ETV Bharat / entertainment

'ପୁଷ୍ପା ୨' ନେଇ କାଉଣ୍ଟଡାଉନ ଆରମ୍ଭ, ୨୦୦ଦିନ ପରେ ଚାଲିବ ପୁଷ୍ପା ରାଜ

author img

By ETV Bharat Odisha Team

Published : Jan 29, 2024, 9:59 PM IST

Allu Arjun's much-awaited Pushpa: ଖୁବଶୀଘ୍ର 'ପୁଷ୍ପା ୨' ସହ ବକ୍ସ ଅଫିସରେ ଧମାକା କରିବାକୁ ଯାଉଛନ୍ତି ଅଲ୍ଲୁ ଅର୍ଜୁନ । ବର୍ତ୍ତମାନ ନିର୍ମାତା ଫିଲ୍ମ ବିଷୟରେ ଅପଡେଟ ସେୟାର କରି ଫ୍ୟାନ୍ସଙ୍କୁ କାଉଣ୍ଟଡାଉନ ଆରମ୍ଭ କରିବାକୁ କହିଛନ୍ତି ।

'ପୁଷ୍ପା ୨' ନେଇ କାଉଣ୍ଟଡାଉନ ଆରମ୍ଭ, ୨୦୦ଦିନ ପରେ ଚାଲିବ ପୁଷ୍ପା ରାଜ
'ପୁଷ୍ପା ୨' ନେଇ କାଉଣ୍ଟଡାଉନ ଆରମ୍ଭ, ୨୦୦ଦିନ ପରେ ଚାଲିବ ପୁଷ୍ପା ରାଜ

ହାଇଦ୍ରାବାଦ: ସାଉଥ ତାରକା ଅଲୁ ଅର୍ଜୁନ, ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫସିଲ ଅଭିନୀତ 'ପୁଷ୍ପା: ଦ ରୁଲ' ୨୦୨୪ର ବହୁ ପ୍ରତୀକ୍ଷିତ ଚଳଚ୍ଚିତ୍ର ମଧ୍ୟରୁ ଅନ୍ୟତମ । ବର୍ତ୍ତମାନ ଫିଲ୍ମର ନିର୍ମାତାମାନେ ଏକ ଆକର୍ଷଣୀୟ ପୋଷ୍ଟର ସେୟାର କରି ଫିଲ୍ମ ବିଷୟରେ ଅପଡେଟ ଦେଇଛନ୍ତି । ୨୦୦ଦିନ ପରେ ଫିଲ୍ମ ରିଲିଜ୍ ହେବାକୁ ଥିବା ବେଳେ ଫ୍ୟାନ୍ସଙ୍କୁ କାଉଣ୍ଟଡାଉନ ଆରମ୍ଭ କରିବାକୁ କହିଛନ୍ତି ।

ମୈଥ୍ରୀ ମୁଭିସ ନିଜ ଇନଷ୍ଟାଗ୍ରାମରେ ଫିଲ୍ମର ଏକ ପୋଷ୍ଟର ସେୟାର କରିଛନ୍ତି । ଯେଉଁଥିରେ ଲେଖାଅଛି, 'ପୁଷ୍ପା: ଦ ରୁଲ' କାଉଣ୍ଟଡାଉନ ଆରମ୍ଭ । ୨୦୦ଦିନ ପରେ ପରଦାରେ ଚାଲିବ ପୁଷ୍ପାଙ୍କ ରାଜ । କହିରଖୁଛୁ କି, 'ପୁଷ୍ପା: ଦ ରୁଲ' ମୈଥ୍ରୀ ଚଳଚ୍ଚିତ୍ର ନିର୍ମାତା ଏବଂ ମୁତ୍ରମଶେଟ୍ଟୀ ମିଡିଆ ଦ୍ବାରା ପ୍ରସ୍ତୁତ ହୋଇଥିବା ବେଳେ ନିର୍ଦ୍ଦେଶକ ସୁକୁମାର ନିର୍ଦ୍ଦେଶନା ଦେଇଛନ୍ତି । ଏହି ଚଳଚ୍ଚିତ୍ରରେ ଅଲ୍ଲୁ ଅର୍ଜୁନଙ୍କ ସହ ରଶ୍ମିକା ମନ୍ଦନା ଏବଂ ଫହାଦ୍ ଫସିଲ ମୁଖ୍ୟ ଭୂମିକାରେ ନଜର ଆସିବେ । ଏଥିସହ ସୁନୀଲ, ଅଜୟ, ରାଓ ରମେଶ, ଅନାସୁୟା ଏବଂ ଅନ୍ୟ କଳାକାରଙ୍କୁ ବି ଦେଖିବାକୁ ମିଳିବ । ଏହି ଚଳଚ୍ଚିତ୍ରଟି ଅଗଷ୍ଟ ୧୫, ୨୦୨୪ ସ୍ବାଧୀନତା ଦିବସ ଅବସରରେ ବିଶ୍ବରେ ମୁକ୍ତିଲାଭ କରିବ ।

  • " class="align-text-top noRightClick twitterSection" data="">

ସୂଚନା ଥାଉ କି, ଏହି ଫିଲ୍ମ 'ପୁଷ୍ପା: ଦ ରାଇଜ'ର ସିକ୍ବେଲ ଅଟେ । ଗତବର୍ଷ ଫିଲ୍ମର ସମସ୍ତ ମୁଖ୍ୟ ଚରିତ୍ର ଯଥା ଅଲ୍ଲୁ ଅର୍ଜୁନ, ରଶ୍ମିକା ଏବଂ ଫହାଦଙ୍କ ପ୍ରଥମ ଲୁକ ରିଲିଜ କରାଯାଇଥିଲା । ଏଥିସହ ଏପ୍ରିଲ ୨୦୨୩ ଫିଲ୍ମର ପ୍ରଥମ ଝଲକ ମଧ୍ୟ ଦେଖାଇଥିଲେ ନିର୍ମାତା । ଯାହା ପରେ ଫ୍ୟାନ୍ସ ଉତ୍ସାହର ସହ ଫିଲ୍ମକୁ ଦେଖିବାକୁ ଅପେକ୍ଷା କରିଛନ୍ତି । ଫିଲ୍ମର କାହାଣୀ ବିଷୟରେ କହିବାକୁ ଗଲେ, ଅଲ୍ଲୁ ଅର୍ଜୁନଙ୍କ ଚରିତ୍ରର ପ୍ରାରମ୍ଭିକ ଯାତ୍ରା ପୁଷ୍ପା: ଦ ରାଇଜରେ ପ୍ରଦର୍ଶିତ ହୋଇଥିଲା । ଏହି ଚଳଚ୍ଚିତ୍ରରେ ଅଭିନେତାଙ୍କୁ ଏକ ଲାଲ ଚନ୍ଦନ କାଠ ଚୋରା ଚାଲାଣକାରୀ ଭୂମିକାରେ ଦେଖିବାକୁ ମିଳିଥିଲା, ଯିଏ ଧୀରେ ଧୀରେ ଏକ ବଡ ଚୋରା ଚାଲାଣକାରୀ ହୋଇଯାଏ । ଫଳରେ ପୁଷ୍ପା ରାଜ ଧୀରେ ଧୀରେ ଅନେକ ଶତ୍ରୁଙ୍କ ସମ୍ମୁଖୀନ ହୁଅନ୍ତି । ତେବେ ଅଭିନେତା ପୁଷ୍ପା ୨ରେ ଶତ୍ରୁମାନଙ୍କ ସହ ସଂଘର୍ଷ କରୁଥିବା ଦେଖିବାକୁ ମିଳିବ।

ଏହା ମଧ୍ୟ ପଢନ୍ତୁ: ଧମାକା ହେବ ଡବଲ, ପୁଷ୍ପା-୨ରେ ଖିଲାଡି କରିବେ ଏଣ୍ଟ୍ରି !

ପ୍ରକାଶ ଥାଉ କି, ନିକଟରେ 69ତମ ଜାତୀୟ ଫିଲ୍ମ ପୁରସ୍କାର 2021ର ଘୋଷଣା ହୋଇଥିଲା । ଯେଉଁଥିରେ ପୁଷ୍ପା: ଦ ରାଇଜ ପାଇଁ ଅଲ୍ଲୁ ଅର୍ଜୁନଙ୍କୁ ଶ୍ରେଷ୍ଠ ଅଭିନେତା ପୁରସ୍କାର ମିଳିଥିଲା । ଏହି ଫିଲ୍ମ ୨୦୨୧ ଡିସେମ୍ବରରେ ମୁକ୍ତିଲାଭ କରିଥିଲା ଏବଂ ବକ୍ସ ଅଫିସ୍‌ରେ ଧମାକା କରିଥିଲା । ସାରା ବିଶ୍ୱରେ 4000ରୁ ଅଧିକ ସ୍କ୍ରିନ୍‌ରେ ରିଲିଜ କରିଥିଲା । ଏଥିସହ ବିଶ୍ୱରେ 350.1 କୋଟିରୁ ଅଧିକ ଟଙ୍କା ରୋଜଗାର କରିଥିବାବେଳେ ଭାରତରେ ମୋଟ 267.55 କୋଟି କଲେକ୍ସ କରି ସଫଳତା ହାସଲ କରିଥିଲା ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.