍ଟା ମଧ୍ୟରେ ଜାମିନ ମିଳିଛି । ପୂର୍ବରୁ ରାଜକୁମାରଙ୍କ ଓକିଲ ଅଭିଯୋଗ କରିଛନ୍ତି ଯେ ତାଙ୍କ ବିରୋଧରେ ହୋଇଥିବା ଦାବି ଅବୈଧ ଏବଂ ମିଥ୍ୟା ଅଟେ । ଅଧିକ ପଢନ୍ତୁ

ଚେକ ବାଉନ୍ସ ମାମଲା; ୨୪ ଘଣ୍ଟା ମଧ୍ୟରେ ରାଜକୁମାର ସନ୍ତୋଷୀଙ୍କୁ ମିଳିଲା ଜାମିନ୍

author img

By ETV Bharat Odisha Team

Published : Feb 19, 2024, 12:08 PM IST

ହାଇଦ୍ରାବାଦ: ରାଜକୁମାର ସନ୍ତୋଷୀଙ୍କୁ ଆଶ୍ୱସ୍ତି । ଚେକ୍ ବାଉନ୍ସ ମାମଲାରେ ନିର୍ଦ୍ଦେଶକଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ସୂଚନା ଅନୁସାରେ, ନିର୍ଦ୍ଦେଶକ ଜଡ଼ିତ ଥିବା ଚେକ ବାଉନ୍ସ ମାମଲାର ଶୁଣାଣି କରି ଜାମନଗର କୋର୍ଟ ତାଙ୍କୁ ଦୁଇ ବର୍ଷ ଜେଲ ଦଣ୍ଡାଦେଶରେ ଦଣ୍ଡିତ କରିବା ସହ ଅଭିଯୋଗକାରୀଙ୍କୁ ବକେୟା ରାଶି ୧ କୋଟି ବଦଳରେ ଦୁଇଗୁଣ ଦେବାକୁ କୋର୍ଟ ନିର୍ଦ୍ଦେଶ ଦେଇଥିଲେ । ବର୍ତ୍ତମାନ ଏହି ରାୟର ୨୪ ଘଣ୍ଟା ମଧ୍ୟରେ ବର୍ତ୍ତମାନ ରାଜକୁମାରଙ୍କୁ ଜାମିନ ପ୍ରଦାନ କରିଛନ୍ତି କୋର୍ଟ । ଏନେଇ ଫିଲ୍ମ ନିର୍ମାତାଙ୍କ ଓକିଲ ଏକ ବିବୃତ୍ତି ଜାରି କରି ସୂଚନା ଦେଇଛନ୍ତି ।

ରାଜକୁମାର ସନ୍ତୋଷୀଙ୍କ ଓକିଲ ବିନେଶ ପଟେଲ କହିଛନ୍ତି ଯେ, ଅଦାଲତ ତାଙ୍କ ନିଷ୍ପତ୍ତିକୁ ସାମୁୟିକ ଭାବେ ୩୦ଦିନ ଯାଏଁ ସ୍ଥଗିତ ରଖିଛନ୍ତି ଏବଂ ତାଙ୍କୁ ଜାମିନ ପ୍ରଦାନ କରିଛନ୍ତି । ଏଥିସହ ସେମାନେ ମାଜିଷ୍ଟ୍ରେଟ କୋର୍ଟ ଦେଇଥିବା ରାୟ ବିରୋଧରେ ଆବେଦନ କରିବାକୁ ଯୋଜନା କରୁଥିବା କହିଛନ୍ତି । ସେ କହିଛନ୍ତି, ପ୍ରଥମେ କୋର୍ଟ ୩୦ଦିନ ପର୍ଯ୍ୟନ୍ତ ଏହାର ନିଷ୍ପତ୍ତି ସ୍ଥଗିତ ରଖିଛନ୍ତି ଏବଂ ଆମେ ଏହି ନିଷ୍ପତ୍ତି ବିରୋଧରେ ଉଚ୍ଚ ଅଦାଲତରେ ଅପିଲ କରିବାକୁ ସମୟ ମାଗିଛୁ । ଏହା ପରେ ରାଜକୁମାରଙ୍କୁ ଜାମିନ ପ୍ରଦାନ କରାଯାଇଛି ।

ଓକିଲ ଆହୁରି କହିଛନ୍ତି, "ଅଭିଯୋଗକାରୀ ରାଜକୁମାର ସନ୍ତୋଷୀ ଟଙ୍କା ନେଇଛନ୍ତି ବୋଲି ଏହାକୁ ପ୍ରମାଣିତ କରିବା ପାଇଁ କୌଣସି ନିର୍ଦ୍ଦିଷ୍ଟ ପ୍ରମାଣ ଦେଇନାହାନ୍ତି । ଅଭିଯୋଗକାରୀ ନିଜେ ସ୍ୱୀକାର କରିଛନ୍ତି ଯେ ସେ ତୃତୀୟ ପକ୍ଷ ଏହି ଟଙ୍କା ସଂଗ୍ରହ କରିଛନ୍ତି । ଏହାର ପ୍ରତିବଦଳରେ ୧୦ ଲକ୍ଷ ଟଙ୍କା ମୂଲ୍ୟର ୧୧ଟି ଚେକ୍ ପ୍ରଦାନ କରାଯାଇଥିଲା, ଯାହା ସନ୍ତୋଷୀ ଜାଣି ନଥିଲେ । ମାଜିଷ୍ଟ୍ରେଟ୍ କୋର୍ଟ ଏହି ତଥ୍ୟକୁ ଅଣଦେଖା କରି ଆମ ବିରୁଦ୍ଧରେ ରାୟ ଦେଇଥିଲେ । ଟଙ୍କା ସଂଗ୍ରହ କରୁଥିବା ଉକ୍ତ ତୃତୀୟ ପକ୍ଷକୁ ଉପସ୍ଥାପନ କରିବାକୁ କିମ୍ବା ଡକାଯାଇନଥିଲା । ତେବେ ଏହା ଅବୈଧ ଏବଂ ମିଥ୍ୟା ଅଟେ । ଏହାକୁ ଆଧାର କରି ଆମେ ଏହି ମାମଲାକୁ ଉଚ୍ଚ ନ୍ୟାୟାଳୟକୁ ଅପିଲ କରିବୁ ଏବଂ ସେଠାରେ ଆମର ବୟାନ ଉପସ୍ଥାପନ କରିବୁ ।

ଏହା ମଧ୍ୟ ପଢନ୍ତୁ: ଫିଲ୍ମ ନିର୍ମାତା ରାଜକୁମାର ସନ୍ତୋଷୀଙ୍କୁ ୨ ବର୍ଷ ଜେଲ୍

ପୁରା ମାମଲା କ'ଣ ?

ଏହି ମାମାଲା ୨୦୧୫ ମସିହାର ଅଟେ । ଅଶୋକଲାଲଙ୍କ ଦାବି ଅନୁସାରେ, ୨୦୧୫ରେ, ସେ ସନ୍ତୋଷୀଙ୍କୁ ଏକ କୋଟି ଟଙ୍କା ଋଣ ଦେଇଥିଲେ । ଏହି ଋଣ ପରିଶୋଧ ବାବଦକୁ ରାଜକୁମାର ଅଶୋକଙ୍କୁ ୧୦ ଲକ୍ଷ ଟଙ୍କା ୧୦ଟି ବ୍ୟାଙ୍କ ଚେକ୍ ଦେଇଥିଲେ, ହେଲେ ଏହି ଚେକ୍ ବାଉନ୍ସ ହୋଇଯାଇଥିଲା । ଏହାପରେ ଅଶୋକଲାଲ ରାଜକୁମାରଙ୍କ ସହ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ । ହେଲେ ରାଜକୁମାର ତାଙ୍କ ସହ ଯୋଗାଯୋଗ କରୁନଥିଲେ, ଯାହାଫଳରେ ସେ ଜାମନଗର କୋର୍ଟରେ ଏନେଇ ମାମଲା ରୁଜୁ କରିଥିଲେ । ଫଳରେ କୋର୍ଟ ଏହି ଦୁଇ ବର୍ଷ ଜେଲ ସହ ଦୁଇ କୋଟି ଟଙ୍କା ଦେବାକୁ ପଡିବ ବୋଲି ନିର୍ଦ୍ଦେଶ ଦେଇଥିଲେ ।

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.