ETV Bharat / entertainment

'ପୁଷ୍ପା ୨'ର ଅଙ୍ଗାରୋଁ ଗୀତ ରିଲିଜ, ଦେଖିବାକୁ ମିଳିଲା ପୁଷ୍ପା-ଶ୍ରୀବଲୀଙ୍କ ରୋମାନ୍ସ - Pushpa 2 Song Out

author img

By ETV Bharat Odisha Team

Published : May 29, 2024, 2:00 PM IST

Pushpa 2 Song Out: ଖୁବଶୀଘ୍ର ରିଲିଜ ହେବ ରଶ୍ମିକା ମନ୍ଦନା ଏବଂ ଅଲ୍ଲୁ ଅର୍ଜୁନଙ୍କ ଅଭିନୀତ ଫିଲ୍ମ 'ପୁଷ୍ପା ୨' । ନିକଟରେ ରିଲିଜ ହୋଇଥିବା ଫିଲ୍ମର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା' ସମସ୍ତଙ୍କ ମନକୁ ଛୁଇଁଥିବା ବେଳେ ଏବେ ଫିଲ୍ମର ରୋମାଣ୍ଟିକ ଗୀତ 'ଅଙ୍ଗାରୋଁ' ଗୀତ ରିଲିଜ ହୋଇଛି । ଏହି ଗୀତରେ ଶ୍ରୀବଲି ଏବଂ ପୁଷ୍ପାଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳୁଛି । ଅଧିକ ପଢନ୍ତୁ

'ପୁଷ୍ପା ୨'ର ଅଙ୍ଗାରୋଁ ଗୀତ ରିଲିଜ, ଦେଖିବାକୁ ମିଳିଲା ପୁଷ୍ପା-ଶ୍ରୀବଲୀଙ୍କ ରୋମାନ୍ସ
'ପୁଷ୍ପା ୨'ର ଅଙ୍ଗାରୋଁ ଗୀତ ରିଲିଜ, ଦେଖିବାକୁ ମିଳିଲା ପୁଷ୍ପା-ଶ୍ରୀବଲୀଙ୍କ ରୋମାନ୍ସ (Rashmika mandanna, Instagram)

ହାଇଦ୍ରାବାଦ: ପୁଣି ପରଦାରେ ଧମାକା କରିବାକୁ ଯାଉଛନ୍ତି ରଶ୍ମିକା ମନ୍ଦନା ଏବଂ ଅଲ୍ଲୁ ଅର୍ଜୁନଙ୍କ ଯୋଡ଼ି । ଉଭୟ ଫିଲ୍ମ 'ପୁଷ୍ପା ୨' ସହ କମବ୍ୟାକ କରୁଛନ୍ତି । ଯାହାକୁ ନେଇ ଫ୍ୟାନ୍ସ ବେଶ ଉତ୍ସାହିତ ରହିଛନ୍ତି । ଏହାରି ମଧ୍ୟରେ ବର୍ତ୍ତମାନ ନିର୍ମାତା ନିକଟରେ ଫିଲ୍ମର ପ୍ରଥମ ଗୀତ 'ପୁଷ୍ପା-ପୁଷ୍ପା' ରିଲିଜ କରିତିଲେ । ଯାହା ଫ୍ୟାନ୍ସକୁ ଦିୱାନା କରିତିଲା । ବର୍ତ୍ତମାନ ଫିଲ୍ମର ଆଉ ଏକ ରୋମାଣ୍ଟିକ ଗୀତ 'ଅଙ୍ଗାରୋଁ' ଗୀତ ରିଲିଜ କରିଛନ୍ତି । ଏହି ଗୀତରେ ଶ୍ରୀବଲି ଏବଂ ପୁଷ୍ପାଙ୍କ ଜବରଦସ୍ତ ରୋମାନ୍ସ ଦେଖିବାକୁ ମିଳିଥିବା ବେଳେ ଫ୍ୟାନ୍ସଙ୍କ ଫିଲ୍ମ ଦେଖିବା ଉତ୍ସାହ ଦ୍ୱିଗୁଣିତ ହୋଇଛି ।

6ଟି ଭାଷାରେ 'ପୁଷ୍ପା ୨ ଦ ରୁଲ'ର ଦ୍ୱିତୀୟ ଟ୍ରାକ ରିଲିଜ

'ପୁଷ୍ପା: ଦ ରୁଲ' ନିର୍ମାତାମାନେ ଏହି ଗୀତର ଲିରିକ୍ ଭିଡିଓ ରିଲିଜ୍ କରିଛନ୍ତି। ଗୀତର ସମ୍ପୂର୍ଣ୍ଣ ପ୍ରସ୍ତୁତି ଭିଡିଓରେ ଦର୍ଶାଯାଇଛି ଏବଂ ଅଙ୍ଗାରୋଁ ଗୀତର ଲିରିକ୍ସ ମଧ୍ୟ ପୃଷ୍ଠଭୂମିରେ ଶୁଣିବାକୁ ମିଳୁଛି । ପୁଷ୍ପା ୨ ର ଏହି ଭିଡିଓରେ ଅଲ୍ଲୁ ଅର୍ଜୁନ ଏବଂ ଶ୍ରୀବଲୀ ଫିଲ୍ମର ପୁରା ଟିମ୍ ସହି ଗୀତର ସୁଟିଂ କରୁଥିବା ନଜର ଆସିଛନ୍ତି । ନିର୍ମାତାମାନେ ଆଜି ୬ଟି ଭାଷାରେ 'ପୁଷ୍ପା ୨ ଦ ରୁଲ'ର ଏହି ଦ୍ୱିତୀୟ ଟ୍ରାକ ପ୍ରକାଶ କରିଛନ୍ତି ।

'ଅଙ୍ଗାରୋଁ' ଗୀତରେ ସ୍ୱର ଦେଇଛନ୍ତି ଶ୍ରୀୟା ଘୋଷାଲ

ତେଲୁଗୁରେ 'ସୁସେକି', ହିନ୍ଦୀରେ 'ଅଙ୍ଗାରୋଁ', ମାଲାୟାଲାମରେ 'କଣ୍ଡାଲୋ', କନ୍ନଡରେ 'ନୋଡୋକା', ତାମିଲରେ 'ସୁଡାନା' ଏବଂ ବଙ୍ଗାଳୀରେ 'ଆଗୁନରେ' ଭାବେ ଏହି ଗୀତ ରିଲିଜ ହୋଇ 'ପୁଷ୍ପା ୨ ଦ ରୁଲ'ର ଏହି ଦ୍ୱିତୀୟ ଟ୍ରାକ ରିଲିଜ ହୋଇଛି । ତେବେ ହିନ୍ଦୀରେ ଲୋକପ୍ରିୟ ପ୍ଲେବ୍ୟାକ୍ ଗାୟିକା ଶ୍ରୀୟା ଘୋଷାଲ 'ଅଙ୍ଗାରୋଁ' ଗୀତର ସ୍ୱର ଦେଇଛନ୍ତି । ରାକିବ ଆଲାମ ଏହି ଗୀତର ଲିରିକ୍ସ ଲେଖିଥିବା ବେଳେ ଦେବୀ ଶ୍ରୀ ପ୍ରସାଦ ସଂଗୀତ ରଚନା କରିଛନ୍ତି । ସେ ପୁଷ୍ପା: ଦ ରାଇଜର ସଙ୍ଗୀତ ରଚନା କରିଥିଲେ । ତେବେ ଗଣେଶ ଆଚାର୍ଯ୍ୟ ଅଙ୍ଗାରୋଁ ଗୀତର କୋରିଓଗ୍ରାଫ୍ କରିଛନ୍ତି ।

କେବେ ରିଲିଜ ହେବ 'ପୁଷ୍ପା ୨'

କହିରଖୁଛୁ କି, 'ପୁଷ୍ପା: ଦ ରୁଲ' ମୈଥ୍ରୀ ଚଳଚ୍ଚିତ୍ର ଏବଂ ମୁତ୍ରମଶେଟ୍ଟୀ ମିଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ନିର୍ଦ୍ଦେଶକ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦାନା ଏବଂ ଫହାଦ ଫସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାରଙ୍କୁ ବି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫, ୨୦୨୪ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ମୁକ୍ତିଲାଭ କରିବ ।

'ପୁଷ୍ପା ୨' କାହାଣୀ

ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଏକ ବଡ ଚୋରା ଚାଲାଣକାରୀ ହୋଇଯାଏ । ଫଳରେ ପୁଷ୍ପା ରାଜ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ।

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା ୨' ର ପ୍ରଥମ ଗୀତ ରିଲିଜ, ମିକା ସିଂଙ୍କ ସ୍ୱର-ଅଲ୍ଲୁଙ୍କ ଡ୍ୟାନ୍ସ ତଡକା ଦେଖି ଫିଦା ଫ୍ୟାନ୍ସ

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.