ETV Bharat / entertainment

ଝିଅ-ସ୍ୱାମୀଙ୍କ ସହ ଏମିତି ଭାଲେଣ୍ଟାଇନ ପାଳିଲେ ଦେଶୀଗାର୍ଲ

author img

By ANI

Published : Feb 16, 2024, 12:35 PM IST

Priyanka Chopra Valentine Celebration: ପ୍ରିୟଙ୍କା ଚୋପ୍ରା ଲଣ୍ଡନରେ ନିଜ ସ୍ୱାମୀ ନିକ ଜୋନାସ ଏବଂ ଝିଅ ମାଲତୀ ମେରୀଙ୍କ ସହ ଭାଲେଣ୍ଟାଇନ ଡେ' ପାଳନ କରିଛନ୍ତି । ଭାଲେଣ୍ଟାଇନ ଡେ' ଗୋଟିଏ ଦିନ ପରେ ସୋସିଆଲ ମିଡିଆରେ ପୋଷ୍ଟ ସେୟାର କରିଛନ୍ତି । ସେ ସେୟାର କରିଥିବା ଫଟୋରେ ମାଲତୀଙ୍କ କ୍ୟୁଟ ଲୁକ୍ ଫ୍ୟାନ୍ସଙ୍କ ମନ ଜିତିଛି । ଅଧିକ ପଢନ୍ତୁ

ଝିଅ-ସ୍ୱାମୀଙ୍କ ସହ ଏମିତି ଭାଲେଣ୍ଟାଇନ ପାଳିଲେ ଦେଶୀଗାର୍ଲ
ଝିଅ-ସ୍ୱାମୀଙ୍କ ସହ ଏମିତି ଭାଲେଣ୍ଟାଇନ ପାଳିଲେ ଦେଶୀଗାର୍ଲ

ହାଇଦ୍ରାବାଦ: ମନୋରଞ୍ଜନ ଇଣ୍ଡଷ୍ଟ୍ରିର ସବୁଠାରୁ ଲୋକପ୍ରିୟ ଯୋଡ଼ି ମଧ୍ୟରେ ଗ୍ଲୋବାଲ ଆଇକନ ପ୍ରିୟଙ୍କା ଚୋପ୍ରା ଏବଂ ହଲିଉଡ ଗାୟକ ତଥା ଅଭିନେତା ନିକ ଜୋନାସ ଯୋଡି ଅନ୍ୟତମ । ଏହି ଦମ୍ପତି ସର୍ବଦା ନିଜ ପରିବାର ସହ ସମୟ ବିତାଉଥିବା ବେଳେ ସୋସିଆଲ ମିଡିଆରେ ସେମାନଙ୍କ ଫଟୋ ସେୟାର କରିଥାନ୍ତି । ଏହି ପରିପ୍ରେକ୍ଷୀରେ ବର୍ତ୍ତମାନ ଭାଲେଣ୍ଟାଇନ ଅବସରରେ ମଧ୍ୟ ଉଭୟ ଧୁମଧାମରେ ଏହାକୁ ପାଳନ କରିଛନ୍ତି । ଭାଲେଣ୍ଟାଇନ ଡେ' ଗୋଟିଏ ଦିନ ପରେ ଅଭିନେତ୍ରୀ ଏହି ପ୍ରେମ ଦିବସ ପାଳନର ଝଲକ ଦେଖାଇଛନ୍ତି । ସେ ସେୟାର କରିଥିବା ବିବାହ ଫଟୋ ଏବଂ ମାଲତୀ ମେରୀଙ୍କ କ୍ୟୁଟ୍ ଲୁକ୍ ଫଟୋ ଫ୍ୟାନ୍ସଙ୍କ ମନ ଜିତିଛି ।

ପ୍ରିୟଙ୍କା ଚୋପ୍ରା ନିଜ ଇନଷ୍ଟାଗ୍ରାମରେ ଏକ ପୋଷ୍ଟ ସେୟାର କରିଛନ୍ତି । ଯେଉଁଥିରେ ସେ ୭ଟି ଫଟୋ ସେୟାର କରିଛନ୍ତି । ଏହା ସେୟାର କରି ସେ କ୍ୟାପସନରେ ଲେଖିଛନ୍ତି, ତୁମେ ମୋର ସବୁଦିନର ଭାଲେଣ୍ଟାଇନ । ଏହି ପୋଷ୍ଟ ସେୟାର ହେବା ମାତ୍ରେ ନିକ ଏଥିରେ ପ୍ରତିକ୍ରିୟା ଦେଇ ଲାଲ ହାର୍ଟ ଇମୋଜି ଦେଇଛନ୍ତି । ଏଥିସହ ଫ୍ୟାନ୍ସମାନେ ପ୍ରତିକ୍ରିୟାରେ ଦମ୍ପତିଙ୍କୁ ପ୍ରଶଂସା କରିଛନ୍ତି । ଜଣେ ଲେଖିଛନ୍ତି, ନିକ ଜିଜୁ ସବୁଦିନ ଏଭର ଗ୍ରୀନ ଲାଗୁଛନ୍ତି । ଅନେକ ମାଲତୀ ମେରୀଙ୍କ ମଧ୍ୟ ଖୁବ ପ୍ରଶଂସା କରିଛନ୍ତି ।

ସେୟାର ହୋଇଥିବା ଫଟୋଗୁଡିକ ବିଷୟରେ କହିବାକୁ ଗଲେ, ପ୍ରଥମ ଫଟୋରେ ଅଭିନେତ୍ରୀ ତାଙ୍କ ସ୍ୱାମୀ ନିକ ଜୋନାସଙ୍କ ସହ ସେଲଫି ନେଉଥିବାର ନଜର ଆସିଛନ୍ତି । ଦ୍ୱିତୀୟଟି ଏକ ଭିଡିଓ ରହିଛି, ଯେଉଁଥିରେ କିଛି ଲୋକ ଗିଟାର ବଜାଉଥିବାର ଦେଖିବାକୁ ମିଳିଛି । ତୃତୀୟଟିରେ ଏକ ଫ୍ୟାଶନ ବ୍ରାଣ୍ଡର ଉପହାର ଦେଖିବାକୁ ମିଳିଛି । ଚତୁର୍ଥ ଏବଂ ପଞ୍ଚମ ଫଟୋରେ ମାଲତୀ ମେରୀଙ୍କ କ୍ୟୁଟ ଲୁକ ରହିଛି । ଶେଷ ଫଟୋରେ ପ୍ରିୟଙ୍କା ଚୋପ୍ରାଙ୍କ ବିବାହ, ଯେଉଁଥିରେ ନିକ ଜୋନାସ ତାଙ୍କୁ ଚାହୁଁଥିବାର ନଜର ଆସିଛନ୍ତି ।

ଏହା ମଧ୍ୟ ପଢନ୍ତୁ: ସ୍ବାମୀଙ୍କ କନସର୍ଟରେ ଝିଅ ସହ ସାମିଲ ହେଲେ ପ୍ରିୟଙ୍କା, ଅଡିଏନ୍ସଙ୍କୁ ହେଲୋ କହିଲେ ମାଲତୀ

ସୂଚନାଯୋଗ୍ୟ ଯେ, ପ୍ରିୟଙ୍କା ଚୋପ୍ରା ହଲିଉଡ ଗାୟକ ତଥା ଅଭିନେତା ନିକ ଜୋନାସଙ୍କ ସହ ମେଟ୍‌ ଗାଲା ୨୦୧୭ରେ ସାକ୍ଷାତ କରିଥିଲେ । ପରେ ଉଭୟ ଡେଟିଂ କରିବା ଆରମ୍ଭ କରିଥିଲେ ଏବଂ ୨୦୧୮ରେ ରାଜସ୍ଥାନର ଉମୈଦ ଭବନ ପ୍ୟାଲେସରେ ବିବାହ କରିଥିଲେ । ଏହି ଦମ୍ପତି ୨୦୨୨ ମସିହାରେ ସରୋଗେସି ମାଧ୍ୟମରେ ଝିଅ ମାଲତୀ ମେରି ଚୋପ୍ରା ଜୋନାସଙ୍କ ପିତାମାତା ହୋଇଥିଲେ । ବର୍ତ୍ତମାନ ପ୍ରିୟଙ୍କା, ନିକ ଜୋନ୍ସଙ୍କ ସହ ବିବାହ ପରେ ଲଣ୍ଡନରେ ରହୁଛନ୍ତି ।

ETV Bharat Logo

Copyright © 2024 Ushodaya Enterprises Pvt. Ltd., All Rights Reserved.