ETV Bharat / entertainment

ଅଭିନୟରେ ଡେବ୍ୟୁ କରିବେ ରାଜକୁମାର ହିରାନୀଙ୍କ ପୁଅ ଭୀର, ଏହି ନିର୍ଦ୍ଦେଶକଙ୍କ ସହ କରିବେ କାମ - RAJKUMAR HIRANI SON DEBUT

Vir Debut In Acting: ନିର୍ଦ୍ଦେଶକ ରାଜକୁମାର ହିରାନୀଙ୍କ ପୁଅ ଭୀର ବର୍ତ୍ତମାନ ଇଣ୍ଡଷ୍ଟ୍ରିରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିରୋଜ ଅବ୍ବାସ ଖାନଙ୍କ ନିର୍ଦ୍ଦେଶିତ 'ଲେଟର ଫର୍ମ ସୁରେଶ'ଙ୍କ ସହ ଖୁବଶୀଘ୍ର ଅଭିନୟ ଆରମ୍ଭ କରିବେ ।

author img

By ETV Bharat Odisha Team

Published : Apr 19, 2024, 8:10 PM IST

ଅଭିନୟରେ ଡେବ୍ୟୁ କରିବେ ରାଜକୁମାର ହିରାନୀଙ୍କ ପୁଅ ଭୀର, ଏହି ନିର୍ଦ୍ଦେଶକଙ୍କ ସହ କରିବେ କାମ

ହାଇଦ୍ରାବାଦ: ରାଜକୁମାର ହିରାନୀ ବଲିଉଡର ଶ୍ରେଷ୍ଠ ଏବଂ ଲୋକପ୍ରିୟ ନିର୍ଦ୍ଦେଶକମାନଙ୍କ ମଧ୍ୟରୁ ଅନ୍ୟତମ । ସେ ତାଙ୍କ କ୍ୟାରିଅରରେ ସେ ଶାହାରୁଖ ଖାନ, ଆମୀର ଖାନଙ୍କ ସମେତ ଅନେକ ବଡ ତାରକାଙ୍କ ସହ କାମ କରିଛନ୍ତି । ଫିଲ୍ମ ୩ ଇଡିଅଟ୍ସ, ଡଙ୍କି ଭଳି ଫିଲ୍ମ ପ୍ରସ୍ତୁତ କରି ଚର୍ଚ୍ଚାରେ ରହିଛନ୍ତି ଏବଂ ଲୋକମାନେ ତାଙ୍କ ଚଳଚ୍ଚିତ୍ରକୁ ବହୁତ ପସନ୍ଦ କରନ୍ତି । ବର୍ତ୍ତମାନ ତାଙ୍କ ପରି ନିର୍ଦ୍ଦେଶକଙ୍କ ପୁଅ ଭୀର ହିରାନୀ ମଧ୍ୟ ବଲିଉଡରେ ପାଦ ଦେବାକୁ ଯାଉଛନ୍ତି । ହେଲେ ସେ ନିର୍ଦ୍ଦେଶନାରେ ନୁହଁ ବରଂ ଅଭିନୟ ଦୁନିଆରେ ଏଣ୍ଟ୍ରି କରିବାକୁ ଯାଉଛନ୍ତି । ଫିରୋଜ ଅବ୍ବାସ ଖାନଙ୍କ ନିର୍ଦ୍ଦେଶିତ 'ଲେଟର ଫର୍ମ ସୁରେଶ' ସହ ଭୀର ହିରାନୀ ଇଣ୍ଡଷ୍ଟ୍ରିରେ ଅଭିନୟ କରିବାକୁ ଯାଉଛନ୍ତି ।

ଥିଏଟର କିମ୍ବଦନ୍ତୀ ଫିରୋଜ ଅବ୍ବାସ ଖାନଙ୍କ ନିର୍ଦ୍ଦେଶିତ ଆଇକନିକ୍ ନାଟକ 'ଲେଟର ଫର୍ମ ସୁରେଶ' ସହ ଭୀର ହିରାନୀ ମନୋରଞ୍ଜନ ଶିଳ୍ପରେ ପ୍ରବେଶ କରିବାକୁ ପ୍ରସ୍ତୁତ ଅଛନ୍ତି, ଯିଏ ଚରିତ୍ର ମାଧ୍ୟମରେ ମାନବ ସମ୍ପର୍କର ଏକ ସୁନ୍ଦର କାହାଣୀ କୁହନ୍ତି । ଏହା ଭାରତରେ ପ୍ରଥମ ଥର ପାଇଁ ପ୍ରଦର୍ଶନ କରାଯାଉଥିବା ରାଜୀବ ଜୋସେଫଙ୍କ 'ଲେଟର ଫର୍ମ ସୁରେଶ' ଏକ ନିଆରା ଡ୍ରାମା ଅଟେ । ଏହା ଚାରୋଟି ଅନନ୍ୟ ଚରିତ୍ରର କାହାଣୀ, ପ୍ରେମ, କ୍ଷତି, କୋମଳତା ଏବଂ ମାନବ ସମ୍ପର୍କର ଆକାଂକ୍ଷା ଦର୍ଶାଇବ ।

ପୂର୍ବରୁ ନିର୍ଦ୍ଦେଶକ ଭାବେ ଡେବ୍ୟୁ କରିଛନ୍ତି ଭୀର

ଭୀର ହିରାନୀଙ୍କ ଶିକ୍ଷା ଏବଂ କାର୍ଯ୍ୟ ବିଷୟରେ କହିବାକୁ ଗଲେ ସେ ନିକଟରେ ରୟାଲ ଏକାଡେମୀ ଅଫ୍ ଡ୍ରାମାଟିକ୍ ଆର୍ଟରୁ ସ୍ନାତକ ହାସଲ କରିଛନ୍ତି । ଏଥିସହ ଭୀର ପିଲାଟି ଦିନରୁ କ୍ଷୁଦ୍ର ଚଳଚ୍ଚିତ୍ର ନିର୍ମାଣ କରିଆସୁଛନ୍ତି । ସେ 'ରିଟର୍ନ ଗିଫ୍ଟ' ସହ ନିର୍ଦ୍ଦେଶନାରେ ଡେବ୍ୟୁ କରିଥିଲେ। ହାଇଦ୍ରାବାଦରେ ଚାଲିଥିବା ଅନ୍ତର୍ଜାତୀୟ ଶିଶୁ ଚଳଚ୍ଚିତ୍ର ମହୋତ୍ସବର 18ତମ ସଂସ୍କରଣରେ ଏହା ପ୍ରିମିୟର୍ ହୋଇଥିଲା ।

ଏହା ମଧ୍ୟ ପଢନ୍ତୁ: AskSRK: ଡଙ୍କି କିପରି ସାଇନ କଲେ ଶାହାରୁଖ ? ଫ୍ୟାନ୍ସଙ୍କୁ ମଜାଳିଆ ଢଙ୍ଗରେ ଉତ୍ତର ଦେଲେ କିଙ୍ଗ ଖାନ

ସେପଟେ ରାଜକୁମାର ହିରାନୀହ୍କ ବିଷୟରେ କହିବାକୁ ଗଲେ, ଗତବର୍ଷ ରିଲିଜ ହୋଇଥିବା ଫିଲ୍ମ ଜବାନର ସେ ନିର୍ଦ୍ଦେଶନା ଦେଇଥିଲେ । ଏଥିରେ ସେ ଶାହାରୁଖ ଖାନଙ୍କ ସହ ପ୍ରଥମ ଥର ପାଇଁ କାମ କରିଥିଲେ । ଫିଲ୍ମଟି ପ୍ରଶଂସା ସାଉଁଟିଥିଲା ହେଲେ ଏତେଟା ବ୍ୟବସାୟ କରିପାରିନଥିଲା । ବର୍ତ୍ତମାନ ସେ ଖୁବଶୀଘ୍ର ବିକ୍ରାନ୍ତ ମାସିଙ୍କ ସହ ଓଟିଟିରେ ଡେବ୍ୟୁ କରିବାକୁ ଯାଉଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.