ETV Bharat / entertainment

'ପୁଷ୍ପା 2' ସ୍କ୍ରିନିଂରେ ମହିଳା ମୃତ୍ୟୁ ଘଟଣା; ଥିଏଟର ମାଲିକ ସମେତ 3 ଗିରଫ - PUSHPA 2 STAMPEDE INCIDENT

'ପୁଷ୍ପା 2' ସ୍କ୍ରିନିଂରେ ଠେଲାପେଲାରେ ମହିଳା ମୃତ୍ୟୁ ଘଟଣା । ଥିଏଟର ମାଲିକ ସମେତ 3 ଜଣକୁ ବାନ୍ଧିଲା ହାଇଦ୍ରାବାଦ ପୋଲିସ ।

pushpa 2 stampede incident
pushpa 2 stampede incident (ETV Bharat)
author img

By ETV Bharat Entertainment Team

Published : Dec 9, 2024, 1:51 PM IST

ହାଇଦ୍ରାବାଦ: 'ପୁଷ୍ପା ୨: ଦ ରୁଲ୍' (ଡିସେମ୍ବର 4) ର ପ୍ରିମିୟର୍ ସୋ ସମୟରେ ଥିଏଟରରେ ଠେଲାପେଲା ଘଟଣାରେ ମହିଳା ମୃତ୍ୟୁ ଘଟଣା । ଏନେଇ ତିନି ଜଣଙ୍କୁ ଗିରଫ କରିଛି ହାଇଦ୍ରାବାଦ ପୋଲିସ । ସନ୍ଧ୍ୟା ଥିଏଟରରେ ଘଟିଥିବା ଏହି ଘଟଣାରେ ପ୍ରିମିୟର୍ ସୋ ସମୟରେ ଜଣେ ମହିଳାଙ୍କ ମୃତ୍ୟୁ ଘଟିଥିବା ବେଳେ ତାଙ୍କ ପୁଅ ଗୁରୁତର ଆହତ ହୋଇଥିଲେ । ବର୍ତ୍ତମାନ ପୋଲିସ ସନ୍ଧ୍ୟା ଥିଏଟର ମାଲିକ ସମେତ 3 ଜଣଙ୍କୁ ଗିରଫ କରିଛି ।

ରବିବାର ଦିନ ପୋଲିସ କହିଛି ଯେ ଗିରଫ ଅଭିଯୁକ୍ତ ହେଲେ ସନ୍ଧ୍ୟା ଥିଏଟରର ଜଣେ ମାଲିକ ଏମ ସନ୍ଦୀପ, ସିନିୟର ମ୍ୟାନେଜର ଏମ ନାଗରାଜୁ (51) ଏବଂ ଲୋଏର ବାଲକୋନି ଦାୟିତ୍ୱରେ ଥିବା ବିଜୟ ଚନ୍ଦ୍ର (53)। ତାଙ୍କୁ କୋର୍ଟରେ ହାଜର କରାଯାଇ ନ୍ୟାୟିକ ହେପାଜତକୁ ପଠାଯାଇଥିଲା । ସୁପରଷ୍ଟାର ଅଲ୍ଲୁ ଅର୍ଜୁନଙ୍କୁ ଦେଖିବା ପାଇଁ ବହୁ ଜନସମାଗମ ହୋଇଥିବା ବେଳେ ଏହି ଠେଲାପେଲା ଘଟିଥିଲା, ଯେଉଁଥିପାଇଁ ଭିଡ଼କୁ ନିୟନ୍ତ୍ରଣ କରାଯାଇପାରିବ ନାହିଁ ଏବଂ ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ହୋଇଥିଲା । ଘଟଣା ଡିସେମ୍ବର 4 ରେ ଘଟିଥିବା ବେଳେ ରେବତୀ ନାମକ ଜଣେ 35 ବର୍ଷ ବୟସ୍କା ମହିଳାଙ୍କ ମୃତ୍ୟୁ ଘଟିଥିଲା ଏବଂ ତାଙ୍କ ପୁଅ ଚିକିତ୍ସିତ ହେଉଛନ୍ତି ।

ଅଲ୍ଲୁ ଅର୍ଜୁନଙ୍କ ସୁରକ୍ଷା ଟିମ ନାଁରେ ମଧ୍ୟ ମାମଲା ରୁଜୁ

କହିରଖୁଛୁ କି, ଘଟଣା ପରେ ମୃତକଙ୍କ ପରିବାର ଚିକ୍କଡପଲି ପୋଲିସ ଷ୍ଟେସନରେ ଅଭିଯୋଗ କରିଥିଲେ । ଧାରା 105 ଏବଂ 118 (1) ଅଧୀନରେ ଏକ ମାମଲା ରୁଜୁ ହୋଇଥିଲା । ସେଣ୍ଟ୍ରାଲ୍ ଜୋନ୍ ଡିସିପି ଅକ୍ଷୟ ଯାଦବ କହିଛନ୍ତି, “ଅଭିଯୋଗ ଅନୁଯାୟୀ, ଥିଏଟର ମ୍ୟାନେଜର, ଅଭିନେତା ଅଲ୍ଲୁ ଅର୍ଜୁନ ଏବଂ ତାଙ୍କ ସୁରକ୍ଷା ଟିମ ନାଁରେ ମାମଲା ରୁଜୁ କରାଯାଇଛି । ପୋଲିସ ପକ୍ଷରୁ କୌଣସି ଭୁଲ ହୋଇନଥିଲା । ଏଣୁ ସେହି ସମୟରେ ତାଙ୍କ ସୁରକ୍ଷା ଟିମରେ କିଏ ଉପସ୍ଥିତ ଥିଲେ ଏବଂ କିଏ ଲୋକମାନଙ୍କୁ ଠେଲିଥିଲେ ଯେଉଁ କାରଣରୁ ଏହି ପରିସ୍ଥିତି ଉପୁଜିଥିଲା । ତାହାର ତଦନ୍ତ ଚାଲିଛି। ”

ଏହା ମଧ୍ୟ ପଢନ୍ତୁ: 'ପୁଷ୍ପା 2' ସ୍କ୍ରିନିଂରେ ଫ୍ୟାନ୍ ମୃତ୍ୟୁ ଘଟଣା; ମୃତକ ପରିବାରକୁ 25 ଲକ୍ଷ ଦେବେ ଅଲ୍ଲୁ ଅର୍ଜୁନ

ମୃତକଙ୍କ ପରିବାରକୁ 25 ଲକ୍ଷ ଦେବେ ଅଲ୍ଲୁ ଅର୍ଜୁନ

ଘଟଣା ପରେ ସୋସିଆଲ ମିଡିଆରେ ବିଡିଓ କରି ଦୁଃଖ ପ୍ରକାଶ କରିବା ସହ ସହାୟତା ପ୍ରଦାନ କରିବେ ବୋଲି ପ୍ରତିଶୃତି ଦେଇଥିଲେ ଅଲ୍ଲୁ ଅର୍ଜୁନ । ସେ ଭିଡିଓ ବାର୍ତ୍ତାରେ କହିଥିଲେ, ''ଥିଏଟରରେ ଘଟିଥିବା ଦୁଃଖଦ ଘଟଣା ଯୋଗୁଁ ସେ ବହୁତ ଦୁଃଖିତ । ଏହି ଅବାଞ୍ଛିତ କଷ୍ଟ ସମୟରେ ତାଙ୍କ ପରିବାରକୁ ମୁଁ ହୃଦୟରୁ ସମବେଦନା ଜଣାଉଛି । ମୁଁ ସେମାନଙ୍କୁ ନିଶ୍ଚିତ କରିବାକୁ ଚାହୁଁଛି ଯେ ସେମାନେ ଏହି ଯନ୍ତ୍ରଣାରେ ଏକା ନୁହଁନ୍ତି ଏବଂ ପରିବାରକୁ ବ୍ୟକ୍ତିଗତ ଭାବରେ ଭେଟିବି। ଦୁଃଖର ସମୟରେ ସେମାନଙ୍କର ଆବଶ୍ୟକତାକୁ ସମ୍ମାନ ଜଣାଇ, ମୁଁ ତାଙ୍କ ପରିବାରକୁ ପ୍ରତ୍ୟେକ ସମ୍ଭାବ୍ୟ ସମର୍ଥନ ଯୋଗାଇବି । ପରିବାରକୁ 25 ଲକ୍ଷ ଟଙ୍କା ସହାୟତା ପ୍ରଦାନ କରିବି ଏବଂ ସମସ୍ତ ଚିକିତ୍ସା ଖର୍ଚ୍ଚର ମଧ୍ୟ ଯତ୍ନ ନେବି । ଆପଣ ଏକା ନୁହଁନ୍ତି ଆମେ ଆପଣଙ୍କ ସହ ଅଛୁ ।''

ବ୍ୟୁରୋ ରିପୋର୍ଟ, ଇଟିଭି ଭାରତ

ETV Bharat Logo

Copyright © 2025 Ushodaya Enterprises Pvt. Ltd., All Rights Reserved.